ବାତ୍ୟା ସମ୍ପର୍କିତ ମିଛ ଖବର ପ୍ରସାରଣ କରି ଲୋକଙ୍କୁ ଭୟଭୀତ କଲେ ବନ୍ଧା ହେବେ : ଉପ ମୁଖ୍ୟମନ୍ତ୍ରୀ
1 min read

ବାତ୍ୟା ସମ୍ପର୍କିତ ମିଛ ଖବର ପ୍ରସାରଣ କରି ଲୋକଙ୍କୁ ଭୟଭୀତ କଲେ ବନ୍ଧା ହେବେ : ଉପ ମୁଖ୍ୟମନ୍ତ୍ରୀ

ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ତଥା ଜିଲ୍ଲାର ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ାଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବାତ୍ୟା ପୂର୍ବ ପ୍ରସ୍ତୁତି ଓ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହି କ୍ରମରେ ଆଭାସୀ ମାଧ୍ୟମରେ ଜିଲ୍ଲାର ସମସ୍ତ ବ୍ଲକ ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ବୈଠକରେ ଉପ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ନିର୍ଦ୍ଦେଶ ଦେବା ସହ ‘ଜିରୋ କାଜୁଆଲିଟି’ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟତଃ ତଳିଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ପକ୍କା କୋଠାକୁ ସ୍ଥାନାନ୍ତର କରିବା,

ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।ବାତ୍ୟା ପ୍ରଭାବରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହେଲେ ତୁରନ୍ତ ରାସ୍ତା ସଫା କରିବା ଏବଂ ବିଦ୍ୟୁତ ସରବରାହ ବ୍ୟାହତ ହେଲେ ତ୍ୱରିତ ମରାମତି ପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ରଖିବା ସହ ଭୂସ୍ଖଳନ ର ସମ୍ଭାବନା ଥିବା ଅଞ୍ଚଳ, ଗୋ ସମ୍ପଦ ଓ ଗର୍ଭବତୀ ମାଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ଲୋକଙ୍କୁ ସଚେତନ କରିବା ସହ ଉଭୟ ବ୍ଲକ ଓ ତହସିଲ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଦେଇଥିଲେ। ବାତ୍ୟା ଅର୍ଣବକୁ ଦୃଷ୍ଟିରେ ରଖି ପ୍ରଶାସନ ଗର୍ଭବତୀ ମହିଳାମାନଙ୍କୁ ସଚେତନତା କରି ୧୩୪ଜଣଙ୍କୁ ବିଭିନ୍ନ ସ୍ଥାନାନ୍ତର କରିଥିଲେ। ସେଥିମଧ୍ୟରୁ ୬୪ଜଣ ମହିଳାଙ୍କ ସୁରକ୍ଷିତ ପ୍ରସବ ହୋଇଥିବା ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି। 

ବାତ୍ୟା ଯୋଗୁଁ ଭୁସ୍ଖଳନ ଆଶଙ୍କା ରହିଥିବାରୁ ଜିଲ୍ଲାର ବିଭିନ୍ନ ସମ୍ବେଦନଶିଳ ସ୍ଥାନ ମାନଙ୍କରେ ୪୫ଟି ଜେସିବି ଓ ଅନ୍ୟାନ୍ୟ ଆବଶ୍ୟକ ସରଞାମ ପ୍ରସ୍ତୁତ ରଖାଯାଇଛି। ରାୟଗଡା ବ୍ଲକ ଗୁମ୍ମା ଘାଟିରେ ଭୁସ୍ଖଳନ ହୋଇ ରାସ୍ତା ଜାମ ଆଶଙ୍କା ରହିଥିବାରୁ ପ୍ରଶାସନ ଘାଟିର ଉଭୟ ପାଶ୍ବ  ଗୁମ୍ମା ପଞ୍ଚାୟତ କାର୍ଯ୍ୟାଳୟ ଏବଂ କୁମ୍ବିକୋଟା ଠାରେ ହାଇଡ୍ରୋଲିକ୍ କ୍ରେନ, ଜେସିବି ମହଜୁଦ ରଖିଛି। ଜିଲ୍ଲାରେ ଆଜି ସକାଳୁ ୮.୩୦ରୁ ଅପରାହ୍ନ ୪.୩୦ ଯାଏଁ ୬୭.୧ ମିମି ବର୍ଷା ହୋଇଥିବା ଜରୁରୀ କାଳିନ କାର୍ଯ୍ୟାଳୟରୁ ସୂଚନା ମିଳିଛି। ବୈଠକରେ ଏସପି ରାଜ ପ୍ରସାଦ,ଡିଏଫଓ ସଚ୍ଚିନ ଆନ୍ନାସାହେବ ଆହୋଲ୍ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *