କେଉଁମାନେ ପାଇବେ, କେଉଁମାନେ ପାଇବେ ନାହିଁ ସୁଭଦ୍ରା ସହାୟତା : କେଉଁଠାରେ କରିବେ ଆବେଦନ ?

ଭୁବନେଶ୍ୱର,୨୩-୦୮-୨୪ (ପିପିଏସ) : ଶୁକ୍ରବାର ରାଜ୍ୟ ସରକାର ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ଆଣିଛନ୍ତି । ଏହି ଯୋଜନାରେ କେଉଁମାନେ ସହାୟତା ପାଇବେ, କେଉଁମାନେ ସହାୟତା ପାଇବେ ନାହିଁ ଓ ହିତାଧିକାରୀ କେମିତି କରିବେ ଆବେଦନ, ସେ ସଂପର୍କରେ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

କିଭଳି ଆବେଦନ କରିବେ

*ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରରେ ଆବେଦନ କରିହେବ
*ଏସବୁ ଜାଗାରେ ମାଗଣାରେ ଫର୍ମ ମିଳିବ ଓ ହିତାଧିକାରୀ ସେହି ଫର୍ମ ପୂରଣ କରି ସୁଭଦ୍ର ସହାୟତା ପାଇଁ ଆବେଦନ କରିହେବ
*ସୁଭଦ୍ରା ପାଇଁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ।

କେଉଁମାନେ ସୁଭଦ୍ରା ସହାୟତା ପାଇବେନି

*ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା ପାଇବେନି ସୁଭଦ୍ରା ସହାୟତା
*ସରକାରୀ ଚାକିରି କରୁଥିବା ମହିଳା ପାଇବେନି ସୁଭଦ୍ରା ସହାୟତା
*ଆୟକର ପ୍ରଦାନ କରୁଥିବା ମହିଳା ମଧ୍ୟ ସହାୟତା ପାଇବେନି
*ଅନ୍ୟ ସରକାରୀ ଯୋଜନାରେ ସହାୟତା ପାଉଥିଲେ ମିଳିବନି
*ମାସିକ ୧୫ଶହ ବା ବାର୍ଷିକ ୧୮ ହଜାର ପାଉଥିଲେ ମିଳିବନି ‘ସୁଭଦ୍ରା’

କେଉଁମାନେ ସୁଭଦ୍ରା ସହାୟତା ପାଇବେ

*୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା
*୨୧ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ୫ ହଜାର ଟଙ୍କା
*ପ୍ରତିବର୍ଷ ୨ଥର, ୫ ବର୍ଷ ପର୍ଯ୍ୟନ୍ତ ଦିଆଯିବ ସହାୟତା ରାଶି
*ବର୍ଷକୁ ୧୦ ହଜାର, ୫ ବର୍ଷରେ ୫୦ ହଜାର ପାଇବେ
*ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଦିଆଯିବ ଟଙ୍କା
*ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା
*ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ
*ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ଡେବିଟ୍‌ କାର୍ଡ
*ସୁଭଦ୍ରା ଯୋଜନାରେ ଅତିରିକ୍ତ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି ସରକାର
*ଡିଜିଟାଲ କାରବାରକୁ ପ୍ରୋତ୍ସାହନ ପାଇଁ ମିଳିବ ଅତିରିକ୍ତ ସହାୟତା
*ସର୍ବାଧିକ ଡିଜିଟାଲ କାରବାର କରିଥିବା ହିତାଧିକାରୀଙ୍କୁ ଅତିରିକ୍ତ ୫ଶହ
*ପ୍ରତି ପଞ୍ଚାୟତର ୧୦୦ ଜଣ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ୫ଶହ
୨୦୨୮-୨୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ ମୋଟ ୫୫୮୨୫ କୋଟିର ବଜେଟ୍ ଧାର୍ଯ୍ୟ ହୋଇଛି । ଏହି ଯୋଜନାକୁ କାର୍ଯ୍ୟକାରୀ ଓ ତଦାରଖ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଏକ ‘ସୁଭଦ୍ରା ସୋସାଇଟି’ ଗଠନ କରାଯିବ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଘୋଷଣାନାମା :-

Leave A Reply

Your email address will not be published.