ପ୍ରେମିକର ଘରେ ନିଆଁ ଲଗାଇଲା ପ୍ରେମିକା
ବାସୁଦେବପୁର :୧୦-୦୮-୨୪(ପି.ଟି.ଭି) ବାସୁଦେବପୁର ଥାନା ଅଧିନ ପଦ୍ମପୁର ପଞ୍ଚାୟତ ରୁକଣାଦେଇପୁର ଗ୍ରାମର ସୁଦର୍ଶନ ମହାପାତ୍ରଙ୍କ ପୁଅ ପ୍ରଭାତ ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ଆସୁଥିଲା। ବିବାହର ପ୍ରତିଶ୍ରୁତିକୁ ନେଇ ପ୍ରେମିକର ଆର୍ଥିକ ଦୁରାବସ୍ଥା ସମୟରେ ପ୍ରେମିକା ଜଣକ ଆର୍ଥିକ ସହାନୁଭୂତି ଦେଖାଇବା ସହ ପ୍ରେମିକ ଘରକୁ ଅନେକ ସମୟରେ ବୁଲିବାକୁ ଆସୁଥିଲା। ଏମିତିକି ପ୍ରେମିକ ଚାଳ ଛପରକୁ ମରାମତି କରିବା ପାଇଁ ଆର୍ଥିକ ସାହାଯ୍ୟ କରିଥିଲା ବୋଲି ଶୁଣିବାକୁ ମିଳିଛି।
ଶୁକ୍ରବାର ଅପରାହ୍ନରେ ବୁଲିବାକୁ ଆସିଥିବା ସମୟରେ ଭାବି ଶାଶୁଙ୍କ ଅସହ୍ୟ କଥା ସହି ନପାରି ଶେଷରେ ପ୍ରେମିକର ଘରେ ନିଆଁ ଲଗାଇ ଦେଇଥିଲା ପ୍ରେମିକା। ଅପରପକ୍ଷରେ ନିଜ ପୁଅକୁ ଏକତରଫା ଭଲପାଇ ଆସୁଥିବା ଯୁବତୀ ଜଣକ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେବା ପରେ ଶୁକ୍ରବାର ଅପରାହ୍ନ ସମୟରେ ଘରେ ନିଆଁ ଲଗାଇବାକୁ ନେଇ ଆଜି ଥାନାରେ ଲିଖିତ ଅଭିଯୋଗ ହୋଇଛି। ଲିଖିତ ଅଭିଯୋଗକୁ ଭିତ୍ତି କରି ବାସୁଦେବପୁର ପୁଲିସ ଯୁବତୀ ଜଣକୁ ଥାନାରେ ଅଟକ ରଖି ଘଟଣାର ଜାରି ରଖିଛି।