ସସ୍‌ପେଣ୍ଡକୁ ନେଇ ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା : “ପୁନଃ ବିଚାର ଲାଗି ଆବେଦନ କରିବି”
1 min read

ସସ୍‌ପେଣ୍ଡକୁ ନେଇ ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା : “ପୁନଃ ବିଚାର ଲାଗି ଆବେଦନ କରିବି”

ନୂଆଦିଲ୍ଲୀ/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ସସ୍‌ପେଣ୍ଡକୁ ନେଇ ସାମ୍ନାକୁ ଆସିଲା ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା । ପ୍ରମୋଦ କହିଛନ୍ତି, ଏହା ଏକ ଟେକ୍ନିକାଲ ଇସ୍ୟୁ, ମୋର କିଛି ଭୁଲ ନାହିଁ । ଏହା ୱାଡ଼ାର ବହୁତ ବଡ଼ କଠିନ ନିଷ୍ପତ୍ତି, ମୁଁ ଗଭୀର ଭାବେ ଦୁଃଖିତ। ତଥାପି ପୁନଃ ବିଚାର ଲାଗି ମୁଁ ଆବେଦନ କରିବି ବୋଲି ପ୍ରମୋଦ କହିଛନ୍ତି। ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ବିଶ୍ବ ବ୍ୟାଡମିଣ୍ଟନ ଫେଡେରେଶନ ୧୮ ମାସ ପାଇଁ ସସ୍‌ପେଣ୍ଡ କରିଛି। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ସେ ସସ୍‌ପେଣ୍ଡ ହୋଇଛନ୍ତି। ଫଳରେ ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରମୋଦ ଭାଗ ନେଇପାରିବେନି। ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ପ୍ରମୋଦଙ୍କୁ ସ୍ବର୍ଣ୍ଣ ମିଳିଥିଲା।

Leave a Reply

Your email address will not be published. Required fields are marked *