ଖାଲି ପଡ଼ିଛି ୨ ଲକ୍ଷ ୫ ହଜାର ସରକାରୀ ପଦବୀ, ସର୍ବାଗ୍ରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ : ମୁଖ୍ୟମନ୍ତ୍ରୀ

  • ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩,୪୦୫
  • ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୩୯,୧୨୭

ଭୁବନେଶ୍ୱର,୨-୯-୨୪(ପିପିଏସ) : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ ଲକ୍ଷ ୫ ହଜାର ପଦବୀ ଖାଲି ପଡିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି । ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ମୋଟ କର୍ମଚାରୀ ସଂଖ୍ୟା ୫ ଲକ୍ଷ ୯୬ ହଜାର ଥିବା ବେଳେ ପ୍ରାୟ ଏହାର ଅଧା ସଂଖ୍ୟକ ପଦବୀ ଖାଲି ରହିଛି।

ରାଜ୍ୟରେ କେତେ ସଂଖ୍ୟକ ମଞ୍ଜୁରୀପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା କେତେ ଏବଂ କେଉଁ ବିଭାଗରୁ କେତେ ସଂଖ୍ୟକ ପଦବୀ ଖାଲି ରହିଛି ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରା ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ଉତ୍ତରରେ ଦେଇଥିବା ତଥ୍ୟ ଅନୁଯାୟୀ ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩,୪୦୫ ପଦବୀ ଖାଲି ରହିଥିବା ବେଳେ ଏହା ପଛକୁ ସ୍ୱାସ୍ଥ୍ୟ ବିଭାଗରେ ୩୯,୧୨୭ ପଦବୀ ଖାଲି ରହିଛି।

ସେହିଭଳି ଗୃହ ବିଭାଗରେ ୧୯,୮୮୯, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗରେ ୧,୩୫୬୭, ରାଜସ୍ବ ଏବଂ ବିପର୍ୟ୍ୟୟ ପରିଚାଳନା ବିଭାଗରେ ୧୧,୮୧୦, ଆଇନ ବିଭାଗରେ ୨,୯୭୩, ଅର୍ଥ ବିଭାଗରେ ୩,୧୦୧, ବାଣିଜ୍ୟ ଏବଂ ପରିବହନ(ବ୍ୟାପାର) ବିଭାଗରେ ୧୩୯୧, ପୂର୍ତ୍ତ ବିଭାଗରେ ୪୪୦୫, ଓଡ଼ିଶା ବିଧାନସଭାରେ ୨୬୩, ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗରେ ୧୦୯୩, ଏସସି ଏବଂ ଏସଟି ବିକାଶ, ଦଳିତ ଏବଂ ପଛୁଆ ବର୍ଗରେ ୩୨୮୧, ଗୃହ ଏବଂ ନଗର ଉନ୍ନୟନ ବିଭାଗରେ ୧୦୭୯, ଶ୍ରମିକ ଏବଂ ଇଏସଆଇ ବିଭାଗରେ ୧୭୬୮, ଖେଳ ଏବଂ ଯୁବ ବ୍ୟାପାର ବିଭାଗରେ ୯୬, ଯୋଜନା ଏବଂ ସଂଯୋଜନା ବିଭାଗରେ ୧୩୮୯, ପଞ୍ଚାୟତରାଜ ଏବଂ ପାନୀୟଜଳ ବିଭାଗରେ ୭୪୬୫, ବାଣିଜ୍ୟ ଏବଂ ପରିବହନ(ପରିବହନ) ବିଭାଗରେ ୬୦୦, ବନ, ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଭାଗରେ ୪୨୯୪, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗରେ ୭୨୯୫, ଇସ୍ପାତ ଏବଂ ଖଣି ବିଭାଗରେ ୭୨୦, ସୂଚନା ଏବଂ ଲୋକ ସମ୍ପର୍କ ବିଭାଗରେ ୫୦୧, ଅବକାରୀ ବିଭାଗରେ ୨୪, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗରେ ୩୫, ଗ୍ରାମାଞ୍ଚଳ ଉନ୍ନତିକରଣ ବିଭାଗରେ ୧୫୨୪, ପାର୍ଲିଆମେଣ୍ଟାରୀ ବିଭାଗରେ ୧୪୨, ଶକ୍ତି ବିଭାଗରେ ୩୯୩, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗରେ ୯୫୨, ପର୍ୟ୍ୟଟନ ବିଭାଗରେ ୧୫୧, ମତ୍ସ୍ୟ ଓ ପଶୁ ସମ୍ପଦରେ ୬୦୭୨, କୋଅପରେସନରେ ୧୮୨୧, ପବ୍ଲିକ ଏଣ୍ଟରପ୍ରାଇଜରେ ୨୫, ମହିଳା ଶିଶୁ କଲ୍ୟାଣ ବିଭାଗରେ ୨୦୧୭, ଇଲେକ୍ଟ୍ରୋନିକ ଏବଂ ଆଇଟି ରେ ୧୯, ଉଚ୍ଚ ଶିକ୍ଷାରେ ୩୭୬୧, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାରେ ୩୧୦, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତିରେ ୩୬୨ ଏବଂ ମିଶନ ଶକ୍ତି ବିଭାଗର ୪୯ ଟି ପଦବୀକୁ ମିଶାଇ ମୋଟ ୨୦୫୨୨୮ ପଦବୀ ଖାଲି ପଡିଛି।

Leave A Reply

Your email address will not be published.