ମହିଳା ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ : ସମ୍ପର୍କୀୟଙ୍କ ମାଡ଼ରେ ଗୁରୁତର ଡାକ୍ତର ଆଇସିୟୁରେ ଭର୍ତ୍ତି

କଟକ,୧୩/୮/୨୪(ପିପିଏସ) : କଟକସ୍ଥିତ ଏସସିବି ମେଡିକାଲରୁ ମଙ୍ଗଳବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୨ ଜଣ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କାର୍ଡିଓଲୋଜୀ ବିଭାଗର ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ‌ଅନୁସାରେ, ଶୁକ୍ରବାର କଟକ ଏସସିବିରେ ଦୁଇଜଣ ରୋଗୀ କାର୍ଡିଓଲୋଜି ବିଭାଗକୁ ଆସିଥିଲେ। ଡାକ୍ତର ସେମାନଙ୍କୁ ଇସିଜି କରିବାକୁ କହିବା ସହ ରବିବାର ଆସିବାକୁ ପରାମର୍ଶ ଦେଇଥିଲେ। ରବିବାର ସେମାନେ ଆସିବା ପରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ସଂପର୍କୀୟଙ୍କ ଆକ୍ରମଣରେ ଅଭିଯୁକ୍ତ ଡାକ୍ତର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ଆଇସିୟୁରେ ଭର୍ତ୍ତି କରାଯାଇଛି। ଦୁଷ୍କର୍ମ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର। ପୋଲିସ ଘଟଣାକୁ ଗୁରୁତର ସହ ନେଇଛି । ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ ତଦନ୍ତ କରାଯିବ। ୧୬୧, ୧୬୪ ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ।

Leave A Reply

Your email address will not be published.