1 min read

ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬ରେ ଭାରତୀୟ ମହିଳା ଖେଳାଳିଙ୍କ ଦମ୍‌ଦାର ପ୍ରଦର୍ଶନ

ନୂଆଦିଲ୍ଲୀ: ସ୍କଟଲ୍ୟାଣ୍ଡର ଗ୍ଲାସଗୋ ସହରରେ ସମ୍ପନ୍ନ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୬ (Commonwealth Games 2026) ରେ ଭାରତୀୟ ଆଥଲେଟ୍‌ମାନେ ପୁଣି ଥରେ ବିଶ୍ୱ କ୍ରୀଡ଼ା ମଞ୍ଚରେ ଦେଶର ଧ୍ୱଜା ଉଡ଼ାଇଛନ୍ତି। ବିଶେଷ କରି ଏହି ସଂସ୍କରଣରେ ଭାରତୀୟ ନାରୀ ଶକ୍ତିର ଅପୂର୍ବ ଦକ୍ଷତା, ସଂକଳ୍ପ ଓ ପ୍ରଭୁତ୍ୱ ସାରା ବିଶ୍ୱକୁ ଚକିତ କରିଛି। ଭାରତ ହାସଲ କରିଥିବା ମୋଟ ୧୩ଟି ସ୍ୱର୍ଣ୍ଣ ପଦକ ମଧ୍ୟରୁ କେବଳ ମହିଳା ଖେଳାଳିମାନେ ୮ଟି ସ୍ୱର୍ଣ୍ଣ କବଜା କରିଛନ୍ତି, ଯାହା ମୋଟ […]

1 min read

ବଲିଉଡ୍‌ର ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଛି

ରକ୍ତ କର୍କଟ (ବ୍ଲଡ୍ କ୍ୟାନ୍ସର) ସହ ଦୀର୍ଘ ଦିନର ସଂଗ୍ରାମ ପରେ ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଛି। ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତ୍ରୀ ବିପନା ଥାପା ତାଙ୍କ ଦେହାନ୍ତ ଖବର ନିଶ୍ଚିତ କରିଛନ୍ତି। ଏହି ଦୁଃଖଦ ଖବର ପ୍ରସାରିତ ହେବା ପରେ ଚଳଚ୍ଚିତ୍ର ଜଗତ ଓ ସାରା ଦେଶର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା […]

1 min read

ତପ୍ତପାଣିରେ ସ୍ୱର୍ଣ୍ଣିମ ଅଧ୍ୟାୟ ଗଞ୍ଜାମ-ଗଜପତି ସୀମାନ୍ତରେ ରାଷ୍ଟ୍ରପତିଙ୍କ ଐତିହାସିକ ଗସ୍ତ; ମା’ କନ୍ଧୁଣୀ ଦେବୀ ଓ ଶ୍ରୀ ନୀଳକଣ୍ଠେଶ୍ଵରଙ୍କ ଆଶୀର୍ବାଦ ଭିକ୍ଷା

ଦିଗପହଣ୍ଡି, ୪।୮: ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟଭରା ପୂର୍ବଘାଟ ପର୍ବତମାଳାର କୋଳରେ ଅବସ୍ଥିତ ତଥା ଗଞ୍ଜାମ-ଗଜପତି ଜିଲା ସୀମାନ୍ତର ପ୍ରସିଦ୍ଧ ଶୈବ ଓ ଶାକ୍ତ ପୀଠ ଏବଂ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ‘ତପ୍ତପାଣି’ ଆଜି ଏକ ନୂତନ ତଥା ସ୍ୱର୍ଣ୍ଣିମ ଇତିହାସର ସାକ୍ଷୀ ହୋଇଛି। ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଏହି ପବିତ୍ର ଉଷ୍ମ ପ୍ରସ୍ରବଣ ପୀଠ ଗସ୍ତ କରି ଏକ ଅବିସ୍ମରଣୀୟ ଅଧ୍ୟାୟର ସୂତ୍ରପାତ କରିଛନ୍ତି। ତପ୍ତପାଣିର ପ୍ରକୃତିଦତ୍ତ […]

1 min read

ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର କଲେ ଉଦ୍‌ଘାଟନ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୩ ତାରିଖ ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ସେ ଓଡ଼ିଶାରେ ରହିବେ। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ସେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୁଲତୋଡ଼ା ଦେଇ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେ […]

