ଓଡିଶା
ଧାନବିଲରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର
ମୟୁରଭଞ୍ଜ,୧୯-୦୮-୨୪ (ପିପିଏସ ) : ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ପାରିଆଉଡ଼ାର ହାତୀଗଳା ପୋଲ ବାଙ୍କ ନିକଟ ରାସ୍ତା କଡ଼ରେ ଏକ ବାଇକ୍ ପଡିଥିବା ବେଳେ, ଧାନବିଲ ଭିତରୁ ଦୁଇଜଣ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି l ଦୁର୍ଘଟଣାରେ ଏହି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବାର ଜଣାପଡ଼ିଛି ।ମିଳିଥିବା ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ଏକ ବାଇକ୍(ଓଡି-୧୧ଏଚ୍-୪୭୭୧)ରେ ଯାଉଥିବା ଉକ୍ତ ଦୁଇଜଣ ଯୁବକ ଏକ ଖଜୁରୀ ଗଛରେ […]
ପୁରୀ ଜିଲ୍ଲାରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି
ପୁରୀ,୧୮-୦୮-୨୪ (ପିପିଏସ ) : ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ତଥା ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସଞ୍ଜୀବ ଖାନ୍ନା ଆଜି ପୁରୀ ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଦୁଗଲ ପଞ୍ଚାୟତ ଅଠାଇଶ ଗ୍ରାମର କିଛି ଭୂମିହୀନ ପରିବାର ଲୋକଙ୍କୁ ଭେଟିଥିଲେ। ସେମାନଙ୍କ ପାଖକୁ ଯାଇ ସେମାନଙ୍କର ମୌଳିକ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଦୀର୍ଘ ବର୍ଷ ହେଲା ସେଠାରେ ପଲିଥିନ୍ ତଳେ କଚ୍ଚା ଘରେ ରହୁଥିବା ଏହି ଭୂମିହୀନ […]
ବିଦେଶୀ ସନ୍ଦେହରେ ୩ ଯୁବକଙ୍କୁ ମାଡ଼, ଜଣେ ଗୁରୁତର : ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ
ମୟୁରଭଞ୍ଜ,୧୯-୦୮-୨୪ (ପିପିଏସ ) : ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାର ଅଞ୍ଚଳରେ ଭିନ୍ନ ସମ୍ପ୍ରଦାୟର ୩ଜଣ ଯୁବକଙ୍କୁ କିଛି ଅଜଣା ବ୍ୟକ୍ତି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ୩ ଯୁବକ ଏକ ଅଟୋରେ ସହର ମଧ୍ୟ କୁ ଆସୁଥିବା ବେଳେ କିଛି ଯୁବକ ସେମାନଙ୍କୁ ଅଟକାଇ ଆଧାର କାର୍ଡ଼ ସହ ପରିଚୟ ମାଗିଥିଲେ । ସେମାନେ ଆଧାର କାର୍ଡ଼ ନଦେବାରୁ ବିଦେଶୀ କହି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ […]
ଶ୍ରୀମନ୍ଦିର ପେଯ ନଳା ଜାମ୍
