1 min read

ଦୁଷ୍କର୍ମ ଓ ଯୌନ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବ “ଅପରାଜିତା”

କୋଲକାତା/ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ଦୁଷ୍କର୍ମ ଏବଂ ଯୌନ ଅପରାଧ ବିରୋଧରେ ଆଇନକୁ କଠୋର କରିବାକୁ ଲକ୍ଷ୍ୟ ରଖି ପଶ୍ଚିମବଙ୍ଗ ବିଧାନସଭାରେ ସର୍ବସମ୍ମତି କ୍ରମେ ‘ଅପରାଜିତା’ ବିଲ୍ ପାରିତ ହୋଇଛି। ଗତ ମାସରେ ଆର.ଜି କର ମେଡିକାଲ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ଦୁଃଖଦ ଦୁଷ୍କର୍ମ ପରେ ହତ୍ୟା ଘଟଣା ନେଇ ଏହି ଗୁରୁତର ଅପରାଧର ସମାଧାନ ପାଇଁ କେନ୍ଦ୍ରୀୟ ଆଇନରେ ସଂଶୋଧନ କରି ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ପାଲଟିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି […]

1 min read

ସୁଧୁରୁ ନାହାଁନ୍ତି କଙ୍ଗନା : ଫିଲ୍ମ “ଏମରଜେନ୍ସି” କୁ ନେଇ କହିଦେଲେ ଏମିତି କଥା !

ନୂଆଦିଲ୍ଲୀ/ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : କଙ୍ଗନାଙ୍କ ଫିଲ୍ମ “ଏମରଜେନ୍ସି” ରିଲିଜ୍‌ ଉପରେ ରୋକ୍‌ ଲଗାଇଛନ୍ତି ସେନ୍ସର ବୋର୍ଡ। ତେବେ ନିଷେଧାଦେଶ ଉପରେ ରାଗିଯାଇ ଏମପି ତଥା ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ଅସନ୍ତାଷ ଝାଡିବା ସହ ଭାଜପାକୁ ମଧ୍ୟ ସିଧା ଶୁଣେଇ ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ମୋତେ ଲାଗୁଛି ଏବେ ମୋ ଫିଲ୍ମ ଏମରଜେନ୍ସିର ନାଁ ବଦଳେଇଦେବା ଉଚିତ୍‌ ହେବ । ଏମରଜେନ୍ସିରୁ ନାଁ ପରିବର୍ତ୍ତନ କରି ‘ନୋ ଓ୍ବାନ କିଲ୍ଡ ଇନ୍ଦିରା ଗାନ୍ଧୀ’ […]

1 min read

ଓଡ଼ିଶାର କୌଣସି ଯାଗାରେ ବେଞ୍ଚ୍ ପ୍ରତିଷ୍ଠାର ଯଥାର୍ଥତା ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨-୯-୨୪(ପିପିଏସ) : ପୁଣି ଥରେ ଚର୍ଚ୍ଚାରେ ହାଇକୋର୍ଟ ବେଞ୍ଚ୍ ପ୍ରସଙ୍ଗ। ଓଡ଼ିଶାର କୌଣସି ଯାଗାରେ ବେଞ୍ଚ୍ ପ୍ରତିଷ୍ଠାର ଯଥାର୍ଥତା ନାହିଁ ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଉତ୍ତର ରଖିବା ପରେ ତେଜିଛି ରାଜନୀତି। ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ଏହା ବିଶ୍ୱାଘାତକତା ବୋଲି ବିଜେଡି କହିଛି। ଆଉ ବିଜେଡି ସାଙ୍ଗରେ ସ୍ୱର ମିଳାଇଛି କଂଗ୍ରେସ। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ହାଇକୋର୍ଟ ବେଞ୍ଚ ଦାବି ଯଥାର୍ଥ […]

1 min read

କୃଷକଙ୍କୁ ମୋଦୀ ସରକାରଙ୍କ ଉପହାର : ୨୮୧୭ କୋଟି ବିନିଯୋଗରେ ଡିଜିଟାଲ କୃଷି ମିଶନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨-୯-୨୪(ପିପିଏସ) : କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକଙ୍କ ସହ ଜଡିତ ୭ଟି ଯୋଜନାକୁ ଅନୁମୋଦନ ମିଳିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ ସୋମବାର କ୍ୟାବିନେଟ୍ ୭ଟି ପ୍ରମୁଖ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରାୟ ୧୪ ହଜାର କୋଟି ଟଙ୍କାର ଏହି ୭ଟି କାର୍ଯ୍ୟକ୍ରମକୁ ଅନୁମୋଦନ ମିଳିଛି […]

1 min read

ଖାଲି ପଡ଼ିଛି ୨ ଲକ୍ଷ ୫ ହଜାର ସରକାରୀ ପଦବୀ, ସର୍ବାଗ୍ରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨-୯-୨୪(ପିପିଏସ) : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ ଲକ୍ଷ ୫ ହଜାର ପଦବୀ ଖାଲି ପଡିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି । ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମୋଟ କର୍ମଚାରୀ ସଂଖ୍ୟା ୫ ଲକ୍ଷ ୯୬ ହଜାର ଥିବା ବେଳେ ପ୍ରାୟ ଏହାର ଅଧା ସଂଖ୍ୟକ ପଦବୀ ଖାଲି ରହିଛି। ରାଜ୍ୟରେ କେତେ ସଂଖ୍ୟକ ମଞ୍ଜୁରୀପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା କେତେ ଏବଂ କେଉଁ ବିଭାଗରୁ କେତେ ସଂଖ୍ୟକ ପଦବୀ ଖାଲି ରହିଛି […]

