ନନ୍ଦନକାନନକୁ ଆସିଲେ ୨ଟି ଜିରାଫ ସହିତ ୨୦ ପଶୁପକ୍ଷୀ
1 min read

ନନ୍ଦନକାନନକୁ ଆସିଲେ ୨ଟି ଜିରାଫ ସହିତ ୨୦ ପଶୁପକ୍ଷୀ

ଭୁବନେଶ୍ୱର ୨୮-୦୮-୨୪(ପିପିଏସ) : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ କୁ ଆସିଲେ ନୂଆ ସଦସ୍ୟ। ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନା ଏବଂ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ପଶୁ ଅଦଳବଦଳ ପ୍ରକ୍ରିୟା ସଫଳ ହୋଇଛି।

ଏହି ପ୍ରକ୍ରିୟା ଯୋଗୁ ନନ୍ଦନକାନନକୁ ଆସିଛନ୍ତି ୨ଟି ଜିରାଫ, ୨ଟି ଫିସିଂ କ୍ୟାଟ୍, ୮ଟି ଗ୍ରୀନ୍ ଇଗୁଆନା, ୨ଟି ସ୍ପୁନ ବିଲ୍ସ ଚଢେଇ ଏବଂ ୬ଟି ୱାଟର ମନିଟର୍ ଲିଜାର୍ଡ।

ସେଇଭଳି ନନ୍ଦନକାନନରୁ ଗୋଟିଏ ବାଘ, ଦୁଇଟି ସିଂହ, ୨ଟି ହିମାଳୟାନ୍ କଳା ଭାଲୁ, ୨ଟି ହିପ୍ପୋ ଆଦି ଆଲିପୁର ଚିଡିଆଖାନାକୁ ପଠାଯିବ। ପ୍ରଥମ ପର୍ଯ୍ୟାୟରେ ଏହିସବୁ ପ୍ରାଣୀ ଅଦଳବଦଳ ହୋଇଛି।

ନନ୍ଦନକାନନକୁ ନୂଆ ପ୍ରାଣୀ ଆସିଥିବା ଖବର ଶୁଣି ଜୀବଜନ୍ତୁ ପ୍ରେମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହିତ ପରିଲକ୍ଷିତ ହୋଇଛି। ଫଳରେ ନନ୍ଦନକାନନରେ ଆହୁରି ନୂଆ ନୂଆ ଜୀବଙ୍କୁ ଦେଖିବାର ସୁଯୋଗ ମିଳିବ ବୋଲି ପର୍ଯ୍ୟଟକ କହିଛନ୍ତି।

Leave a Reply

Your email address will not be published. Required fields are marked *