ଯୁବପିଢ଼ିଙ୍କ ଭବିଷ୍ୟତକୁ ନୂଆ ଦିଗ ଦେବ : ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ:ଉତ୍ତରପ୍ରଦେଶର ସମସ୍ତ ୭୫ଟି ଜିଲ୍ଲାରେ ସାଇବର ଥାନା ପ୍ରତିଷ୍ଠା କରାଯାଇଛି। ଏଥିସହ ପ୍ରତି ମଣ୍ଡଳରେ ଫରେନ୍ସିକ୍ ଲ୍ୟାବ୍ ପ୍ରତିଷ୍ଠା କରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ‘ଟେକ୍ସଙ୍ଗମ ୨୦୨୬’ରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ସାଇବର ଫରେନ୍ସିକ୍, କ୍ୱାଣ୍ଟମ୍ ଟେକ୍ନୋଲୋଜି ଓ ଡାଟା ସୁରକ୍ଷା ଭଳି ଆଧୁନିକ ବିଷୟ ଉପରେ ଆଲୋଚନା ହେବ। ବୈଜ୍ଞାନିକ ତଦନ୍ତକୁ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ବୈଷୟିକ ଜ୍ଞାନକୌଶଳର ନୂଆ ସମ୍ଭାବନାକୁ ଜନହିତ, ନ୍ୟାୟ ଓ ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସହ ଯୋଡ଼ିବା ଆଜିର ସବୁଠାରୁ ବଡ଼ ଆବଶ୍ୟକତା। ଏଥିପାଇଁ ସାଇବର ସୁରକ୍ଷା ଓ ଫରେନ୍ସିକ୍ ବିଜ୍ଞାନ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତି, ବୈଜ୍ଞାନିକ ଗବେଷଣା ଓ ତାଲିମପ୍ରାପ୍ତ ମାନବ ସମ୍ବଳକୁ ପ୍ରୋତ୍ସାହନ ଦେବା ଜରୁରୀ।ମୁଖ୍ୟମନ୍ତ୍ରୀ ଶନିବାର ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଲେଖିଛନ୍ତି ଯେ, ଲକ୍ଷ୍ନୌସ୍ଥିତ ଉତ୍ତରପ୍ରଦେଶ ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫରେନ୍ସିକ୍ ସାଇନ୍ସ (UPSIFS)ରେ ଆୟୋଜିତ ‘ଟେକ୍ସଙ୍ଗମ ୨୦୨୬’ରେ ସେ ଯୋଗଦେବେ।
