ଦନ୍ତହାତୀ ଆତଙ୍କ : ଗର୍ଭବତୀ ମହିଳା ସହିତ ଶିଶୁପୁତ୍ରର ଜୀବନ ନେଲା, ଅନ୍ୟ ତିନି ଶିଶୁ ଗୁରୁତର
ସୁନ୍ଦରଗଡ଼,୧୪/୮(ପିପିଏସ): ସୁନ୍ଦରଗଡ଼ ଜିଲା ବରସୁଆଁ ଫରେଷ୍ଟ ରେଞ୍ଜ ଅଂଚଳରେ ଦେଖାଦେଇଛି ଦନ୍ତାହାତୀ ଆତଙ୍କ l କୋଇଡା ବ୍ଲକ କୋଇଡା ଗ୍ରାମ ପଞ୍ଚାୟତର ବାଲିଝୁଡ଼ି ଗ୍ରାମରେ ଘଟିଛି ମର୍ମନ୍ତୁଦ ଘଟଣା l କାନ୍ଥ ପଡି ଜଣେ ଗର୍ଭବତୀ ମହିଳାଙ୍କ ସମେତ କୁନିଶିଶୁ ପୁତ୍ରଙ୍କ ଜୀବନ ଯାଇଥିବାବେଳେ, ଅନ୍ୟ ତିନିଜଣ ଶିଶୁ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବାଲିଝୁଡ଼ି ଗ୍ରାମର ଭରତ ଭୋଗତା ୪ ଦିନ ତଳେ ଦାଦନ ଖଟିବା ପାଇଁ ବେଙ୍ଗାଲୁରୁ ଯାଇଥିଲେ। ଘରେ ସ୍ତ୍ରୀ […]
ବାରଣାସୀ ସର୍ବସେବା ସଂଘ ଜମି ଫେରି ପାଇବା ପାଇଁ ସତ୍ୟାଗ୍ରହ
ଜଗତସିଂହପୁର,୧୩/୮/୨୪(ପିପିଏସ) : ଜଗତସିଂପୁର ସହର ମଧ୍ୟରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ, ଉତ୍କଳ ସର୍ବୋଦୟ ମଣ୍ଡଳ ଜଗତ ସିଂହପୁର ଶାଖା ପକ୍ଷରୁ ପ୍ରତୀକ ସତ୍ୟାଗ୍ରହ କରା ଯାଇଛି l ଏହି ସତ୍ୟାଗ୍ରହରେ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ବାରିକ, ସମ୍ପାଦକ ରବି ମହାନ୍ତି, ବରିଷ୍ଟ ସର୍ବୋଦୟ ଚିନ୍ତକ ଗୌରାଙ୍ଗ ଚରଣ ହୋତା ତଥା ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସୂଚନା ଅନୁଯାୟୀ ବାରଣାସୀ ସ୍ଥିତ ସନ୍ଥ ବିନୋବା ଭାବେ ଏବଂ ତତ୍କାଳୀନ ଭାରତର ମହାମନିଷୀ […]
ସସ୍ପେଣ୍ଡକୁ ନେଇ ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା : “ପୁନଃ ବିଚାର ଲାଗି ଆବେଦନ କରିବି”
ନୂଆଦିଲ୍ଲୀ/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ସସ୍ପେଣ୍ଡକୁ ନେଇ ସାମ୍ନାକୁ ଆସିଲା ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା । ପ୍ରମୋଦ କହିଛନ୍ତି, ଏହା ଏକ ଟେକ୍ନିକାଲ ଇସ୍ୟୁ, ମୋର କିଛି ଭୁଲ ନାହିଁ । ଏହା ୱାଡ଼ାର ବହୁତ ବଡ଼ କଠିନ ନିଷ୍ପତ୍ତି, ମୁଁ ଗଭୀର ଭାବେ ଦୁଃଖିତ। ତଥାପି ପୁନଃ ବିଚାର ଲାଗି ମୁଁ ଆବେଦନ କରିବି ବୋଲି ପ୍ରମୋଦ କହିଛନ୍ତି। ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ବିଶ୍ବ ବ୍ୟାଡମିଣ୍ଟନ ଫେଡେରେଶନ ୧୮ ମାସ ପାଇଁ […]
କଟକ ସରକାରୀ ଅଭ୍ୟାସ ଉଚ୍ଚ ବାଳିକା ବିଦ୍ୟାଳୟର କୃତୀ ଛାତ୍ରୀ ସମ୍ବର୍ଦ୍ଧିତ
