1 min read

ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବାକୁ ପଡ଼ିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦୀପାବଳି ମିଳନ ସମାରୋହରେ ସମ୍ବୋଧିତ କରିଛନ୍ତି। ଗଣମାଧ୍ୟମ କର୍ମଚାରୀଙ୍କୁ ଉଲ୍ଲେଖ କରି ସେ କହିଥିଲେ ଯେ ସେମାନଙ୍କ ଜୀବନ ସମୟସୀମା ଦ୍ୱାରା ପରିଚାଳିତ। ସେ ମନ୍ତବ୍ୟ ଦେଇଥିଲେ ଯେ ପୂର୍ବରୁ କୁହାଯାଉଥିଲା ଯେ ପ୍ରତ୍ୟେକ ଘରେ କ୍ରିକେଟ ବିଶେଷଜ୍ଞ ମିଳିଥାଏ। ଆଜି କୁହାଯାଏ ଯେ ପ୍ରତ୍ୟେକ ଖବରର ବିଶେଷଜ୍ଞ ପ୍ରତ୍ୟେକ ରାସ୍ତାରେ ମିଳିଥାଏ। ସେ ଦେଶବାସୀଙ୍କୁ ଦୀପାବଳି ଏବଂ ଛଟ୍ ରେ ତାଙ୍କର ଶୁଭେଚ୍ଛା […]

1 min read

ଏୟାର ଇଣ୍ଡିଆ ବିମାନକୁ ହାଇଜାକ ଧମକ

କୋଲକାତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ଖେଳିଯାଇଛି ହଇଚଇ। କୋଲକାତାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ଉଡ଼ାଣ ପୂର୍ବରୁ କ୍ୟାନ୍‌ସେଲ୍‌ କରାଯାଇଛି। ବିମାନର ପାଇଖାନାରୁ ଏକ କାଗଜପତ୍ରରେ ଅପହରଣ ଧମକପୂର୍ଣ୍ଣ ନୋଟ୍‌ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି। ନୋଟ୍‌ ମିଳିବା ପରେ ବିମାନ କର୍ମଚାରୀମାନେ ତତ୍‌କ୍ଷଣାତ୍‌ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ଟାଓ୍ବାରକୁ ସତର୍କ କରାଇଥିଲେ। ସୁରକ୍ଷା ଦୃଷ୍ଟିରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯାଇଥିଲା […]

1 min read

୧୯ ବର୍ଷରୁ କମ୍ ଏସିଆ କପ୍‌ ସେମିଫାଇନାଲରେ ଆଫଗାନିସ୍ତାନକୁ ଧୂଳି ଚଟାଇଲା ଭାରତ

୨୦୨୬ର ଫାଇନାଲରେ ଶାନଦାର ଏଣ୍ଟ୍ରି ମାରିଛି ଭାରତୀୟ ଦଳ। ଓମାନର ଅଲ୍ ଅମରାତଠାରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଆଫଗାନିସ୍ତାନକୁ ୮ ୱିକେଟ୍‌ରେ ଏକତରଫା ଭାବେ ପରାସ୍ତ କରି ଟିମ୍ ଇଣ୍ଡିଆ ଟାଇଟଲ ଲଢ଼େଇ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏହି ବିଜୟ ସହ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଫାଇନାଲରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନଠାରୁ ମିଳିଥିବା ପରାଜୟର ପ୍ରତିଶୋଧ ନେବା ପାଇଁ ଯୁବ ବ୍ରିଗେଡ୍‌ଙ୍କ ପାଖରେ ଏହା ଏକ […]

1 min read

ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ପଦ ଛାଡ଼ିବାକୁ ଚାହୁଛନ୍ତି ଅକ୍ଷର ପଟେଲ

ଆଗାମୀ ଆଇପିଏଲ୍ (IPL) ଋତୁ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ (DC) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦଳର ଅଧିନାୟକ ତଥା ଷ୍ଟାର ଅଲ୍‌ରାଉଣ୍ଡର ଅକ୍ଷର ପଟେଲ ଆସନ୍ତା ସଂସ୍କରଣରେ ନେତୃତ୍ୱ ଦାୟିତ୍ୱ ଛାଡ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଗତ ଦୁଇଟି ଋତୁରେ ତାଙ୍କ ନେତୃତ୍ୱରେ ଦଳ ପ୍ଲେଅଫ୍‌ରେ ପହଞ୍ଚିବାରେ ବିଫଳ ହୋଇଥିବାରୁ ଏହି ୩୨ ବର୍ଷୀୟ କ୍ରିକେଟର ଜଣକ ଆଉ ଅଧିନାୟକ ପଦରେ ରହିବାକୁ ଚାହୁନାହାନ୍ତି। ତେବେ ଆସନ୍ତା ମାସରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ […]

