ଓଡିଶା
ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ -ଧର୍ମେନ୍ଦ୍ର
ନୂଆଦିଲ୍ଲୀ-ଭୁବନେଶ୍ୱର, ୧୦ ଅଗଷ୍ଟ (ପିପିଏସ) – ଭାରତବର୍ଷର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତିମୋର- ଲେସ୍ତେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ୍ କଲାର ଅଫ୍ ଦି ଅର୍ଡର’ରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନିତ ହେବା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ। ଏହି ସମ୍ମାନ ରାଷ୍ଟ୍ରପତିଙ୍କ ଲୋକସେବା, ଶିକ୍ଷା ଓ ମହିଳା […]
ପ୍ରେମିକର ଘରେ ନିଆଁ ଲଗାଇଲା ପ୍ରେମିକା
ବାସୁଦେବପୁର :୧୦-୦୮-୨୪(ପି.ଟି.ଭି) ବାସୁଦେବପୁର ଥାନା ଅଧିନ ପଦ୍ମପୁର ପଞ୍ଚାୟତ ରୁକଣାଦେଇପୁର ଗ୍ରାମର ସୁଦର୍ଶନ ମହାପାତ୍ରଙ୍କ ପୁଅ ପ୍ରଭାତ ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ଆସୁଥିଲା। ବିବାହର ପ୍ରତିଶ୍ରୁତିକୁ ନେଇ ପ୍ରେମିକର ଆର୍ଥିକ ଦୁରାବସ୍ଥା ସମୟରେ ପ୍ରେମିକା ଜଣକ ଆର୍ଥିକ ସହାନୁଭୂତି ଦେଖାଇବା ସହ ପ୍ରେମିକ ଘରକୁ ଅନେକ ସମୟରେ ବୁଲିବାକୁ ଆସୁଥିଲା। ଏମିତିକି ପ୍ରେମିକ ଚାଳ ଛପରକୁ ମରାମତି କରିବା ପାଇଁ ଆର୍ଥିକ ସାହାଯ୍ୟ କରିଥିଲା ବୋଲି ଶୁଣିବାକୁ ମିଳିଛି।ଶୁକ୍ରବାର ଅପରାହ୍ନରେ ବୁଲିବାକୁ ଆସିଥିବା […]
ଆଇଏସ୍ ଟାର୍ଗେଟରେ ସ୍ବିଫ୍ଟଙ୍କ ଫ୍ୟାନ୍ସ
ଭିଏନା : ଅଷ୍ଟ୍ରିଆ ରାଜଧାନୀ ଭିଏନାରେ ଆମେରିକୀୟ ସିଙ୍ଗର ଟେଲର ସ୍ବିଫ୍ଟ ଗୁରୁବାରଠାରୁ ଶନିବାର ମଧ୍ୟରେ ୩ଟି କନ୍ସର୍ଟ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମରେ ଆମତ୍ଘାତୀ ଆକ୍ରମଣ କରାଯିବା ନେଇ ଯୋଜନା ଚାଲିଥିବା ଅଷ୍ଟ୍ରିଆ ପୋଲିସ ଜାଣିବା ପରେ ଏହାକୁ ବାତିଲ କରିଦିଆଯାଇଛି। ପୋଲିସ ୩ ଜଣ ସ୍ବଳ୍ପବୟସ୍କଙ୍କୁ ଗିରଫ କରି ପଚରାଉଚରା କରୁଛି। ପପ୍ ସୁପରଷ୍ଟାର ଟେଲର ସ୍ବିଫ୍ଟଙ୍କ କନ୍ସର୍ଟ ଆୟୋଜନ ହେବାକୁ ଥିବା ଭିଏନାର ଏର୍ନଷ୍ଟ […]
ମରୁଭୂମିରେ ବର୍ଷାର ତାଣ୍ଡବ
ଜୟପୁର : ରାଜସ୍ଥାନରେ ଲାଗି ରହିଥିବା ପ୍ରବଳ ବର୍ଷା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ମରୁଭୂମି ଅଞ୍ଚଳରେ ପ୍ରବାହିତ ଲୁଣି ନଦୀରେ ତିନିଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଛି l ଭରତପୁରରେ ପ୍ରବଳ ବର୍ଷା ହେତୁ ଏକ ଘର ଭୁଶୁଡି ପଡିଛି। ଏହି କାରଣରୁ, ଆବର୍ଜନା ତଳେ ପୋତି ହୋଇଥିବାରୁ ମା ଓ ଝିଅଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ଅଲୱାର ଏବଂ ବ୍ୟାବରର ଆନିକଟ ଏବଂ ପୋଖରୀରେ ବୁଡ଼ିଯିବା କାରଣରୁ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ପ୍ରବଳରୁ […]
ଆଇଏସ୍ଏସ୍ରେ ଆଉ ୬ ମାସ ରହିବେ ସୁନୀତା
ଆଇଏସ୍ଏସ୍ରେ ଆଉ ୬ ମାସ ରହିବେ ସୁନୀତା ଓ୍ବାଶିଂଟନ : ବୋଇଂର ଷ୍ଟାର୍ଲାଇନ ମହାକାଶ ଯାନରେ ଗୋଟିଏ ସପ୍ତାହ ପାଇଁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ଯାଇଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍ ଓ୍ବିଲ୍ମୋର ଫେବୃଆରୀ ପୂର୍ବରୁ ଫେରୁନାହାନ୍ତି। ତାଙ୍କୁ ଆଉ ୬ ମାସ ସେଠାରେ ଅଟକି ରହିବାକୁ ପଡ଼ିବ। ବୋଇଂ ଷ୍ଟାର୍ଲାଇନରେ ସୃଷ୍ଟ ବୈଷୟିକ ସମସ୍ୟାର ସମାଧାନ ହୋଇପାରୁ ନ ଥିବାରୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ସ୍ପେସ୍ଏକ୍ସ ସହାୟତାରେ […]
୫୬ ବର୍ଷ ବୟସରେ ଆଖି ବୁଜିଲେ କର୍କଟ ପୀଡ଼ିତା ପୂର୍ବତନ ୟୁଟ୍ୟୁବ ସିଇଓ
ନୂଆଦିଲ୍ଲୀ: ଫୁସଫୁସ କର୍କଟ ସହିତ ଦୁଇ ବର୍ଷର ଯୁଦ୍ଧ ପରେ ଆଖି ବୁଜିଛନ୍ତି ୟୁଟ୍ୟୁବର ପୂର୍ବତନ ସିଇଓ ସୁଜାନ ୱାଜସିସ୍କି। ତାଙ୍କ ମୃତ୍ୟୁ ପରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ତାଙ୍କୁ ଜଣେ ଅବିଶ୍ୱସନୀୟ ବ୍ୟକ୍ତିତ୍ବ ବୋଲି ବର୍ଣ୍ଣନା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ବୟସ ହୋଇଥିଲା । ୱାଜସିସ୍କି ଗୁଗୁଲ ଇତିହାସରେ ଏକ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ଏବଂ ଇଣ୍ଟରନେଟ୍ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । […]
ସୁପ୍ରିମ୍କୋର୍ଟରେ ହିଜାବ ଶୁଣାଣି : ଶ୍ରେଣୀଗୃହରେ ବୁର୍ଖା, କ୍ୟାମ୍ପସରେ ଧାର୍ମିକ କାର୍ଯ୍ୟକଳାପ ମନା
ନୂଆଦିଲ୍ଲୀ: ମୁମ୍ବାଇର ଏକ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କ ହିଜାବ ନିଷେଧାଦେଶ ଉପରେ ସୁପ୍ରିମ୍କୋର୍ଟ ନଭେମ୍ବର ୧୮ ପର୍ଯ୍ୟନ୍ତ ଆଂଶିକ ରୋକ୍ ଲଗାଇଛନ୍ତି। କ୍ୟାମ୍ପସରେ ହିଜାବ ପିନ୍ଧିବା, ଟୋପି କିମ୍ବା ବ୍ୟାଜ୍ ପିନ୍ଧିବା ନେଇ କଟକଣା ଉପରେ ରୋକ୍ ଲଗାଇବା ସହ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି, ‘ଆପଣ ଝିଅମାନଙ୍କୁ ବିନ୍ଦି କିମ୍ବା ତିଳକ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବେ କି ?’ ଛାତ୍ରୀମାନେ ଯାହା ପିନ୍ଧୁଛନ୍ତି ସେଥିରେ ସେମାନଙ୍କୁ ପସନ୍ଦର ସ୍ୱାଧୀନତା ମିଳିବା ଦରକାର ଏବଂ କଲେଜ ସେମାନଙ୍କୁ […]
