ନିମ୍ନମାନର କାମ ଯୋଗୁ ଭୁଷୁଡ଼ିଲା କାଳିଆବୁଦା ଶ୍ମଶାନ
1 min read

ନିମ୍ନମାନର କାମ ଯୋଗୁ ଭୁଷୁଡ଼ିଲା କାଳିଆବୁଦା ଶ୍ମଶାନ

କଟକ /୦୮-୦୯-୨୦୨୪(ପିପିଏସ): କଟକ ଶିଖରପୁରସ୍ଥିତ କାଳିଆବୁଦା ମହାଶ୍ମଶାନର ପ୍ରବେଶ ପଥ ନିକଟରେ ଥିବା ସୁଲଭ ଶୌଚାଳୟ ପାଶ୍ୱର୍ରେ ଥିବା ପାଚେରୀ ଗତକାଲି ବିଳମ୍ବିତ ରାତିରେ ଭୁଷୁଡ଼ି ପଡ଼ିଛି । ପ୍ରାୟ ୧୦୦ ଫୁଟ ଲମ୍ବର ଏହି ପାଚେରିଟି ଗତ ଦଇ ବର୍ଷ ହେବ ତିଆରି କରାଯାଇଥିଲା । କାଳିଆବୁଦା ଶ୍ମଶାନର ସୌନ୍ଦର୍ଯ୍ୟକରଣ ପାଇଁ ସିଏମସି ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପାଚେରୀ ନିମ୍ନମାନର କାମ ଯୋଗୁ ଭୁଷୁଡ଼ି ପଡ଼ିଥିବା ସ୍ଥାନୀୟ ଅଧିବାସୀମାନେ ଆଲୋଚନା କରୁଥିବା ବେଳେ ପୁନର୍ବାର କାମ କରିବା ପାଇଁ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ହାତ କରି କିଛି ଠିକାଦାର ଦୁର୍ବୁତ୍ତଙ୍କୁ ଲଗେଇ ଏହିପରି କରିଛନ୍ତି ବୋଲି ଆଲୋଚନା ହେଉଛି । ପାଚେରୀ କିପରି ଭାଙ୍ଗିଲା ଶ୍ମଶାନରେ ଜଗୁଆଳୀ ଥିବା ଲୋକମାନଙ୍କୁ ପଚାରିଲେ ମଧ୍ୟ ସେମାନେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି । ତୁରନ୍ତ ପାଚେରିଟିଏ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହୋଇଛି ।

Leave a Reply

Your email address will not be published. Required fields are marked *