ଓଡିଶା
ନିଟ୍-ପିଜି ପରୀକ୍ଷା ଘୁଞ୍ଚାଇବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଆସନ୍ତା ୧୧ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍-ପିଜି ପରୀକ୍ଷା ଘୁଞ୍ଚାଇବାକୁ ଯେଉଁ ଆବେଦନ କରାଯାଇଥିଲା, ତାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ଜେ.ବି.ପାର୍ଦିୱାଲାଙ୍କୁ ନେଇ ଗଠିତ ତିନିଜଣିଆ ପୀଠ ଶୁକ୍ରବାର ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି । ପୀଠ ଆହୁରି କହିଛନ୍ତିି ଯେ ନିଟ୍-ପିଜି ପରୀକ୍ଷା ସ୍ଥଗିତ ରଖି ୨ ଲକ୍ଷ ପରୀକ୍ଷାର୍ଥୀଙ୍କ କ୍ୟାରିୟର ପାଇଁ କ୍ଷତି ପହଞ୍ଚାଇବା […]
ହତ୍ୟା ପୂର୍ବରୁ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ : ଜଣେ ଗିରଫ
କୋଲକାତା ମେଡିକାଲ କଲେଜରେ ଘଟିଥିଲା ଲୋମଟାଙ୍କୁରା ଘଟଣା କୋଲକାତା: ପଶ୍ଚିମବଙ୍ଗର ଆର.ଜେ କର ମେଡିକାଲ କଲେଜ ଓ ହସ୍ପିଟାଲରେ ଶିକ୍ଷାନବିସ ଡାକ୍ତର (ଟ୍ରେନି ଡାକ୍ତର)ଙ୍କ ସହ ଘଟିଥିବା ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ମହିଳା ଡାକ୍ତରଙ୍କୁ ପ୍ରଥମେ ଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୁଲିସ ଏହି ମାମଲାରେ ଖୋଳତାଡ ଜାରି ରଖିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଜଣଙ୍କୁ ଗିରଫ କରିଛି। ମୃତା ଡାକ୍ତର ଜଣଙ୍କ କଲେଜ ସେମିନାର ହଲରେ ଅଚେତ […]
ଆକାଶ ମାର୍ଗରୁ ୱାୟନାଡର ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ ମୋଦି
ୱାୟନାଡ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେରଳରେ ପହଞ୍ଚି ଆକାଶମାର୍ଗରୁୱାୟନାଡରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟର ଚିତ୍ର ଦେଖିଛନ୍ତି। ଏପରିକିପ୍ରଧାନମନ୍ତ୍ରୀ ମୋଦି ଭୂସ୍ଖଳନର ଉତ୍ପତିସ୍ଥଳ ଦେଖିବା ସହ ୱାୟନାଡର ସ୍ଥିତିପରଖିଛନ୍ତି। ଯେଉଁ ଇରୁଭାଝିଞ୍ଜି ପୂଝା ନଦୀରେ ଅଧିକ ପାଣି ଆସିବାରୁ ଭୂସ୍ଖଳନହୋଇଥିଲା।ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଏକ ସ୍ବତନ୍ତ୍ର ବିମାନରେ ପ୍ରାକୃତିକ ବିପର୍ଯ୍ୟୟରଚିତ୍ର ଦେଖିଛନ୍ତି। ତାଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ଏବଂ ପର୍ଯ୍ୟଟନ ମନ୍ତ୍ରୀସୁରେଶ ଗୋପୀ ମଧ୍ୟ […]
ଇସ୍ରାଏଲ୍ର ଏକ ସ୍କୁଲ୍ ଉପରେ ଆକ୍ରମଣ : ୧୦୦ ଅଧିକ ମୃତ
ନୂଆଦିଲ୍ଲୀ: ଇସ୍ରାଏଲରେ ଏକ ଆକ୍ରମଣରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ହମାସ୍ ପରିଚାଳିତ ଗାଜା ସରକାରୀଗଣମାଧ୍ୟମ କାର୍ଯ୍ୟାଳୟ ଅନୁଯାୟୀ ଲୋକମାନେ ପ୍ରାର୍ଥନା କରୁଥିବା ବେଳେ ଏହି ଆକ୍ରମଣଘଟିଛି।କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଲୋକମାନେ ପ୍ରାର୍ଥନାକରୁଥିବା ସମୟରେ ବିସ୍ଥାପିତ ଲୋକଙ୍କୁ ଇସ୍ରାଏଲ୍ ଟାର୍ଗେଟ କରିଥିଲା, ଯାହା ଫଳରେଆହତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା।ପୂର୍ବ ସପ୍ତାହରେ ଗାଜାର ଚାରିଟିସ୍କୁଲ ଉପରେ ଆକ୍ରମଣ ପରେ ଏହି ନୂତନ ଆକ୍ରମଣର […]
ବ୍ରାଜିଲରେ ବଡ଼ ବିମାନ ଦୁର୍ଘଟଣା: ୬୨ ଜଣ ଯାତ୍ରୀ ମୃତ
ନୂଆଦିଲ୍ଲୀ: ବ୍ରାଜିଲରେ ବଡ଼ ବିମାନ ଦୁର୍ଘଟଣା, ଜନବସତି ଉପରେ ଖସିବା ପରେ ଜଳିଗଲାଯାତ୍ରୀବାହୀ ବିମାନ। ଦୁର୍ଘଟଣାରେ ମୋଟ ୬୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା।ବ୍ରାଜିଲ୍ର ସାଓ ପଲୋରେ ଶୁକ୍ରବାର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତହୋଇଥିବା ଦେଖିବାକୁ ମିଳିଛି। ଜନବସତି ଅଂଚଳରେ ବିମାନଟି ଖସିବା ପରେ ଜଳିଯାଇଛି।ବିମାନରେ ମୋଟ୍ ୫୮ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ।ଦୁର୍ଘଟଣାରେସମସ୍ତ ୬୧ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ତେବେମୃତାହତଙ୍କ ସଂପର୍କରେ ସରକାରୀ ଭାବେ […]
