ବିଜେଡି ର ୨ ବିଧାୟକଙ୍କୁ ହାଇକୋର୍ଟ ନୋଟିସ
1 min read

ବିଜେଡି ର ୨ ବିଧାୟକଙ୍କୁ ହାଇକୋର୍ଟ ନୋଟିସ

ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ପୁଣି ୨ ବିଧାୟକଙ୍କୁ ଲାଗିଲା ଝଟ୍‌କା। ୨ଟି ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ନୋଟିସ ଜାରିକରିଛନ୍ତି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସହିତ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନୋଟିସ ହୋଇଛି।

ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ରୁଜୁ ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ନୋଟିସ ଜାରି କରିଛନ୍ତି । ନାମାଙ୍କନ ବେଳେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ନୋଟିସ ହୋଇଛି। ସେପ୍ଟେମ୍ବର ମାସରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବରୁ ବିଜେଡିର ବିଧାୟକ ଧୃବ ସାହୁ ଏବଂ ଅରୁଣ ସାହୁଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ ଜାରି କରିଥିଲେ।

Leave a Reply

Your email address will not be published. Required fields are marked *