ଘଟଣା-ଦୁର୍ଘଟଣା
ପୁଣି ହାତୀପଲଙ୍କ ଉପଦ୍ରବ: ଭାଙ୍ଗିଲେ ଘର, ଉଜାଡ଼ିଲେ ଫସଲ
ଘୁ.ଉଦୟଗିରି/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତର ୧୬ନଂ ୱାର୍ଡର ରେଟୁଡ଼ି ଗ୍ରାମରେ ପୁଣି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। କିଛି ମାସର ବ୍ୟବଧାନ ପରେ ପୁଣି ହାତୀପଲ ଫେରିଛନ୍ତି। ଶନିବାର ବିଳମ୍ବିତ ରାତ୍ରିରେ ପାଖାପାଖି ୧୦ରୁ ଊର୍ଦ୍ଧ୍ବ ହାତୀ ରେଟୁଡ଼ି ଗ୍ରାମରେ ପଶି ଧାନ ବିଲ ନଷ୍ଟ କରିଥିବା ଚାଷୀମାନେ ସୂଚନା ଦେଇଛନ୍ତି। ଏହି ହାତୀପଲ ପ୍ରାୟ ରାତି ୧୧ଘଣ୍ଟା ସମୟରୁ ସକାଳ ୫ ଘଣ୍ଟିକା ପର୍ଯ୍ୟନ୍ତ ଉପଦ୍ରବ କରିବା ସହ […]
କାନ୍ଥ ପଡ଼ି ଜେଜେମା ମୃତ : ବୋହୁ ସହିତ ୭ ମାସର ନାତୁଣୀ ଗୁରୁତର
ସୁବର୍ଣ୍ଣପୁର/ଭୁବନେଶ୍ୱର ୧୫-୦୯-୨୦୨୪(ପିପିଏସ) : ସୁବର୍ଣ୍ଣପୁର ଜିଲା ଲଛିପୁର ଥାନା ଅର୍ନ୍ତଗତ ସହରାପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଘର କାନ୍ଥ ପଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ଲାଲଚନ ଦୀପଙ୍କ ପତ୍ନୀ ସୁରୁବାଳି ଦୀପ ବୋଲି ଜଣାପଡିଛି। ସୂଚନା ଅନୁସାରେ ଲାଲଚନଙ୍କ ୩ ପୁଅ ସୁରେନ, ବିପିନ ଓ ଅମର ଦାଦନ ଶ୍ରମିକ ଭାବେ ତାମିଲନାଡୁରେ କାମ କରୁଛନ୍ତି । ଗାଁରେ ବୃଦ୍ଧ ଦମ୍ପତି ତିନି ବୋହୂ ଓ ନାତି ନାତୁଣୀଙ୍କ ସହ ରହୁଥିଲେ। ଶନିବାର […]
୨ ଜଣଙ୍କୁ ଧକ୍କା ଦେଇ ନାଳ ଭିତରକୁ ପଶିଗଲା ପୁଲିସ ଗାଡ଼ି
କଟକ,୧୩-୦୯-୨୦୨୪ (ପିପିଏସ) : ୨ ଜଣଙ୍କୁ ଧକ୍କା ଦେବାପରେ ଭାରସାମ୍ୟ ହରାଇ ନାଳ ଭିତରକୁ ପଶିଗଲା ପୁଲିସ ଗାଡ଼ି। କଟକ ଜିଲ୍ଲା ବିଜୁ ପଟ୍ଟନାୟକ ଛକରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଜଣେ ଜୋତା ମରାମତି ଦୋକାନୀ ହୋଇଥିବା ବେଳେ ଅନ୍ୟ ଜଣେ ସାଇକେଲ ଆରୋହୀ ବୋଲି ଜଣାଯାଇଛି । ପୁଲିସ ଗାଡ଼ିଟି ଦ୍ରୁତ ଗତିରେ ଆସି ପ୍ରଥମେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲେ। ପରେ ରାସ୍ତାକଡ଼ରେ ଥିବା […]
୩ ଭଉଣୀଙ୍କୁ ଘୋଷାଡ଼ି ନେଲା କାର୍: ଜଣେ ମୃତ