1 min read

କୋଲକାତା – ସାଇରଙ୍ଗ ଏକ୍ସପ୍ରେସ୍‌ର ୬ ବଗି ଲାଇନଚ୍ୟୁତ

ଗୌହାଟୀ : ଭୟଙ୍କର ଟ୍ରେନ ଦୁର୍ଘଟଣା । ଆସାମର ଗୌହାଟୀ ନିକଟସ୍ଥ ଦିଗାରୁ ଅଞ୍ଚଳରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ମିଜୋରାମରୁ କୋଲକାତା ଯାଉଥିବା ଟ୍ରେନ୍ର ଇଞ୍ଜିନ୍ ସମେତ ୭ଟି ବଗି ଲାଇନଚ୍ୟୁତ ହୋଇଛି । ପ୍ୟାସେଞ୍ଜର ବଗି ୬ଟି ରହିଛି । ଆଜି ଭୋର ପ୍ରାୟ ୬ଟା ୪୫ ମିନିଟ ଏହି ଦୁର୍ଘଟଣା ଘଟିଛି । କୋଲକାତାରୁ ସାଇରଙ୍ଗ ଯାଉଥିଲା କୋଲକାତା-ସାଇରଙ୍ଗ ଏକ୍ସପ୍ରେସ୍ । ଏପର୍ଯ୍ୟନ୍ତ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ଘଟଣାସ୍ଥଳରେ ପହଞ୍ଚିଲେ ବରିଷ୍ଠ ରେଲୱେ ଅଧିକାରୀ […]

1 min read

ଦିଲ୍ଲୀ-ଏନ୍‌ସିଆର୍‌ରେ ଚିନ୍ତା ବଢ଼ାଇଛି ପ୍ରଦୂଷଣ

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ପ୍ରଦୂଷଣ ସମସ୍ୟା ଚିନ୍ତା ବଢାଇ ଚାଲିଛି। ବାୟୁ ଗୁଣବତ୍ତା ହ୍ରାସ ପାଉଥିବାରୁ ଗ୍ରାପ୍‌ (ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍)-୩ କଟକଣା ଲାଗୁ ହୋଇଛି। ତେବେ ଗ୍ରାପ୍‌ -୩ କଟକଣା ସତ୍ତ୍ବେ ପ୍ରଦଷଣରୁ ଆଶ୍ବସ୍ତି ମିଳିନାହିଁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ତଥ୍ୟ ଅନୁଯାୟୀ ବୁଧବାର ସକାଳେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୯୯ ରହିଥିଲା। ଏହା ଖରାପ ଶ୍ରେଣୀରେ ଆସୁଥିଲା। ଗୁରୁଗ୍ରାମରେ ୨୯୫ ଓ ନୋଏଡାରେ ୨୭୬ ରେକର୍ଡ଼ କରିଯାଇଥିଲା। ରାଜଧାନୀ ବିଭିନ୍ନ ଅଞ୍ଚଳରେ ପ୍ରଦୂଷଣ […]

1 min read

ଏୟାର ଇଣ୍ଡିଆ ବିମାନକୁ ହାଇଜାକ ଧମକ

କୋଲକାତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ଖେଳିଯାଇଛି ହଇଚଇ। କୋଲକାତାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ଉଡ଼ାଣ ପୂର୍ବରୁ କ୍ୟାନ୍‌ସେଲ୍‌ କରାଯାଇଛି। ବିମାନର ପାଇଖାନାରୁ ଏକ କାଗଜପତ୍ରରେ ଅପହରଣ ଧମକପୂର୍ଣ୍ଣ ନୋଟ୍‌ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି। ନୋଟ୍‌ ମିଳିବା ପରେ ବିମାନ କର୍ମଚାରୀମାନେ ତତ୍‌କ୍ଷଣାତ୍‌ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ଟାଓ୍ବାରକୁ ସତର୍କ କରାଇଥିଲେ। ସୁରକ୍ଷା ଦୃଷ୍ଟିରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯାଇଥିଲା […]

1 min read

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହମଲା

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ଆତଙ୍କୀ ହାମଲା। କାଶ୍ମୀର ଉପତ୍ୟକାର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ଏକ ସିଆରପିଏଫ ଦଳ ଉପରେ ଗୁଳି ଚଳାଇଛନ୍ତି। ଗୁଳିଚାଳନା ଫଳରେ ତିନି ଜଣ ସିଆରପିଏଫର ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଟ୍ରୋଲିଂ ସମୟରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ ଆତଙ୍କବାଦୀମାନେ ଖସିଯିବାକୁ ଚେଷ୍ଟା କରିଥିଲେ। କୁଲଗାମ କ୍ୱିକ୍ ରିଆକ୍ସନ୍ ଟିମ୍ ଆକ୍ରମଣ ସ୍ଥାନରେ ପହଞ୍ଚିଛି। ଦଳ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛି। ସିଆରପିଏଫ ଅନୁଯାୟୀ, […]

1 min read

କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି                         

୬୨ ହଜାର କୋଟି ସବ୍‌ସିଡିକୁ ମଞ୍ଜୁରୀ ଦିଲ୍ଲୀରେ ନିର୍ମାଣ ହେବ ‘ଯୁଗେ ଯୁଗେ ଭାରତ ସଂଗ୍ରହାଳୟ’ ରବି ଋତୁ ପାଇଁ ୬୨ ହଜାର ୩୭୦ କୋଟି ଟଙ୍କାର ସାର ସବ୍‌ସିଡିକୁ ମଞ୍ଜୁରୀ ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରେ ପ୍ରଥମ ବଡ଼ ନିଷ୍ପତ୍ତି ହେଉଛି ନର୍ଥ ଏବଂ ସାଉଥ ବ୍ଲକର […]

1 min read

୧୫ରେ ବଙ୍ଗୋପସାଗରରେ ଅବପାତ!

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ପାଣିପାଗ ପରିବର୍ତ୍ତନର ସଙ୍କେତ। ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଧୀରେ ଧୀରେ ଏହି ପାଣିପାଗ ପ୍ରଣାଳୀ ଶକ୍ତିଶାଳୀ ହେବା ନେଇ ଆକଳନ କରାଯାଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୧୪ ତାରିଖ ବେଳକୁ […]