1 min read

ବିହାର ଉପନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଐତିହାସିକ ବିଜୟ

ବିହାର ରାଜନୀତିରେ ଏକ ଅଭୂତପୂର୍ବ ଓ ଐତିହାସିକ ଆଲୋଡ଼ନ ସୃଷ୍ଟି ହୋଇଛି। କ୍ଷମତାସୀନ ବିଜେପି-ଜେଡିୟୁ (NDA) ମେଣ୍ଟର ସବୁଠାରୁ ମଜବୁତ ଗଡ଼ ବୋଲାଉଥିବା ଆସନରେ ପ୍ରଶାନ୍ତ କିଶୋରଙ୍କ ନବଗଠିତ ଦଳ ‘ଜନ ସୁରାଜ’ ଏକ ଆଶ୍ଚର୍ଯ୍ୟଜନକ ଓ ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ଦିନରୁ ବିଜେପିର ଏକଚାଟିଆ ଦବ୍‌ଦବା ରହିଥିବା ଏହି ବେଲ୍ଟରେ ପ୍ରଶାନ୍ତ କିଶୋରଙ୍କ ଦଳର ପ୍ରାର୍ଥୀ ବିଜୟୀ ହେବା ପରେ ଏବେ ସାରା ଦେଶର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି—ଏହା କ’ଣ […]

1 min read

ନିଟ୍‌ ପିଜି-୨୦୨୬ ପାଇଁ କଡ଼ା ସୁରକ୍ଷା, ଏଥର ଗୋଟିଏ ପର୍ଯ୍ୟାୟରେ ପରୀକ୍ଷା

ନୂଆଦିଲ୍ଲୀ: ନିଟ୍‌ ପିଜି-୨୦୨୬ ପରୀକ୍ଷାକୁ ସ୍ବଚ୍ଛ, ନିରପେକ୍ଷ ଓ ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧାଜନକ କରିବା ନିମନ୍ତେ କେନ୍ଦ୍ର ସରକାର ବ୍ୟାପକ ପରିବର୍ତ୍ତନ କରିଛନ୍ତି।  ଅଗଷ୍ଟ ୩୦ ତାରିଖ ରବିବାର ସକାଳ ୯ଟାରୁ ଅପରାହ୍ଣ ୧୨ଟା ୩୦ ପର୍ଯ୍ୟନ୍ତ ସାରା ଦେଶରେ ଗୋଟିଏ ପର୍ଯ୍ୟାୟରେ କମ୍ପ୍ୟୁଟର୍‌ଭିତ୍ତିକ ପରୀକ୍ଷା ହେବ। ପରୀକ୍ଷାର୍ଥୀଙ୍କୁ ସକାଳ ୭ଟାରୁ କେନ୍ଦ୍ରରେ ପ୍ରବେଶ ଅନୁମତି ମିଳିବ ଏବଂ ସାଢ଼େ ୮ଟାରେ ପ୍ରବେଶଦ୍ବାର ବନ୍ଦ କରିଦିଆଯିବ।  କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ୍‌ ପ୍ରକାଶ ନଡ୍ଡା ଶନିବାର ନ୍ୟାସନାଲ୍‌ ବୋର୍ଡ ଅଫ୍‌ ଏକ୍‌ଜାମିନେସନ୍ସ ଇନ୍‌ ମେଡିକାଲ୍‌ ସାଇନ୍ସେସ୍‌ (ଏନ୍‌ବିଇଏମ୍‌ଏସ୍‌), ପ୍ରଯୁକ୍ତି ସହଯୋଗୀ ସଂସ୍ଥା ଏବଂ ଅନ୍ୟ ଅଂଶୀଦାରଙ୍କ ପ୍ରସ୍ତୁତି ସମୀକ୍ଷା କରିଥିଲେ।  ପରୀକ୍ଷା ଯେପରି ସୁରୁଖୁରୁରେ, ସୁରକ୍ଷିତ ଓ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ହୁଏ, ତାହା ନିଶ୍ଚିତ କରିବାକୁ ସେ ସମସ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥର ମୋଟ ୨ ଲକ୍ଷ ୭୩ ହଜାର ୧୮୩ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ତୁଳନାରେ ଏହି ସଂଖ୍ୟା ସାଢ଼େ ୧୨ ପ୍ରତିଶତରୁ ଅଧିକ। ପ୍ରାୟ ୩୪୦ଟି ସହରର ୧୩୦୦ରୁ ଅଧିକ କେନ୍ଦ୍ରରେ ପରୀକ୍ଷା ହେବ ଏବଂ ୬୦ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ହେବେ। ପରୀକ୍ଷା କେନ୍ଦ୍ର ବଣ୍ଟନରେ ପୂର୍ବରୁ ପ୍ରଚଳିତ ‘ଆଗେ ଆସିଲେ ଆଗେ ପାଇବେ’ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି।  ପରୀକ୍ଷାର୍ଥୀ ତିନିଟି ରାଜ୍ୟକୁ ପସନ୍ଦ କରିପାରିବେ। ସେମାନଙ୍କ ଚିଠିପତ୍ର ଠିକଣା ଥିବା ରାଜ୍ୟକୁ ପ୍ରଥମ ପସନ୍ଦ କରିବା ବାଧ୍ୟତାମୂଳକ। ଫଳରେ ବାସସ୍ଥାନ ନିକଟରେ କେନ୍ଦ୍ର ମିଳିବାର ସମ୍ଭାବନା ବଢ଼ିବ।  ପରୀକ୍ଷାର ପ୍ରାୟ ତିନି ସପ୍ତାହ ପୂର୍ବରୁ ସହର ସମ୍ପର୍କରେ ସୂଚନା ମିଳିବ। ପୂର୍ବର ୨୦୦ ବଦଳରେ ଏଥର ୧୮୦ଟି ପ୍ରଶ୍ନ ରହିବ। କିନ୍ତୁ ପରୀକ୍ଷା ଅବଧି ୨୧୦ ମିନିଟ୍‌ ରହିବାରୁ ପ୍ରତ୍ୟେକ ପ୍ରଶ୍ନ ପାଇଁ ଅଧିକ ସମୟ ମିଳିବ। ଆବେଦନ ସମୟରେ ଓ ପରୀକ୍ଷା ଦିନ ଆଧାରଭିତ୍ତିକ ପରିଚୟ ଯାଞ୍ଚ କରାଯିବ। ଆଙ୍ଗୁଠି ଛାପ ମେଳ ନ ଖାଇଲେ ଆଖିର ଡୋଳା ଯାଞ୍ଚ କରାଯିବ।

1 min read

ସିନ୍ଧୁ ଚୁକ୍ତି ସ୍ଥଗିତ: ପାକିସ୍ତାନକୁ ଭାରତର କଡ଼ା ଜବାବ

ୱାଶିଂଟନ୍: ସିନ୍ଧୁ ନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ପାଇଁ ଭାରତ ନେଇଥିବା ନିଷ୍ପତ୍ତିକୁ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା ଦୃଢ଼ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଚୁକ୍ତି ସଦ୍ଭାବନା ଓ ବନ୍ଧୁତା ଉପରେ ଆଧାରିତ ଥିଲା, କିନ୍ତୁ ପାକିସ୍ତାନ ନିଜ କାର୍ଯ୍ୟକଳାପ ଦ୍ୱାରା ଦୀର୍ଘ  ଦଶନ୍ଧି ଧରି ଏହାକୁ ଉଲ୍ଲଂଘନ କରିସାରିଛି। ଭାରତର ସ୍ଥଗିତାଦେଶ କେବଳ ସେହି ସତ୍ୟକୁ ଆନୁଷ୍ଠାନିକ ଭାବେ ସ୍ୱୀକାର କରିଛି। ୧୯୬୦ ଚୁକ୍ତି ଅନୁଯାୟୀ ପାକିସ୍ତାନକୁ ୮୦ ପ୍ରତିଶତ ଜଳ ମିଳୁଥିବା ବେଳେ ଭାରତ ମାତ୍ର ୨୦ ପ୍ରତିଶତ ପାଉଥିଲା।  ଏହି ଅସମାନତା ସତ୍ତ୍ୱେ ଭାରତ ଚୁକ୍ତିକୁ ସମ୍ମାନ ଦେଇଆସିଥିଲା, ମାତ୍ର ପାକିସ୍ତାନ ଏହାର ନବୀକରଣ ଓ ଆଧୁନିକୀକରଣରେ କ୍ରମାଗତ ବାଧା ସୃଷ୍ଟି କରିଛି। ପାକିସ୍ତାନର ଜଳସଙ୍କଟ ପାଇଁ ଭାରତ ନୁହେଁ, ବରଂ ସେଠାକାର ଖରାପ ଆଭ୍ୟନ୍ତରୀଣ ଜଳ ପରିଚାଳନା ଦାୟୀ।  ପାକିସ୍ତାନ ପାଉଥିବା ଜଳରୁ ୩୦ ପ୍ରତିଶତରୁ ଅଧିକ ଜଳ ବାଟରେ ନଷ୍ଟ ହେଉଥିବା ବେଳେ ବହୁ ପରିମାଣର ଜଳ ଅବ୍ୟବହୃତ ହୋଇ ସମୁଦ୍ରକୁ ବହିଯାଉଛି। ଦ୍ୱିପାକ୍ଷିକ ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରି ସେ କହିଛନ୍ତି ଯେ “ସନ୍ତ୍ରାସବାଦ ଓ ଆଲୋଚନା, ସନ୍ତ୍ରାସବାଦ ଓ ବାଣିଜ୍ୟ ଏବଂ ରକ୍ତ ଓ ପାଣି କେବେହେଲେ ଏକାଠି ବହିପାରିବ ନାହିଁ।” ସୂଚନାଯୋଗ୍ୟ, ୨୦୨୫ ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମଠାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତ ଏହି ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା।