କଟକ,୧୩/୮/୨୪(ପିପିଏସ) : କଟକ ସରକାରୀ ଅଭ୍ୟାସ ଉଚ୍ଚ ବାଳିକା ବିଦ୍ୟାଳୟ ରେ ୨୦୨୩-୨୦୨୪ ମସିହା ଦଶମ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଶିଷ୍ଟ ସମାଜସେବୀ ତଥା କଟକ ବାଲୁବଜାର ପୂଜା କମିଟି ସଭାପତି ପୃଥ୍ୱୀରାଜ ସାହୁଙ୍କ ଦ୍ୱାରା ଆୟୋଜିତ ହୋଇଥିଲା I ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅଙ୍ଗୁରବାଳା ସାହୁ ସଭାପତିତ୍ୱ କରିଥିବା ବେଳେ କଟକ ଲାଲବାଗ ଥାନାର ଭାରପ୍ରାପ୍ତ ଅଧିକାରୀ ଦୟାନିଧି ନାୟକ ମୂଖ୍ୟ ଅତିଥି […]
ଆସିଲା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ : ସ୍ୱାଧୀନତା ଦିବସ ଉତ୍ସବରେ ଯୋଗଦେବେ ଗୁପଚୁପ ବିକାଳି
ନୂଆଦିଲ୍ଲୀ/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ୭୮ତମ ସ୍ୱାଧୀନତା ଦିବସ ପୂର୍ବରୁ ଜଣେ ୫୦ ବର୍ଷୀୟ ଗୁପଚୁପ ବିକ୍ରେତାଙ୍କୁ ଅଗଷ୍ଟ ୧୫ ତାରିଖରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଆଟ୍ ହୋମ୍ ନିମନ୍ତ୍ରଣ ମିଳିଥିଲା। ସେ ହେଉଛନ୍ତି ମେଘବର୍ତ୍ତ ଚିରଞ୍ଜୀବୀ। ସୋମବାର ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। କିଛି ସପ୍ତାହ ତଳେ ଯେତେବେଳେ ଚିରଞ୍ଜୀବୀଙ୍କୁ ଡକାଯାଇଥିଲା, ସେତେବେଳେ ସେ ଏହା ଏକ ମଜାଳିଆ କଲ୍ ବୋଲି ଭାବିଥିଲେ, ତେଣୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଛନ୍ତି, […]
ଆଶାରାମଙ୍କୁ ମିଳିଲା ୭ ଦିନର ପାରୋଲ : ପୁଲିସ ହେପାଜତରେ ଚିକିତ୍ସା ପାଇଁ ଯିବେ ମହାରାଷ୍ଟ୍ର
ଯୋଧପୁର/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ଯୌନ ନିର୍ଯାତନା ଅଭିଯୋଗରେ ଯୋଧପୁର ସେଣ୍ଟ୍ରାଲ ଜେଲରେ ଦଣ୍ଡ ଭୋଗୁଥିବା ବିବାଦୀୟ ଧର୍ମଗୁରୁ ଆଶାରାମଙ୍କୁ କୋର୍ଟ ୭ ଦିନିଆ ପାରୋଲ ପ୍ରଦାନ କରିଛନ୍ତି। ରାଜସ୍ଥାନ ହାଇକୋର୍ଟ ଆଶାରାମଙ୍କୁ ଚିକିତ୍ସା ପାଇଁ ପାରୋଲ ପ୍ରଦାନ କରିଛନ୍ତି। ଆଶାରାମଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ପାରୋଲ ମିଳିଛି । ପୁଲିସ ହେପାଜତରେ ଚିକିତ୍ସା ପାଇଁ ଆଶାରାମ ମହାରାଷ୍ଟ୍ର ଯିବେ । ଆଶାରାମଙ୍କ ମହାରାଷ୍ଟ୍ରରେ ଚିକିତ୍ସା କରାଯିବ। ହାଇକୋର୍ଟର ବିଚାରପତି ଡକ୍ଟର ପୁଷ୍ପେନ୍ଦ୍ର ସିଂ ଭାଟିଙ୍କୁ ନେଇ ଗଠିତ […]
ଅବକାରୀ ସ୍କାନରରେ ବେଆଇନ୍ ମଦ ଦୋକାନ