ସିଂହଦ୍ବାରରେ ଭାସିଲା ନଳାପାଣି ମିଶା ପେଯ: ଭକ୍ତ,ସେବାୟତ ଅସନ୍ତୁଷ୍ଟ ପୁରୀ୧୮-୦୮-୨୪ (ପିପିଏସ ): ଶ୍ରୀମନ୍ଦିର ପେଯନଳା ଜାମ୍ କାରଣରୁ ଆଜି ସିଂହଦ୍ବାରରେ ଭାସିଛି ରୋଷଘର ପେଯ। ନଳାପାଣି ସହ ମିଶି ଏହା ବଡ଼ଦାଣ୍ଡ ସିଂହଦ୍ବାରରେ ଲହଡ଼ି ମାରିଛି। ଏହାକୁ ମାଡ଼ି ଭକ୍ତ, ସେବାୟତ ଶ୍ରୀମନ୍ଦିରକୁ ଯା’ଆସ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପରିକ୍ରମା କାମ ବେଳେ କୌଣସି ଜାଗାରେ ପେଜ ନଳାକୁ ଜାମ୍ କରି ଦିଆଯାଇଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି।ଆଜି ସକାଳେ ମଙ୍ଗଳ […]
ଜେଏନୟୁରେ ଆର୍ଥିକ ସଙ୍କଟ:ସମ୍ପତ୍ତି ବିକ୍ରି କରିବ ଶିକ୍ଷାନୁଷ୍ଠାନ
ନୂଆଦିଲ୍ଲୀ/ଭୁବନେଶ୍ୱର ୧୮-୦୮-୨୪ (ପିପିଏସ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବା ଜେଏୟୁ ଭାରତର ଏକ ଜଣାଶୁଣା ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ | ଗତ କିଛିବର୍ଷ ମଧ୍ୟରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟକୁ ମଧ୍ୟ ଦେଶର ଏକ ନମ୍ବର ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି | ଦେଶର ବଡ ବଡ଼ ବ୍ୟକ୍ତିତ୍ୱ ଏହି ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ କରିଛନ୍ତି | ଏଠାରେ ଆଡମିଶନ ପାଇବାକୁ ହେଲେ ଆପଣଙ୍କୁ ଏକ ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ | ଯାହା ଅତ୍ୟନ୍ତ କଷ୍ଟକର | ଏହି ବିଶ୍ୱବିଦ୍ୟାଳୟରେ […]
ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବାକୁ ଲଗାଯିବ ଏ.ଆଇ. କ୍ୟାମେରା: ଆଇନ ମନ୍ତ୍ରୀ
ପୁରୀ/ ୧୮-୦୮-୨୪ (ପିପିଏସ ): ରତ୍ନଭଣ୍ଡାରରୁ ବାକ୍ସ ଓ ଆଲମିରା ସ୍ଥାନାନ୍ତର ପାଇଁ ସରକାରୀ ଅନୁମତି ମିଳିସାରିଛି। ଖୁବ୍ ଶୀଘ୍ର ରତ୍ନଭଣ୍ଡାର ମରାମତି ସାଙ୍ଗକୁ ଅଳଙ୍କାର ଗଣତି, ମଣତି ପ୍ରକ୍ରିୟା ଆରମ୍ଭ ହେବ। ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ଜିପିଆରଏସ୍ ସର୍ଭେ ସହ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଶ୍ରୀମନ୍ଦିର ଭକ୍ତଙ୍କ ଗହଳି ଓ ଭିଡ଼ ନିୟନ୍ତ୍ରଣ ପାଇଁ ଲଗାଯିବ ଏ.ଆଇ କ୍ୟାମେରା। ଏହାଦ୍ୱାରା ଦର୍ଶନ ବ୍ୟବସ୍ଥା […]
ବଜ୍ରାଘାତରେ ୧ ମୃତ ୪ ଆହତ
ସୋର/୧୮-୦୮-୨୪(ପିପିଏସ): ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଚାରିଜଣ ଆହତ ହୋଇଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ସୋର ବ୍ଲକ ନଟାପଡା ପଂଚାୟତ ୱାଦା ଗ୍ରାମର ହରିଶ ମଳିକ (୧୮) ଏବଂ ଆହତମାନେ ହେଲେ ସେହି ଗ୍ରାମର ସୁଭଦ୍ରା ମଳିକ(୧୭) ମତାଜୀ ମଳିକ(୪୫) ଭାଗ୍ୟଲକ୍ଷ୍ମୀ ମଳିକ(୩୬) ଓ ଜ୍ୟୋତିପ୍ରିୟା ମଳିକ (୨୦)। ସମସ୍ତେ ଗୋଟିଏ ପରିବାରର ହୋଇଥିବା ବେଳେ ଆଜି ଆଜି ସକାଳେ ସାଙ୍ଗହୋଇ ବିଲକୁ କାମ କରିବାକୁ ଯାଇଥିଲେ। ବର୍ଷା […]