1 min read

ଶିବମୋଗାରେ ଭୂସ୍ଖଳନ

ବେଙ୍ଗାଲୁରୁ:କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଥିର୍ଥହାଲ୍ଲି ତାଲୁକରେ ଲଗାତାର ପ୍ରବଳ ବର୍ଷା  ଯୋଗୁଁ ରବିବାର ପ୍ରତ୍ୟୁଷରେ ହୋଇଥିବା ଭୂସ୍ଖଳନରେ ଏକ କୁଡ଼ିଆ ମାଟି ତଳେ ଚାପି ହୋଇଯାଇଛି।  ଫଳରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କରେ ଜଣେ ତିନି ବର୍ଷର ଶିଶୁ ମଧ୍ୟ ଅଛନ୍ତି। ରିପୋର୍ଟ ଅନୁସାରେ, ଘଟଣା ରବିବାର ରାତି ପ୍ରାୟ ସାଢ଼େ ୨ଟା ସମୟରେ ତୀର୍ଥହଲ୍ଲୀର ଇନ୍ଦିରା ନଗରରେ ଘଟିଥିଲା। ମାଲନାଡ ଅଞ୍ଚଳରେ ନିରନ୍ତର ପ୍ରବଳ ବର୍ଷା ଯୋଗୁଁ ପାହାଡର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା।  ବହୁ ପରିମାଣର କାଦୁଅ ଏବଂ ମାଟି ପଥର, କାମରୁ ଫେରି କୁଡ଼ିଆରେ ଶୋଇଥିବା ଶ୍ରମିକ ପରିବାରର ସଦସ୍ୟଙ୍କ ଉପରେ ପଡ଼ିଥିଲା।ମୃତକମାନେ ହେଲେ ମଲ୍ଲିକାର୍ଜୁନ (୩୦), ନାଗାବେଣୀ (୨୭) ଏବଂ ସେମାନଙ୍କର ତିନି ବର୍ଷର ପୁଅ ସନ୍ତୋଷ।  ପରିବାର କୋପ୍ପାଲ ଜିଲ୍ଲାର ଗଙ୍ଗାବତୀ ତାଲୁକର କକ୍କାରଗୋଲ ଗାଁରୁ ଶ୍ରମିକ ଭାବରେ କାମ କରିବାକୁ ଆସିଥିଲେ। ଘଟଣା ପରେ ପୁଲିସ, ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଦଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ଘଣ୍ଟାର ପ୍ରୟାସ ପରେ,ଭଗ୍ନାବଶେଷ ତଳେ ଚାପି ହୋଇଥିବା ତିନି ଜଣଙ୍କ ମୃତଦେହ ବାହାର କରାଯାଇଥିଲା।