ଭୁବନେଶ୍ୱର,୧୩/୮/୨୪(ପିପିଏସ) : ରାଜଧାନୀରେ ଚାଲିଥିବା ବେଆଇନ୍ ମଦ ଦୋକାନ ଉପରେ ରହିବ କଡ଼ା ନଜର । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଠିପି ଖୋଲା ମଦ ଦୋକାନ ଏବେ ସ୍କାନରେ ଅଛନ୍ତି। ମଦ ଦୋକାନଗୁଡିକ ଉପରେ ନଜର ରଖିବାକୁ ଜିଲ୍ଲା ଅବକାରୀ ଅଧୀକ୍ଷକ ନିର୍ଦ୍ଦେଶ ଜାରି କରିଛନ୍ତି। ନିୟମ ଉଲ୍ଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ରାଜଧାନୀରେ କିଛି ଠିପି ଖୋଲା ବେଆଇନ୍ ମଦ ଦୋକାନ ଓ ବାର୍ ନିୟମ ଉଲ୍ଲଂଘନ କରି ବିଳମ୍ବିତ ରାତି […]
କଟକରେ ଘରେ ଘରେ ତ୍ରିରଙ୍ଗା ରାଲିକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା
କଟକ: ୧୩-୦୮-୨୪(ପିପିଏସ ): ଜାତୀୟତାର ପ୍ରତୀକ ତ୍ରିରଙ୍ଗାକୁ ସମ୍ମାନ ଜଣାଇ ଦେଶବ୍ୟାପୀ ଚାଲିଥିବା ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ତ୍ରିରଙ୍ଗା ରାଲିକୁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ଆୟୋଜିତ ଏହି ବିଶାଳ ରାଲି […]
ମହିଳା ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ : ସମ୍ପର୍କୀୟଙ୍କ ମାଡ଼ରେ ଗୁରୁତର ଡାକ୍ତର ଆଇସିୟୁରେ ଭର୍ତ୍ତି
କଟକ,୧୩/୮/୨୪(ପିପିଏସ) : କଟକସ୍ଥିତ ଏସସିବି ମେଡିକାଲରୁ ମଙ୍ଗଳବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୨ ଜଣ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କାର୍ଡିଓଲୋଜୀ ବିଭାଗର ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଶୁକ୍ରବାର କଟକ ଏସସିବିରେ ଦୁଇଜଣ ରୋଗୀ କାର୍ଡିଓଲୋଜି ବିଭାଗକୁ ଆସିଥିଲେ। ଡାକ୍ତର ସେମାନଙ୍କୁ ଇସିଜି କରିବାକୁ କହିବା ସହ ରବିବାର ଆସିବାକୁ ପରାମର୍ଶ ଦେଇଥିଲେ। ରବିବାର […]
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନାଁରେ ହତ୍ୟା ମାମଲା
ଢାକା/ଭୁବନେଶ୍ୱର:୧୩-୦୮-୨୪(ପିପିଏସ ): ଦେଶରୁ ବିତାଡ଼ିତ ହୋଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି। ଗତ ମାସରେ ହୋଇଥିବା ହିଂସାକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଶେଖ୍ ହସିନା ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ମଙ୍ଗଳବାର ଗଣମାଧ୍ୟମ ରିପୋର୍ଟରୁ ଏହି ଖବର ସାମ୍ନାକୁ ଆସିଛି। ବାଂଲାଦେଶରେ ହିଂସା ଏବଂ ସରକାର ଭାଙ୍ଗିବା ପରେ ଶେଖ୍ ହସିନାଙ୍କ ବିରୋଧରେ ଏହା ପ୍ରଥମ ମାମଲା। ବାଂଲାଦେଶୀ […]