ନିଟ୍-ପିଜି ପରୀକ୍ଷା ଘୁଞ୍ଚାଇବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଆସନ୍ତା ୧୧ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍-ପିଜି ପରୀକ୍ଷା ଘୁଞ୍ଚାଇବାକୁ ଯେଉଁ ଆବେଦନ କରାଯାଇଥିଲା, ତାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ଜେ.ବି.ପାର୍ଦିୱାଲାଙ୍କୁ ନେଇ ଗଠିତ ତିନିଜଣିଆ ପୀଠ ଶୁକ୍ରବାର ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି । ପୀଠ ଆହୁରି କହିଛନ୍ତିି ଯେ ନିଟ୍-ପିଜି ପରୀକ୍ଷା ସ୍ଥଗିତ ରଖି ୨ ଲକ୍ଷ ପରୀକ୍ଷାର୍ଥୀଙ୍କ କ୍ୟାରିୟର ପାଇଁ କ୍ଷତି ପହଞ୍ଚାଇବା […]
ହତ୍ୟା ପୂର୍ବରୁ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ : ଜଣେ ଗିରଫ
କୋଲକାତା ମେଡିକାଲ କଲେଜରେ ଘଟିଥିଲା ଲୋମଟାଙ୍କୁରା ଘଟଣା କୋଲକାତା: ପଶ୍ଚିମବଙ୍ଗର ଆର.ଜେ କର ମେଡିକାଲ କଲେଜ ଓ ହସ୍ପିଟାଲରେ ଶିକ୍ଷାନବିସ ଡାକ୍ତର (ଟ୍ରେନି ଡାକ୍ତର)ଙ୍କ ସହ ଘଟିଥିବା ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ମହିଳା ଡାକ୍ତରଙ୍କୁ ପ୍ରଥମେ ଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୁଲିସ ଏହି ମାମଲାରେ ଖୋଳତାଡ ଜାରି ରଖିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଜଣଙ୍କୁ ଗିରଫ କରିଛି। ମୃତା ଡାକ୍ତର ଜଣଙ୍କ କଲେଜ ସେମିନାର ହଲରେ ଅଚେତ […]
ଆକାଶ ମାର୍ଗରୁ ୱାୟନାଡର ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ ମୋଦି
ୱାୟନାଡ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେରଳରେ ପହଞ୍ଚି ଆକାଶମାର୍ଗରୁୱାୟନାଡରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟର ଚିତ୍ର ଦେଖିଛନ୍ତି। ଏପରିକିପ୍ରଧାନମନ୍ତ୍ରୀ ମୋଦି ଭୂସ୍ଖଳନର ଉତ୍ପତିସ୍ଥଳ ଦେଖିବା ସହ ୱାୟନାଡର ସ୍ଥିତିପରଖିଛନ୍ତି। ଯେଉଁ ଇରୁଭାଝିଞ୍ଜି ପୂଝା ନଦୀରେ ଅଧିକ ପାଣି ଆସିବାରୁ ଭୂସ୍ଖଳନହୋଇଥିଲା।ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଏକ ସ୍ବତନ୍ତ୍ର ବିମାନରେ ପ୍ରାକୃତିକ ବିପର୍ଯ୍ୟୟରଚିତ୍ର ଦେଖିଛନ୍ତି। ତାଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ଏବଂ ପର୍ଯ୍ୟଟନ ମନ୍ତ୍ରୀସୁରେଶ ଗୋପୀ ମଧ୍ୟ […]