ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଦେଲା କେନ୍ଦ୍ର
୬ ପ୍ରକଳ୍ପକୁ ମଞ୍ଜୁରୀ
ନିର୍ମାଣ ହେବ ୬୪ ନୂଆ ଷ୍ଟେସନ
ପ୍ରଧାନମନ୍ତ୍ରୀ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ /ଭୁବନେଶ୍ୱର, ୧୦ ଅଗଷ୍ଟ (ପିପିଏସ) :ଓଡ଼ିଶାର ରେଳ ଇତିହାସରେ ପ୍ରଥମ ଥର ପାଇଁ ୧୫ ହଜାର ୪ କୋଟି ଟଙ୍କା ବ୍ୟୟରେ ୬ଟି ଗୁରୁତ୍ୱପୂର୍ଣ୍ଣ ନୂତନ ରେଳ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ଏ ସମ୍ପର୍କିତ ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟର ଅର୍ଥନୈତିକ କମିଟି ବୈଠକରେ ଓଡ଼ିଶାର ଛଅଟି ସମେତ ସମୁଦାୟ ୮ଟି ରେଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରେଳ, ସୂଚନା ଓ ପ୍ରସାରଣ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ୮ଟି ନୂତନ ରେଳ ପ୍ରକଳ୍ପ ନିର୍ମାଣ ବାବଦରେ ସମୁଦାୟ ୨୪, ୬୫୭ କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟ ଦ୍ୱାରା ଅନୁମୋଦିତ ରେଳ ପ୍ରକଳ୍ପରେ ଉତ୍ତର ଓଡ଼ିଶାର ୩ଟି ଏବଂ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୩ଟି ପ୍ରକଳ୍ପ ରହିଛି। ସମସ୍ତ ଛଅଟି ପ୍ରକଳ୍ପ ରାଜ୍ୟର ଆକାଂକ୍ଷା ଜିଲା ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିର୍ମାଣ କରାଯିବ। ଦକ୍ଷିଣ ଓଡ଼ିଶାରେ ଗୁଣୁପୁର-ଥେରୁବାଲି (୭୩.୬ କି.ମି) ଓ ମାଲକାନଗିରି-ଭଦ୍ରାଚଳମ-ପାଣ୍ଡୁରଙ୍ଗାପୁରମ (୧୭୩.୬ କି.ମି) ଏବଂ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ଜୁନାଗଡ଼-ନବରଙ୍ଗପୁର (୧୧୬.୨ କି.ମି) ନୂତନ ରେଳପଥ ନିର୍ମାଣ ହେବ। ସେହିପରି ଉତ୍ତର ଓଡ଼ିଶାରେ ବାଦାମପାହାଡ଼-କେନ୍ଦୁଝରଗଡ଼ (୮୨ କି.ମି), ଗୋରୁମହିଷାଣୀ-ବାଙ୍ଗିରିପୋଷି (୮୫.୬ କି.ମି) ଏବଂ ବୁଢ଼ାମରା-ଚାକୁଳିଆ (୬୦ କି.ମି) ନୂତନ ରେଳପଥ ନିର୍ମାଣ ପ୍ରସ୍ତାବ ରହିଛି। ଗୁଣୁପୁର-ଥେରୁବାଲି













Leave a Reply