ଓଡିଶା
ଭାରତ ଆଗରେ ନଇଁଲା ଋଷିଆ, ଭାରତୀୟ ସୈନ୍ୟଙ୍କୁ ଫେରାଇବା ନେଇ ଦେଲା ବଡ଼ ବୟାନ : ମିଳିବ କ୍ଷତିପୂରଣ
ମସ୍କୋ/ନୂଆଦିଲ୍ଲୀ,୧୨/୮/୨୪(ପିପିଏସ) : ଭାରତର ଲଗାତାର ଚାପ ପରେ ଋଷିଆ ଶେଷରେ ତା’ ସେନାରେ କାର୍ଯ୍ୟ କରୁଥିବା ଭାରତୀୟମାନଙ୍କୁ ଶୀଘ୍ର ସ୍ଥାନାନ୍ତର କରିବାକୁ ଆଶ୍ୱସନା ଦେଇଛି । ଏହି ପରିପ୍ରେକ୍ଷୀରେ, ଦିଲ୍ଲୀସ୍ଥିତ ଋଷିଆ ଦୂତାବାସ କହିଛି ଯେ, ଭାରତୀୟଙ୍କୁ ଋଷିଆ ସୈନ୍ୟ ବାହିନୀରୂ ବାହାର କରିବା ପାଇଁ ମସ୍କୋ ଲଗାତାର କାର୍ଯ୍ୟ କରୁଛି। ଋଷିଆ ଦୂତାବାସ ସୂଚନା ଦେଇଛି ଯେ ଏପ୍ରିଲ ମାସରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଋଷିଆର ସଶସ୍ତ୍ର ବାହିନୀରେ ଭାରତୀୟଙ୍କ ସମେତ ଅନ୍ୟ ଦେଶର ନାଗରିକ ନିଯୁକ୍ତି […]
ନଭି ମୁମ୍ବାଇରୁ ଗିରଫ ହେଲେ ୫ ବାଂଲାଦେଶୀ ଅନୁପ୍ରବେଶକାରୀ
ନଭି ମୁମ୍ବାଇ/ଭୁବନେଶ୍ୱର,୧୨/୮/୨୪(ପିପିଏସ) : ବାଂଲାଦେଶର ଗମ୍ଭୀର ପରିସ୍ଥିତିକୁ ନେଇ, ନଭି ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନଭି ମୁମ୍ବାଇ ପୁଲିସ ୫ ଜଣ ବାଂଲାଦେଶୀଙ୍କୁ ଗିରଫ କରିଛି। ନଭି ମୁମ୍ବାଇର କୋପରଖାଇରାନେ ଅଞ୍ଚଳର ଏକ କୋଠାରୁ ସେମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ବାଂଲାଦେଶ-ଭାରତ ସୀମାରୁ ଅନୁପ୍ରବେଶ କରି ସେଠାରୁ ନଭି ମୁମ୍ବାଇରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ନଭି ମୁମ୍ବାଇରେ ପହଞ୍ଚିବା ପରେ କୋପରଖାଇରାନେ ଅଞ୍ଚଳରେ ବେଆଇନ ଭାବେ ରହୁଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ମହିଳା […]
ପାକିସ୍ତାନରେ ଭୟଙ୍କର ଆର୍ଥିକ ସଙ୍କଟ : ୭୪% ନାଗରିକ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪(ପିପିଏସ) : ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଲୋକମାନେମାସକର ଖର୍ଚ୍ଚ ମଧ୍ୟ ପୂରଣ କରିବାରେ ଅସମର୍ଥ ହେଉଛନ୍ତି। ପାକିସ୍ତାନର ସହରୀ ଅଞ୍ଚଳରେ ମୁଦ୍ରାସ୍ଫିତି ଗତବର୍ଷ ତୁଳନାରେ ୧୪ ପ୍ରତିସହତ ବୃଦ୍ଧି ପାଇଛି । ଫଳସ୍ୱରୂପ, ଦେଶର ୭୪% ସହରାଞ୍ଚଳର ଲୋକ ବର୍ତ୍ତମାନର ଆୟ ସହିତ ମାସିକ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ନିକଟରେ ପଲ୍ସ କନସଲଟାଣ୍ଟ ପକ୍ଷରୁ କରାଯାଇଥିବା ସର୍ବଶେଷ ଅଧ୍ୟୟନ ଅନୁଯାୟୀ, ମେ […]
ବଢୁଛି ପ୍ରଦ୍ୟୁଷଣ : ବିପଦରେ ବ୍ରାହ୍ମଣୀ ଓ କୋଏଲ ପାର୍ଶ୍ବବର୍ତ୍ତୀ ଗ୍ରାମବାସୀଙ୍କ ଜୀବନ
*ନାମକୁ ମାତ୍ର ଚାଲିଛି ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ*ସିଧାସଳଖ ବ୍ରାହ୍ମଣୀ ଓ କୋଏଲ ନଦୀରେ ମିଶୁଛି ବର୍ଜ୍ୟଜଳ*ଦୂଷିତ ନଦୀପାଣିକୁ ବ୍ୟବହାର କରୁଛନ୍ତି ୬୦ରୁ ଅଧିକ ବସ୍ତି ଓ ଗାଁ ରାଉରକେଲା,୧୧/୮/୨୪(ପିପିଏସ) : ବର୍ଜ୍ୟଜଳ ପରିଚାଳନା ପାଇଁ ରାଉରକେଲାରେ କାର୍ଯ୍ୟକ୍ଷମ ହୋଇଛି ସ୍ବେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ। ହେଲେ ବାସ୍ତବ ଚିତ୍ର ଓଲଟା। ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନାମକୁ ମାତ୍ର ଚାଲିଛି । ଆଜି ପର୍ଯ୍ୟନ୍ତ ଯେତିକି ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ଚାଲିବା କଥା, ତା’ ଚାଲିପାରିନାହିଁ । ୨୦୧୭ ରୁ ଆଜି ପର୍ଯ୍ୟନ୍ତ ଠିକାସଂସ୍ଥା […]
ବିପଦରେ ଧାମରା : କଲାମ୍ ଦୀପ ଓ ବନ୍ଦର ସୁରକ୍ଷା ନେଇ ଆଶଙ୍କା
ଧାମରା,୧୧/୮/୨୪(ପିପିଏସ) : ଏବେ ଭାରତ ମୁହାଁ ହୋଇଛନ୍ତି ବାଂଲାଦେଶୀ। ବିଶେଷକରି, ଓଡ଼ିଶାର ଉପକୂଳ ଦେଇ ଶହଶହ ବାଂଲାଦେଶୀ ପ୍ରବେଶ କରିବାପାଇଁ ଉଦ୍ୟମ କରୁଛନ୍ତି। ଯାହାକି, ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ବିଶେଷକରି, ଧାମରା ଅଞ୍ଚଳ ଏଥିନେଇ ଅଧିକ ବିପଦ ରହିଛି । ବାସୁଦେବପୁର-ଧାମରା ଉପକୂଳରୁ ବାଂଲାଦେଶର ଦୂରତ୍ବ ମାତ୍ର ୨୦୦ରୁ ୨୫୦ କିମି। ଜଳପଥ ଦେଇ ମାଛ ଧରିବା ବାହାନାରେ ବାଂଲାଦେଶୀ କିମ୍ବା ଅନ୍ୟ ଶତ୍ରୁରାଷ୍ଟ୍ରର ଗୁପ୍ତଚର ଏଠାକୁ ଆସିବା ସହଜ। କେବଳ […]
ଭିନ୍ନ ଏକ ନଗଡ଼ା : ଅପପୁଷ୍ଟିରେ ଶଢ଼ୁଛନ୍ତି, ଚିକିତ୍ସା ପାଇଁ ମୁହଁ ମୋଡ଼ୁଛନ୍ତି
ଦଶପଲ୍ଲା୧୧/୮/୨୪(ପିପିଏସ) : ଫୁଙ୍ଗୁଳା ଦେହ ସାଙ୍ଗକୁ ନୁଖୁରା ମୁଣ୍ତ । ଆଖି କୋରଡ଼କୁ ପଶି ଯାଇଛି। କିଏ ବଣପାହାଡ଼ ବୁଲି ପାଚିଲା ତାଳ ଖାଉଛି ତ କାହା ହାତରେ ଲୁଣ ସାଙ୍ଗକୁ ବାସି ତୋରାଣି। ଅପପୁଷ୍ଟିର ଶିକାର ହୋଇଥିବା ଗାଁର ଏମିତି ମାଳମାଳ ପିଲା ଘୂରି ବୁଲୁଛନ୍ତି। ହେଲେ ଡାକ୍ତରଖାନା ନାଁ ଧରିଲେ ସେମାନଙ୍କ ପରିବାର ମୁହଁ ମୋଡ଼ୁଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ କୁଲୁରୁକୁମ୍ପା ପଞ୍ଚାୟତର ବଣପାହାଡ଼ ଘେରା କୋହ୍ଲସାହିରେ “ନଗଡ଼ା”ର ଆଉ ଏକ […]
