ପ୍ରକାଶ ପାଇଲା ସପ୍ଲିମେଣ୍ଟାରୀ ମାଟ୍ରିକ ପରୀକ୍ଷା ଫଳ

କଟକ,୨୩-୦୮-୨୪ (ପିପିଏସ) : ୨୦୨୪ ସପ୍ଲିମେଣ୍ଟାରୀ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥର ମୋଟ ୭୯୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୪୧ ଛାତ୍ରୀଛାତ୍ର ପାସ କରିଛନ୍ତି । ପାସ୍‌ ହାର ୫୫.୪% ରହିଛି ।

ସେହିପରି ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା(ଏସ୍‌ଓଏସ୍‌ସି) ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ଏଥିରେ ସମସ୍ତ ୫ଟି ବିଷୟରେ ୧୬ହଜାର ୯୦୮ଜଣ ପରୀକ୍ଷା ଦେଇଥିବା ବେଳେ ୯୪୩୫ଜଣ ପାସ୍‌ କରିଛନ୍ତି । ଅର୍ଥାତ ପାସ୍‌ ହାର ୫୫.୮୭% ରହିଛି ।

ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ନେଇ ସନ୍ତୁଷ୍ଟ ନୁହନ୍ତି ସେମାନେ ଖାତା ଚେକିଂ ପାଇଁ ଅଗଷ୍ଟ ୨୭ତାରିଖରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ଅଫଲାଇନରେ ଆବେଦନ କରିପାରିବେ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ପକ୍ଷରୁ ସୂଚନା ଦିଆଯାଇଛି । ଜୋନ ଅଫିସ କିମ୍ବା କଟକସ୍ଥିତ ବିଏସଇ ମୁଖ୍ୟ କାର୍ଯ୍ୟାଳୟରେ ଏନେଇ ଆବେଦନ କରିପାରିବେ । ବିଏସଇର ୱେବ ସାଇଟରେ ଆବେଦନ ଫର୍ମ ଉପଳବ୍ଧ ରହିଛି ।

Leave A Reply

Your email address will not be published.