ବାହା ହେବେ ଦୁଇ ଅଲମ୍ପିକ ବିଜେତା
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ଶେଷ ହୋଇଛି ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ। ଏହି ଅଲିମ୍ପିକ୍ସରେ ଭାରତ ମୋଟ୍ ୬ଟି ପଦକ ଜିତିଥିଲା। ଏହି ଅଲିମ୍ପିକ୍ସର ଭାରତର ପ୍ରଥମ ପଦକ ମହିଳା ଶୁଟର ମନୁ ଭାକର ଜିତିଥିଲେ। ଭାରତ ମୋଟ୍ ପାଞ୍ଚଟି ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଗୋଟିଏ ରୌପ୍ୟ ପଦକ ଜିତିଛି। ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ।
ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମନୁ ଭାକରଙ୍କ ମା’ ନୀରଜ ଚୋପ୍ରାଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନେ ଏହି ବାର୍ତ୍ତାଳାପକୁ ଦେଖି ନାନା କଥା ମନକୁ ଆଣି ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।
ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ମନୁଙ୍କ ମା’ ସୁମେଧା ଭାକର ନୀରଜ ଚୋପ୍ରାଙ୍କ ସହ କଥାବାର୍ତ୍ତା ହେଉଛନ୍ତି ଏବଂ ଏହି ସମୟ ମଧ୍ୟରେ ସେ ମଧ୍ୟ ନୀରଜଙ୍କ ହାତକୁ ତାଙ୍କ ମୁଣ୍ଡରେ ରଖିଥିଲେ।