ପାଉଁଶ ଗୁଣ୍ଡରେ ଅଣନିଶ୍ୱାସ ଜନସାଧାରଣ : ବିନା ଅନୁମତିରେ ୫୦ ପାଉଁଶ ପାହାଡ଼
ଝାରସୁଗୁଡ଼ା,୧୧/୮/୨୪(ପିପିଏସ) : ବର୍ଷେ ହେଲା ଝାରସୁଗୁଡ଼ା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଲୋ’ ଲ୍ୟାଣ୍ଡ ଫିଲିଂ ନାମରେ କୌଣସି ଖାଲୁଆ ଜମିରେ ପାଉଁଶ ପୋତିବାକୁ ଅନୁମତି ଦିଆଯାଇନାହିଁ। ଖୋଦ ଏସ୍ପିସିବିର ଆଞ୍ଚଳିକ କାର୍ଯ୍ୟାଳୟର ଏହା ସୂଚନା । ଅଥଚ ଏହି ଅବଧି ଭିତରେ ଝାରସୁଗୁଡ଼ା ସହର ଓ ଆଖପାଖ ପଞ୍ଚାୟତରେ ପ୍ରାୟ ୫୦ଟି ସ୍ଥାନରେ ପାଉଁଶର ପାହାଡ଼ ସୃଷ୍ଟି କରିଦିଆଗଲାଣି । ନିକଟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବେଦାନ୍ତ କାରଖାନାର ଯେଉଁ ହାତଗଣତି ୧୦-୧୨ଟି […]
କଲ୍ୟାଣୀ ପ୍ଲାଜା ଆପାର୍ଟମେଣ୍ଟ ଡବଲ ମର୍ଡର ଘଟଣା : କ୍ରାଇମ୍ସିନ୍ ରିକ୍ରିଏଟ କଲା ପୋଲିସ
ଭୁବନେଶ୍ୱର,୧୧/୮/୨୪(ପିପିଏସ) : ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଡବଲ ମର୍ଡର ଘଟଣାରେ ସିନ ରିକ୍ରିଏଟ କରିଛି ପୋଲିସ । ୨ ଅଭିଯୁକ୍ତ ପ୍ରଦୀପ ମଲ୍ଲିକ ଏବଂ ଗଣେଶ ମଲ୍ଲିକଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏଟ କରିଛି କମିଶନରେଟ୍ ପୋଲିସ୍ । ହତ୍ୟାରେ ବ୍ୟବହୃତ ଛୁରୀକୁ ପାଞ୍ଚଗାଁ ଗାଙ୍ଗୁଆ କୂଳରେ ଫିଙ୍ଗିଥିଲେ ଅଭିଯୁକ୍ତ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି । ସୂଚନା ଅନୁସାରେ ଗତକାଲି ରାତିରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା […]
ସ୍ୱାଧୀନତା ଦିବସରେ କି’ଏ କେଉଁଠି ପତାକା ଉତ୍ତୋଳନ କରିବେ
ଭୁବନେଶ୍ୱର,୧୧/୮/୨୪(ପିପିଏସ) : ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କି’ଏ କେଉଁଠି ପତାକା ଉତ୍ତୋଳନ କରିବେ ସେନେଇ ସରକାରଙ୍କ ପକ୍ଷରୁ ରବିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଉତ୍ତୋଳନ କରିବେ ବୋଲି ଜଣାପଡିଛି। ସେହିପରି ନୂଆପଡ଼ାରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ଏପରିକି କଟକରେ ଉପମୁଖ୍ୟମନ୍ତ୍ରୀ […]