ନିଜ ଘର ସମ୍ମୁଖରେ ଥିବା ପିଣ୍ଡାରେ ତିନି ଭଉଣୀ (ବୋଲେଶ୍ବରୀ ମାଝୀ, ପ୍ରତିମା ମାଝୀ ଓ ଦେମତି ମଝୀ) କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ସୁରେଶଙ୍କ କାର ୩ ଜଣଙ୍କୁ ଘୋଷାଡି ନେଇଥିଲା। ପାଟଣାଗଡ଼/ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ନୁନହାଡ ଗ୍ରାମରେ ନିଜ ଘର ଅଗଣାରେ ଛିଡା ହୋଇଥିବା ବେଳେ ୩ ଜଣକୁ ଏକ କାର୍ ଘୋଷାଡି ନେଇଛି। ଏହି ଅଭାବନୀୟ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣା […]
ବଜ୍ରପାତ ନେଲା ୨ଚାଷୀଙ୍କ ଜୀବନ
ବୈଶିଙ୍ଗା/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଖଡ଼ିଶୋଳ ପଞ୍ଚାୟତର ଡ଼ୁମାପଦା ଗାଁରେ କ୍ଷେତରେ କାମ କରୁଥିବା ବେଳେ ମଙ୍ଗଳବାର ବଜ୍ରପାତରେ ଦୁଇଜଣ ଭାଗ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ବେତନଟୀ ଥାନା ଅଧୀନ ଭୁଡୁରୁବଣି ଗାଁର ସ୍ବର୍ଗତ ଅନୁକୂଳ ମହାନ୍ତଙ୍କ ପୁଅ ଗୋବିନ୍ଦ(୫୨) ଏବଂ ଶଙ୍ଖଯୋଡ଼ ଗ୍ରାମର ରାମ ହାଁସଦାଙ୍କ ପୁଅ ଶିବ ହାଁସଦା(୩୦)l ଗୋବିନ୍ଦ ଏବଂ ଶିବ ଡ଼ୁମାପଦା ଗ୍ରାମର ଉମେଶଚନ୍ଦ୍ର ମହାନ୍ତଙ୍କ ବିଲକୁ ଭାଗ ସୂତ୍ରରେ ନେଇ ଚାଷ କରୁଥିଲେl […]
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ
ସୁନ୍ଦରଗଡ଼/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀଟିର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ବଲାଣୀ ପଞ୍ଚାୟତ ନୂଆଗାଁ ନିକଟ ଜଙ୍ଗଲରେ ଏହି ଘଟଣା ଘଟିଛି। ବନ ବିଭାଗର କର୍ମଚାରୀ ପହଞ୍ଚି ହାତୀଟି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଗତକାଲି ରାତିରେ ହାତୀଟି ଖାଦ୍ୟ ଅନ୍ୱେଷଣରେ ଆସିଥିଲା। ଏହି ସମୟରେ ନୂଆଗାଁ ନିକଟ ଜଙ୍ଗଲ ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ହାତୀଟି ଆସିଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ […]
ସୁଭଦ୍ରା ଯୋଜନା ଆବେଦନ ପାଇଁ ଆସୁଥିବା ମହିଳାଙ୍କ ଦୁର୍ଘଟଣାରେ ମୃତ୍ୟୁ
ଜଳେଶ୍ଵର/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : କମର୍ଦ୍ଦା ଥାନା ନାଚିନ୍ଦା ଛକ ନିକଟରେ ଥିବା ଏକ ଜନସେବା କେନ୍ଦ୍ରକୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଆସୁଥିବା ବେଳେ ଜଣେ ମହିଳାଙ୍କର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ମୃତ ମହିଳା ଜଣକ ହେଉଛନ୍ତି ମଙ୍ଗୁଳି ଭୂୟାଁଙ୍କ ଝିଅ ମିଟି (୫୭)। ମିଟି ତାଙ୍କ ସାନ ଭଉଣୀ ସହ ସୁଭଦ୍ରା ଯୋଜନା ପାଇଁ ନାଚିନ୍ଦା ଛକ ନିକଟସ୍ଥ ଏକ ମୋ ସେବା କେନ୍ଦ୍ରକୁ ପୂର୍ବାହ୍ନ ସାଢ଼େ ଦଶଟା ସମୟରେ ଆବେଦନ କରିବାକୁ ଆସୁଥିବା […]
ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲେ ବାଇକ୍ ଆରୋହୀ : ୨ ମୃତ
ଭଦ୍ରକ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ରଙ୍ଗ ରୁଟ୍ରେ ଆସି ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲେ ବାଇକ୍ ଆରୋହୀ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଭଦ୍ରକ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ବନ୍ତ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ପଥରାଆଡିର ଶିବସୁନ୍ଦର ମହାପାତ୍ର ଓ ବାରିକପୁରର ସୌରଭ ମିଶ୍ର । ଅନ୍ୟ ଜଣେ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି […]
ନିମ୍ନମାନର କାମ ଯୋଗୁ ଭୁଷୁଡ଼ିଲା କାଳିଆବୁଦା ଶ୍ମଶାନ
କଟକ /୦୮-୦୯-୨୦୨୪(ପିପିଏସ): କଟକ ଶିଖରପୁରସ୍ଥିତ କାଳିଆବୁଦା ମହାଶ୍ମଶାନର ପ୍ରବେଶ ପଥ ନିକଟରେ ଥିବା ସୁଲଭ ଶୌଚାଳୟ ପାଶ୍ୱର୍ରେ ଥିବା ପାଚେରୀ ଗତକାଲି ବିଳମ୍ବିତ ରାତିରେ ଭୁଷୁଡ଼ି ପଡ଼ିଛି । ପ୍ରାୟ ୧୦୦ ଫୁଟ ଲମ୍ବର ଏହି ପାଚେରିଟି ଗତ ଦଇ ବର୍ଷ ହେବ ତିଆରି କରାଯାଇଥିଲା । କାଳିଆବୁଦା ଶ୍ମଶାନର ସୌନ୍ଦର୍ଯ୍ୟକରଣ ପାଇଁ ସିଏମସି ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପାଚେରୀ ନିମ୍ନମାନର କାମ ଯୋଗୁ ଭୁଷୁଡ଼ି ପଡ଼ିଥିବା ସ୍ଥାନୀୟ ଅଧିବାସୀମାନେ ଆଲୋଚନା କରୁଥିବା ବେଳେ ପୁନର୍ବାର […]
ଗଣେଶ ବିସର୍ଜନ ବେଳେ ଚାଲିଗଲା ଜୀବନ
ବଡଭାଇ ମୃତ , ସାନଭାଇ ଗୁରୁତର ସୋର/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଠାକୁର ଭସାଣି ବେଳେ ଘଟିଲା ଅଘଟଣl ବଡ଼ ଭାଇର ମୃତ୍ୟୁ ହୋଇଯାଇଥିବା ବେଳେ ସାନଭାଇ ଗୁରୁତର ଅବସ୍ଥାରେ ପ୍ରଥମେ ଖନ୍ତାପଡ଼ା ପରେ ବାଲେଶ୍ୱର ସ୍ଥାନାନ୍ତରl ବାବା ଗଣେଶଙ୍କର ଆଜି ଗାଁରେ ବିସର୍ଜନ କରାଯାଉଥିଲା l ତେଣୁ ଗାଁର ପିଲାମାନେ ଭସାଣି ପାଇଁ ଗାଁ ପୋଖରୀକୁ ନେଇଥିଲେ l ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଠାକୁର ଭସାଣି ବେଳେ ଘଟିଲା […]