ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ଜାଲିଆତି ଓ ବେଆଇନ ଭାବେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ତଥା ଦିବ୍ୟାଙ୍ଗ କୋଟାର ଲାଭ ଉଠାଇଥିବା ଅଭିଯୁକ୍ତ ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି । ଅଗଷ୍ଟ ୨୧ ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଖେଡକରଙ୍କ ଅଗ୍ରୀମ ଜାମିନ ଆବେଦନ ଉପରେ ଦିଲ୍ଲୀ ପୁଲିସ ଏବଂ ୟୁପିଏସସିକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଖେଡକରଙ୍କ ଅଗ୍ରୀମ ଜାମିନ ଆବେଦନ ଉପରେ ଅଗଷ୍ଟ ୨୧ରେ ଶୁଣାଣି ହେବ। ସେପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ହାଇକୋର୍ଟ । ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଅପରାଧିକ ମାମଲାରେ ଅଗ୍ରୀମ ଜାମିନ ପାଇଁ ପୂଜା ଖେଡକର ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଅଗଷ୍ଟ ୧ରେ ପଟିୟାଲା ହାଉସ୍ କୋର୍ଟ ଖେଡକରଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ ଏବଂ କହିଥିଲେ ଯେ, ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି ଯାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ। ସୂଚନାଯୋଗ୍ୟ, ସଂରକ୍ଷଣ ସୁବିଧା ପାଇବା ପାଇଁ ୟୁପିଏସସି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ୨୦୨୨ ପାଇଁ ନିଜ ଆବେଦନରେ ଭୁଲ ତଥ୍ୟ ଉପସ୍ଥାପନ କରିଥିବା ନେଇ ଖେଡକରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଜୁଲାଇ ୩୧ରେ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ଖେଡକରଙ୍କ ପ୍ରାର୍ଥୀତ୍ୱକୁ ବାତିଲ କରିଥିଲା। ଏଥିସହ ଭବିଷ୍ୟତରେ ପରୀକ୍ଷା ଦେବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ।
The Prajatantra is a prominent Odia-language daily newspaper founded on July 4, 1947, and officially launched as a daily on August 8, 1947. Conceived by Dr. Harekrushna Mahtab, it is headquartered near the High Court in Chandinchowk, Cuttack. As a fierce symbol of struggle against feudalism and orthodoxy, it publishes daily editions, maintains a strong local presence, and runs digital news.The newspaper has played a pivotal role in shaping Odisha's history, championing causes like the amalgamation of princely states, the SRC movement, and the establishment of the capital at Bhubaneswar.
The publication operates under The Prajatantra Prachar Samity, which also produces popular sister publications including:
The Jhankar: A monthly literary journal.
The Meenabazar: A monthly magazine for children.
The Saptahiki: The largest circulated Odia news weekly.
Next Post