ଓଡ଼ିଆ ଅସ୍ମିତା କଥା ଉଠାଇ ନିଜ ଦଳକୁ ଟାର୍ଗେଟ୍ କଲେ ପଞ୍ଚାନନ କାନୁନଗୋ
ଭୁବନେଶ୍ବର/ ୧୮-୦୮-୨୪(ପିପିଏସ): ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ବିସ୍ଫୋରକ ବୟାନ ଦେଇ ହଟଚମଟ ସୃଷ୍ଟି କରିଛନ୍ତି। ରାଜ୍ୟ କଂଗ୍ରେସର ଷ୍ଟଅରିଂ କମିଟିକୁ ନେଇ ପ୍ରଶ୍ନ ଉଠାଇ ପଞ୍ଚାନନ କାନୁନଗୋ କହିଛନ୍ତି, ଓଡ଼ିଆ ଅସ୍ମିତା କଥା କୁହାଯାଉଛି, ହେଲେ କମିଟି ଅଧ୍ୟକ୍ଷ ପାଇଁ ସାରା ରାଜ୍ୟରେ ଓଡ଼ିଶା କଂଗ୍ରେସକୁ ଓଡ଼ିଆ ନେତା ମିଳିଲେ ନାହିଁ। ଦୁର୍ଭାଗ୍ୟର କଥା ଜଣେ ଅଣ ଓଡ଼ିଆ ଲୋକ କମିଟିର ଅଧ୍ୟକ୍ଷ ହୋଇଛନ୍ତି। ଅତୀତରେ କେବେ ରାଜ୍ୟ କଂଗ୍ରେସର କୌଣସି କମିଟିରେ ପ୍ରଭାରୀ […]
କେନ୍ଦ୍ର ମନ୍ତ୍ରୀଙ୍କୁ ଫେରାଦ ହେଲେ ସରପଞ୍ଚ
ଟିଟିଲାଗଡ଼/ଭୁବନେଶ୍ୱର ୧୮-୦୮-୨୪(ପିପିଏସ): ଗଣତାନ୍ତ୍ରିକ ପଦ୍ଧତିରେ ସାଂସଦ, ବିଧାୟକଙ୍କ ଭଳି ଜନତାଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହେଉଥିବା ସରପଞ୍ଚ ନିଜ ପଦ ରକ୍ଷା ପାଇଁ ମୁଣ୍ଡିଆ ମାରିବାକୁ ପଡୁଛି l ବଲାଙ୍ଗୀର ଜିଲା ତୁରେକେଲା ବ୍ଲକରେ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ସାମ୍ନାକୁ ଆସି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି l ଏହାକୁ ନେଇ ରାଜ୍ୟରେ ସରପଞ୍ଚଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି l ରାଜ୍ୟ ସରପଞ୍ଚ ସଂଘ ପକ୍ଷରୁ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, କଳାହାଣ୍ଡି ଜିଲା […]
ଆଇଏମ ଏର କ୍ଯାଣ୍ଡେଲ ଶୋଭାଯାତ୍ରା।
ରାଉରକେଲା/୧୮-୦୮-୨୪(ପିପିଏସ): କୋଲକତା ହୋଇଥିବା ମହିଳା ଡ଼ାକ୍ତରଙ୍କ ହତ୍ୟାର ପ୍ରତିବାଦରେ ଭାରତୀୟ ମେଡିକାଲ ସଂଘ (ଆଇଏମ ଏ) ରାଉରକେଲା ପକ୍ଷରୁ ତୀବ୍ର ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ମହିଳା ଶାଖାର ସଭାପତି ପୂର୍ଣ୍ଣିମା ଦତ୍ତଙ୍କ ନେତୃତ୍ୱରେ ଆଇଏମ ଏ ରାଉରକେଲା ଶାଖାର ସଭାପତି ଡ଼ାକ୍ତର ସତ୍ୟ ରଂଜନ ଦାସ୍, ସାଧାରଣ ସଂପାଦକ ଡାକ୍ତର ଦେବେନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଡ଼ାକ୍ତର ଏଵଂ ସ୍ଵାସ୍ଥ୍ୟ କର୍ମଚାରୀ ମାନେ ସଂଧ୍ୟାରେ ହାଇଟେକ୍ ମେଡିକାଲ୍ ନିକଟରୁ ଏକ କ୍ଯାଣ୍ଡେଲ ଶୋଭାଯାତ୍ରାରେ ବାହାରି ବିରଜା ପାଲି କୋଟ […]