1 min read

ରାଜଧାନୀରେ  ଭୂକମ୍ପ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରବିବାର (୨ ଅଗଷ୍ଟ) ଭୋର ପ୍ରାୟ ୪ଟା୧୪ ସମୟରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ୨.୯ ତୀବ୍ରତାର ଭୂମିକମ୍ପର ପ୍ରଭାବ ଅନୁଭବ ହୋଇଥିବା ସୂଚନା ମିଳିଛି।  ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ୨ ଅଗଷ୍ଟ, ୨୦୨୬ ରବିବାର ସକାଳ ୪:୧୪:୦୧ (IST) ସମୟରେ ଉତ୍ତର ଦିଲ୍ଲୀରେ ୨.୯ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପ ଘଟିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ୨୮.୭୨୧ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୬.୯୫୭ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା, ଯାହାର ଗଭୀରତା ୮ କିଲୋମିଟର ରେକର୍ଡ କରାଯାଇଥିଲା।  ଅଗଭୀର ଗଭୀରତା ଯୋଗୁ, ଆଖପାଖ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥାଇପାରେ; କିନ୍ତୁ, ୨.୯ ତୀବ୍ରତାର ଭୂମିକମ୍ପକୁ ସାଧାରଣତଃ ମୃଦୁ ବୋଲି ବିବେଚନା କରାଯାଏ ଏବଂ ବଡ଼ କ୍ଷତି ହେବାର ସମ୍ଭାବନା କମ। ଭୂମିକମ୍ପ ହେବା ସମୟରେ, ରାଜଧାନୀର ବାସିନ୍ଦା ପ୍ରାୟ ନିଦରେ ଶୋଇଥିଲେ। କେତେକ ଲୋକ ଭୂମିକମ୍ପ ଅନୁଭବ କରିଥିଲେ, ଅନ୍ୟମାନେ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। କାରଣ ତୀବ୍ରତା କମ ଥିଲା, ଅନେକ ଏହାକୁ ଆଦୌ ଜାଣିପାରି ନଥିଲେ। ଭୂମିକମ୍ପ ପରେ ରାଜଧାନୀରୁ କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ।

1 min read

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଜରୁରୀ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନିଶା ମୁକ୍ତ ଭାରତ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନ ପାଇଁ ପ୍ରେରିତ କରିବା ସହ ଏକ ବିକଶିତ ଭାରତ ଗଠନରେ ସାମିଲ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ  ଆରମ୍ଭ କରିଛନ୍ତି ‘ନିଶା ମୁକ୍ତ ଯୁବା ଫର୍ ବିକଶିତ ଭାରତ ସଂକଳ୍ପ ଅଭିଯାନ’।  ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଜାତୀୟ ଅଭିଯାନର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।   ନିଶାମୁକ୍ତ ଭାରତ ପାଇଁ ଆରମ୍ଭ ହୋଇଛି ୧୦୦ ସପ୍ତାହର ଜନଭାଗିଦାରୀ ଅଭିଯାନ। ପ୍ରତି ରବିବାର ସାରା ଦେଶରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ଦୂତ ହେବାକୁ ପ୍ରେରିତ କରିବା ହେଉଛି  ଏହି ଅଭିଯାନର ମୂଳ ଲକ୍ଷ୍ୟ।  ଅଭିଯାନ ଅଧୀନରେ କ୍ରୀଡ଼ା ପ୍ରତିଯୋଗିତା, ୱାକାଥନ୍, ଧ୍ୟାନ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ, ସଚେତନତା ରାଲି, ନୁକ୍କଡ଼ ନାଟକ, ଆଲୋଚନା ଚକ୍ର, ଚିତ୍ରାଙ୍କନ ପ୍ରତିଯୋଗିତା ଓ ବିଭିନ୍ନ ସାମାଜିକ ସମ୍ପୃକ୍ତି କାର୍ଯ୍ୟକ୍ରମ ଆୟୋଜନ କରାଯିବ।  ଏହା ମାଧ୍ୟମରେ ଡ୍ରଗ୍ସ ବିରୋଧରେ ଏକ ସାମୂହିକ ଜନଆନ୍ଦୋଳନ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଅଭିଯାନରେ ଦେଶର ୧୦ ହଜାରରୁ ଅଧିକ ସ୍ଥାନରୁ ଯୁବପିଢ଼ି ସାମିଲ ହୋଇଛନ୍ତି।  MY Bharat ସ୍ୱେଚ୍ଛାସେବକ, ନ୍ୟାସନାଲ୍ ସର୍ଭିସ୍ ସ୍କିମ୍ (NSS), ଯୁବ କ୍ଲବ୍, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ,  ଶିଳ୍ପ ସଂଘର ଯୁବ ଶାଖା ଓ ୧୨୫ରୁ ଅଧିକ ଆଧ୍ୟାତ୍ମିକ ସଂଗଠନ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଛନ୍ତି।