ବର୍ଷାରେ ଭାଙ୍ଗିଗଲା ଝାଟିମାଟି ଘର
ନୟାହାଟ,୯/୮: ପୁରୀ ଜିଲ୍ଲା ଗୋପ ବ୍ଲକ ଅର୍ନ୍ତଗତ ଧୂମାଳ ପଞ୍ଚାୟତର ଧୂମାଳ ବ୍ରାହ୍ମଣ ଶାସନ ଗ୍ରାମର ତାପସ କୁମାର ମିଶ୍ରଙ୍କ ଝାଟିମାଟି ଘର ଗୁରୁବାର ଦିନ ରାତିରେ ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି।ସେ ଜଣେ ଗରିବ ଦିନ ମଜୁରିଆ ହୋଇଥିବାରୁ ଛାତ ଘର କରିବା ପାଇଁ ତାଙ୍କର ସମ୍ପଳ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।
ଚବିଶ ଘଣ୍ଟା ମଧ୍ୟରେ ହତ୍ୟାକାରୀକୁ ଧରିଲା ପୋଲିସ : ସିସିଟିଭି ରୁ ମିଳିଲା ସୁରାଗ
ନୟାଗଡ଼,୯/୮: ନୟାଗଡ ଜିଲ୍ଲା ଶରଣକୁଳ ଥାନା ହରିପୁର ଗାଁର ରାଜକିଶୋର ବରାଡ଼ଙ୍କୁ ପଥରରେ ଛେଚି ହତ୍ୟା ମାମଲାର ପର୍ଦାଫାଶ କରିଛି ପୁଲିସ l ଘଟଣା ଘଟିବାର ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ ହୋଇଛି l ଗିରଫ ଅଭିଯୁକ୍ତ ଜଣକ ହେଲା ଶରଣକୁଳ ଅଞ୍ଚଳର ଜିତେନ୍ଦ୍ର କୁମାର ମହାପାତ୍ର। ଗତ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଏହି ହତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା । ଘଟଣାସ୍ଥଳ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଓ ଫୋନ୍ […]
କାର୍ଯ୍ୟ ରେ ଯୋଗଦେଲେ ଜଗତସିଂହପୁର ଜିଲ୍ଲାର ନୂଆ ଜିଲ୍ଲାପାଳ ଜେ. ସୋନାଲ
ଜଗତସିଂହପୁର, ୯/୮: ଶୁକ୍ରବାର ଅପରାହ୍ନ ରେ ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଶ୍ରୀ ଜେ ସୋନାଲ l ଭାରତୀୟ ପ୍ରସାଶନିକ ସେଵା 2018 ବ୍ଯାଚ ର ଆଇ.ଏ.ଏସ୍. ଶ୍ରୀ ସୋନାଲ ପୂର୍ବରୁ ବୌଦ୍ଧ ଜିଲ୍ଲା ର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଜିଲ୍ଲାପାଳ ଦାୟିତ୍ଵରେ ଥିବା ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ରାଉତଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ପାରାଦ୍ୱୀପ) ଲଲିତ ମୋହନ ବେହେରା, ଜିଲ୍ଲାପରିଷଦ ର ମୁଖ୍ୟ […]
ଏସ.ସି.ବି. ମେଡିକାଲ୍ କ୍ରେନ୍ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
କଟକ,୯/୮: କଟକ ସ୍ଥିତ ଏସସିବି ମେଡିକାଲର ନୂଆ କୋଠା ନିର୍ମାଣବେଳେ କ୍ରେନ୍ ଖସିଯାଇ ୩ଜଣ ଆହତ ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ୩ଜଣ ଆହତଙ୍କୁ ଆଜି ସନ୍ଧ୍ୟାରେ ରାଜ୍ୟ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭେଟିବା ସହ ସମସ୍ତଙ୍କୁ ଉଚ୍ଚମାନର ଗୁଣାତ୍ମକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସେ ଦୁର୍ଘଟଣାସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ । […]
ବ୍ରିଜ୍ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁପଡ଼ିଲେ ଦମ୍ପତି
କଟକ,୯/୮: ବ୍ରିଜ୍ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁପଡ଼ିଲେ ଦମ୍ପତି । ଶୁକ୍ରବାର ସନ୍ଧ୍ୟା ସମୟରେ ଏପରି ହୃଦୟବିଦାରକ ଘଟଣା କଟକ ତ୍ରିଶୁଳିଆ ବ୍ରିଜ୍ରେ ଘଟିଛି । ଉଭୟଙ୍କ ଘର ବାଙ୍କୀ ବାଆଁରା ରାମଚନ୍ଦ୍ର ଅଞ୍ଚଳରେ । ପାରିବାରିକ କଳହରୁ ଉଭୟ ଭରା ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ବାରଙ୍ଗ ପୁଲିସ୍ ଓ ଅଗ୍ନିଶମ ବିଭାଗ । ରାମଚନ୍ଦ୍ର ଅଞ୍ଚଳର ଶତ୍ରୁଘ୍ନ ଲେଙ୍କା ପେସାରେ ଜଣେ ଡ୍ରାଇଭର । କଟକରେ […]
