‘ଅଭିଜିତ୍ ଦୀପକେ ଭଳି ଲୋକ ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ’: ପିୟୂଷ ଗୋୟଲ
ବର୍ଲିନ: କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ ବର୍ଲିନରେ କକ୍ରୋଚ ଜନତା ପାର୍ଟି (ସିଜେପି) ନେତା ଅଭିଜିତ୍ ଦୀପକେଙ୍କୁ କଟାକ୍ଷ କରି ତାଙ୍କୁ ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ବୋଲି କହିଛନ୍ତି। ଭାରତୀୟ ପ୍ରତିଭାକୁ ସ୍ବଦେଶ ଫେରାଇ ଆଣିବା ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ବିଷୟରେ ଭାରତୀୟ ଛାତ୍ରଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଗୋୟଲ ଦୀପକେଙ୍କୁ ପରିହାସ କରିଥିଲେ।ଜର୍ମାନୀର ରାଜଧାନୀ ବର୍ଲିନରେ ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଗବେଷଣା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ସେ ଏହି ମତ ରଖିଥିଲେ। ଗୋୟଲ ଚୀନ୍ର ଉଦାହରଣ ଦେଇ କହିଥିଲେ ଯେ, ବିଦେଶରେ ଥିବା ଚୀନ୍ ବୈଜ୍ଞାନିକ ଓ ଗବେଷକଙ୍କୁ ନିଜ ଦେଶକୁ ଫେରାଇ ଆଣିବା ପାଇଁ ସେଠାକାର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହା ଦେଶର ଗବେଷଣା ଓ ନବସୃଜନ କ୍ଷମତାକୁ ମଜବୁତ କରିବା ସହ ପ୍ରତିଭା ପଳାୟନକୁ ରୋକିବାରେ ସହାୟକ ହୋଇପାରେ। ତେବେ ଚୀନ୍ର ଶାସନ ବ୍ୟବସ୍ଥା ଓ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି ।ଭାରତରେ ଯେକୌଣସି ଯୋଜନା ପ୍ରସ୍ତୁତ କରିବା ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ଦାୟିତ୍ୱବୋଧ ଓ ଯୋଜନାର ସଠିକ୍ ବ୍ୟବହାରକୁ ଗୁରୁତ୍ୱ ଦେବାକୁ ପଡ଼ିବ। ଛାତ୍ରମାନଙ୍କୁ ପାଣ୍ଠି ଓ ଛାତ୍ରବୃତ୍ତି ଯୋଗାଇବା ସରକାରଙ୍କ କାମ, ତେଣୁ ଆମେ ନିଜେ ଏହା କାହିଁକି କରିବା? ଦୁର୍ଭାଗ୍ୟବଶତଃ, ଏପରି ଲୋକମାନେ ଆସି ଆମ ପାଇଁ ମୁଣ୍ଡବିନ୍ଧାର କାରଣ ହେବେ। ତେଣୁ ଆମକୁ ଆମର ଗଣତନ୍ତ୍ରକୁ ଦୃଷ୍ଟିରେ ରଖି ନୀତି ପ୍ରସ୍ତୁତ କରିବାକୁ ପଡିବ।