1 min read

ଉନ୍ମୋଚନ ହେଲା ‘ସୁଭଦ୍ରା’ ପୋର୍ଟାଲ, ମିଳିବ ସମସ୍ତ ସୂଚନା : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨-୯-୨୪(ପିପିଏସ) : ମହିଳାଙ୍କୁ ହାତ ଖର୍ଚ୍ଚ ଦେବା ପାଇଁ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ବହୁ କଳ୍ପନା ଜଳ୍ପନା ପରେ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ଆରମ୍ଭ ହୋଇଛି। ସୁଭଦ୍ରା ଯୋଜନାର ସମସ୍ତ ସୂଚନା ପାଇଁ ସୋମବାର ‘ସୁଭଦ୍ରା ପୋର୍ଟାଲ’ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରାର ସମସ୍ତ ସୂଚନା ଏଣିକି ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହେବ। ସୁଭଦ୍ରା ଯୋଜନା ବିଷୟରେ ଜାଣିବାକୁ ଚାହୁଁଥିଲେ ଜଣେ ହିତାଧୀକାରୀ http://subhadra.odisha.gov.in ଲଗ୍‌ ଇନ୍‌ କରି […]

1 min read

ସମ୍ବଲପୁର ପାଇଁ ଯୋଗଦାନ ସ୍ମରଣୀୟ ହୋଇ ରହିବ : ଧର୍ମେନ୍ଦ୍ର ପ୍ରଧାନ

• ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ • ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ସମ୍ବଲପୁର/ଭୁବନେଶ୍ୱର ୧-୯-୨୪(ପିପିଏସ୍) : ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ଅକାଳ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି ଯେ ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ […]

1 min read

ଆଜିଠୁ ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ ଆରମ୍ଭ : ଜାଣନ୍ତୁ ଆବେଦନର ନିୟମ ଓ ଫର୍ମ ସମ୍ପର୍କରେ

ଭୁବନେଶ୍ୱର,୧-୦୯-୨୪(ପିପିଏସ) : ସୁଭଦ୍ରା ଯୋଜନା ପାଇଁ ରବିବାରଠାରୁ ଆରମ୍ଭ ହେଉଛି ପଞ୍ଜୀକରଣ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋସିଆଲ ମିଡିଆରେ ଲାଇଭ୍‌ରେ ଆସି ଶନିବାର ସବିଶେଷ ସୂଚନା ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ କହିଥିଲେ, ‘ସୁଭଦ୍ରା’ ଯୋଜନା ପାଇଁ ମାର୍ଗଦର୍ଶିକା ଜାରି ହୋଇସାରିଛି। ସମସ୍ତ ଜିଲାରେ ହିତାଧିକାରୀଙ୍କ ନିମନ୍ତେ ଫର୍ମ ଉପଲବ୍ଧ ହେଉଥିବା ବେଳେ ଆଜିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଜିଲାର ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ’ ସେବା କେନ୍ଦ୍ର ଓ ଜନସେବା […]

1 min read

ହୃତଘାତରେ ପୂର୍ବତନ ବିଧାୟକ ଙ୍କ ପରଲୋକ

ଭୁବନେଶ୍ୱର,୧-୦୯-୨୪(ପିପିଏସ) : ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କର ଆଜି ଭୋର ପ୍ରାୟ ୪ଟା ସମୟରେ ପରଲୋକ ଘଟିଛି। ହୃତଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଅଶ୍ୱିନୀ ଗୁରୁ ୧୯୮୦ରେ ସମ୍ବଲପୁରରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ବିଧାୟକ ରହିଥିଲେ। ୨୦୧୮- ୨୦୨୨ ପର୍ଯ୍ୟନ୍ତ ସମ୍ବଲପୁରର କଂଗ୍ରେସର ଜିଲ୍ଲା ସଭାପତି ଓ AICC ସଦସ୍ୟ ରହିଥିଲେ। ଜରାଜନଗର ସ୍ଥିତ ହରିଓଁ […]

1 min read

୨୪ବର୍ଷର ରେକର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ : ଖର୍ଚ୍ଚଦାବି ଉପରେ ଦେଢ଼ ଘଣ୍ଟା ଉପସ୍ଥାପନା

ଭୁବନେଶ୍ୱର,୧-୦୯-୨୪(ପିପିଏସ) : ରାଜ୍ୟରେ ବିଜେଡି ସରକାର ଦ୍ୱାରା ଲାଗୁ କରାଯାଇଥିବା ନୂଆ ହୋମଗାର୍ଡ ନିଯୁକ୍ତି ଉପରେ କଟକଣାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହଟାଇ ଦେଇଛନ୍ତି। ଏହାସହିତ ନକ୍ସଲ କିମ୍ବା ଅନ୍ୟାନ୍ୟ ଘଟଣାରେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ମିଳିବ ବୋଲି ଘୋଷଣା କରିଛନ୍ତି । ଆଜି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନାବେଳେ ଗୃହ ବିଭାଗର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ […]