ନୂଆଦିଲ୍ଲୀ-ଭୁବନେଶ୍ୱର, ୧୦ ଅଗଷ୍ଟ (ପିପିଏସ) – ଭାରତବର୍ଷର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତିମୋର- ଲେସ୍ତେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ୍ କଲାର ଅଫ୍ ଦି ଅର୍ଡର’ରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନିତ ହେବା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ। ଏହି ସମ୍ମାନ ରାଷ୍ଟ୍ରପତିଙ୍କ ଲୋକସେବା, ଶିକ୍ଷା ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ଦର୍ଶାଉଛି । ଏହା ଭାରତ ଏବଂ ତିମୋର-ଲେସ୍ତେ ଦେଶ ମଧ୍ୟରେ ବଢୁଥିବା ସମ୍ମାନ, ସହଯୋଗ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତାକୁ ମଧ୍ୟ ବାଖ୍ୟା କରୁଛି ।