ଦୋବଲ ବଜାରକୁ ଜବରଦଖଲ ମୁକ୍ତ କରିବାକୁ ପ୍ରଶାସନର ନିଷ୍ପତି : ୧୪ ବଦଳରେ ୧୬ ତାରିଖରେ ହେବ ଉଚ୍ଛେଦ
ଭଦ୍ରକ,୧୩/୮/୨୪(ପିପିଏସ) : ଭଦ୍ରକ,୧୩/୮/୨୪(ପିପିଏସ) : ଭଦ୍ରକ ଜିଲ୍ଲା ଧାମନଗର ତହସିଲ ପକ୍ଷରୁ ନିକଟରେ ଧାମନଗର ହାଟଛକକୁ ଜବରଦଖଲ ମୁକ୍ତ କରିଥିବାବେଳେ ଏବେ ଦୋବଲ ବଜାରକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଚଳିତମାସ ୧୪ ତାରିଖରେ ମୁସ୍ତାଫାପୁର ପଂଚାୟତର ଦୋବଲ ବଜାର ଓ ରାସ୍ତା ମାପ ପାଇଁ ଜବରଦଖଲ ସ୍ଥାନମାନଙ୍କରେ ନୋଟିସ୍ ଜାରି କରାଯାଇଥିଲା । ମାପ ପରେ ଚିହ୍ନଟ ସରକାରୀ ଜାଗା ଉଚ୍ଛେଦ ପରେ ରାସ୍ତା ସଂପ୍ରସାରଣ କରାଯିବ ବୋଲି ତହସିଲଦାର ଦୀପକ ଦାସ ସୂଚନା ଦେଇଥିଲେ । ମାତ୍ର କିଛି ସରକାରୀ କାର୍ଯ୍ୟ ଯୋଗୁଁ ୧୪ ତାରିଖ ପରିବର୍ତ୍ତେ ୧୬ ତାରିଖରେ ଦୋବଲ ବଜାରରେ ସରକାରୀ ରାସ୍ତାକୁ ମାପ କରାଯିବା ସହ ଚିହ୍ନଟ ଜବରଦଖଲକୁ ସଂଗେ ସଂଗେ ରାସ୍ତାରୁ ଉଚ୍ଛେଦ କରାଯିବ ବୋଲି ତହସିଲଦାର ଶ୍ରୀ ଦାସ ସୂଚନା ଦେଇଛନ୍ତି ।