ମହାନଦୀକୁ ଡେଇଁଲେ ହାଇସ୍କୁଲ ଛାତ୍ରୀ : ବ୍ରିଜ୍‌ ଉପରେ ରହିଛି ସାଇକେଲ ଓ ଚପଲ
1 min read

ମହାନଦୀକୁ ଡେଇଁଲେ ହାଇସ୍କୁଲ ଛାତ୍ରୀ : ବ୍ରିଜ୍‌ ଉପରେ ରହିଛି ସାଇକେଲ ଓ ଚପଲ

ସମ୍ବଲପୁର/ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ମହାନଦୀକୁ ଡେଇଁପଡିଲେ ହାଇସ୍କୁଲ ଛାତ୍ରୀ। ସମ୍ବଲପୁର ଚାଉଁରପୁର ବ୍ରିଜ୍ ରୁ ମହାନଦୀକୁ ହାଇସ୍କୁଲ ଛାତ୍ରୀ ଜଣକ ଡେଇଁ ପଡିଥିବା ସୂଚନା ମିଳିଛି। ଛାତ୍ରୀ ଜଣଙ୍କ ନାଁ କାଜଲ ବୋଲି ଜଣାପଡିଛି। ଆଜି ସକାଳେ କାଜଲ ସାଇକେଲ ଧରି ଘରୁ ବାହାରି ଆସିଥିଲେ। ଏହାପରେ ସେ ସାଇକେଲଟିକୁ ବ୍ରିଜ୍ ଉପରେ ରଖି ନଦୀକୁ ଡେଇଁ ପଡିଥିଲେ। ପ୍ରାତଃ ଭ୍ରମଣରେ କିଛି ଲୋକ ଆସିଥିବା ବେଳେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ତେବେ କେଉଁ କାରଣରୁ ସେ ନଦୀକୁ ଡେଇଁଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ । କାଜଲ ସ୍ଥାନୀୟ ଏକ ହାଇସ୍କୁଲରେ ପାଠ ପଢୁଥିଲେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *