1 min read

ସୁଭଦ୍ରା ଯୋଜନା : ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା

ଭୁବନେଶ୍ବର,୧୫-୦୯-୨୦୨୪(ପିପିଏସ) : ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ଯାଇଛି ୧ଟଙ୍କା । ପରୀକ୍ଷାମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଲେଖାଏଁ ପଠାଯାଇଛି । ସୁଭଦ୍ରା ଯୋଜନାକୁ ସ୍ୱାଗତ ପାଇଁ ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ବିଶାଳ ପଦଯାତ୍ରାରେ ଯୋଗଦେବା ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରାଥମିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ । ଶେଷ ଯୋଗ୍ୟ ମହିଳା ହିତାଧିକାରୀଙ୍କ […]

1 min read

ରାଉରକେଲା ଓ ବ୍ରହ୍ମପୁର ଷ୍ଟେସନରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍

ରାଉରକେଲା/ବ୍ରହ୍ମପୁର/ଭୁବନେଶ୍ବର,୧୫-୦୯-୨୦୨୪(ପିପିଏସ) : ଓଡ଼ିଶାରେ ଗଡ଼ିଲା ଆଉ ଦୁଇଟି ‘ବନ୍ଦେ ଭାରତ’ଏକ୍ସପ୍ରେସ୍ ଟ୍ରେନ। ରାଉରକେଲା-ହାୱାଡ଼ା ଓ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରେନର ଭର୍ଚୁଆଲ୍ ମୋଡରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଉରକେଲା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ରାଉରକେଲାରୁ ହାୱଡ଼ା ଭିତରେ କେବଳ ୩ଟି ଷ୍ଟେସନ ଚକ୍ରଧରପୁର, ଟାଟାନଗର ଓ ଖଡ଼ଗପୁରରେ ଅଟକିବ ବୋଲି ସୂଚନା ମିଳିଛି। ଏହାର ଶୁଭାରମ୍ଭ ବେଳେ ରାଉରକେଲା ଷ୍ଟେସନରେ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ। ସେହିପରି ବ୍ରହ୍ମପୁର-ଟାଟା ବନ୍ଦେ ଭାରତ […]

1 min read

ବାଣୀବିହାରରେ ଲାଗିଲା କଳଙ୍କର ଦାଗ : ଛାତ୍ରୀଙ୍କୁ ‌ବରିଷ୍ଠ ପ୍ରଫେସରଙ୍କ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ବର,୧୫-୦୯-୨୦୨୪(ପିପିଏସ) : ବାଣୀବିହାର ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଜଣେ ପ୍ରଫେସର ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିଛି। ଆଉ ଏହି ଅଭିଯୋଗ ଆଣିଛନ୍ତି ନିଜ ବିଭାଗର ଜଣେ ଛାତ୍ରୀ। ପୀଡ଼ିତା ଏନେଇ ବିଶ୍ୱବିଦ୍ୟାଳୟର ସେକ୍ସୁଆଲ୍‌ ହାରାସ୍‌ମେଣ୍ଟ ସେଲ୍‌ରେ ଅଭିଯୋଗ କରିଛନ୍ତି। ସେକ୍ସୁଆଲ୍‌ ହାରାସ୍‌ମେଣ୍ଟ ସେଲ୍‌ ପକ୍ଷରୁ ଘଟଣାର ତଦନ୍ତ ଚାଲିଥିବା ଜଣାପଡ଼ିଛି। ସେକ୍ସୁଆଲ୍‌ ହାରାସ୍‌ମେଣ୍ଟ ସେଲ୍‌ରେ ହୋଇଥିବା ଅଭିଯୋଗ ଅନୁସାରେ ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ଅର୍ଥନୀତି ବିଭାଗର ପ୍ରଫେସର ନିଜ […]

1 min read

ସମାଜର ଦୁର୍ବଳଶ୍ରେଣୀଙ୍କୁ ସେବା ବର୍ତ୍ତମାନର ଆହ୍ୱାନ : ପ୍ରଫେସର ସାନ୍ୟାଲ୍

କଟକ,୧୪-୦୯-୨୦୨୪ (ପିପିଏସ୍) : ମହାତ୍ମାଗାନ୍ଧୀଙ୍କ ଦ୍ୱାରା ୧୯୩୨ରେ ପ୍ରତିଷ୍ଠିତ ‘ହରିଜନ ସେବକ ସଂଘ’ର ରାଷ୍ଟ୍ରୀୟ ସଭାପତି ପ୍ରଫେସର ଡକ୍ଟର ଶଙ୍କର କୁମାର ସାନ୍ୟାଲ୍ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଓଡ଼ିଶାରେ ଗାନ୍ଧୀ ବିଚାରଧାରାକୁ ଆଗେଇନେବାକୁ ଆହ୍ୱାନ ଦେଇଛନ୍ତି । କଟକର ଐତିହାସିକ ସ୍ୱରାଜ ଆଶ୍ରମ ପରିଦର୍ଶନ କରି ପ୍ରଫେସର ସାନ୍ୟାଲ୍ ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଆଗମନ ଏବଂ ଗାନ୍ଧିଜୀଙ୍କ ସହ ଓଡ଼ିଶାର ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ […]

1 min read

ଓଡ଼ିଶାର ୧୦ ଲକ୍ଷ  ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହି ଦିନ ସେ ଓଡ଼ିଶାର ୧୦ ଲକ୍ଷ  ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ। ଏନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ। ଖାଲି ସେତିକି ନୁହେଁ, ଆସନ୍ତା ୧୭ ତାରିଖରେ ଭୁବନେଶ୍ବରର ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ବିଭିନ୍ନ ରାଜ୍ୟର ୧୦ଲକ୍ଷ ପିଏମ୍ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିବେ ପ୍ରଧାନମନ୍ତ୍ରୀ […]

1 min read

 ଜନ୍ମକଲା ମା’କୁ ହତ୍ୟା କଲେ ଦୁଇ ପୁଅ

ନିଜ ଜନ୍ମକଲା ମା’କୁ ହତ୍ୟା କଲେ ଦୁଇ ପୁଅ। ଏଭଳି ଅମାନବୀୟ ଘଟଣା ଘଟିଛି କଟକ ମହାନଗରର ମହାନଦୀ ବିହାର ଅଞ୍ଚଳରେ। ଏଣେ ହତ୍ୟାକାଣ୍ଡ ଘଟାଇବା ପରେ ଜଣେ ପୁଅ ଫେରାର୍ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। କଟକ-୧୪-୦୯-୨୦୨୪(ପିପିଏସ): ନିଜ ଜନ୍ମକଲା ମା’କୁ ହତ୍ୟା କଲେ ଦୁଇ ପୁଅ। ଏଭଳି ଅମାନବୀୟ ଘଟଣା ଘଟିଛି କଟକ ମହାନଗରର ମହାନଦୀ ବିହାର ଅଞ୍ଚଳରେ। ଏଣେ ହତ୍ୟାକାଣ୍ଡ ଘଟାଇବା […]

1 min read

ଖଣ୍ଡଗିରି ଥାନାରେ ନାଇଜେରୀୟ ପର୍ଯ୍ୟଟକ

ଭୁବନେଶ୍ୱର ୧୪-୦୯-୨୦୨୪(ପିପିଏସ): ଆଜି ରାତି ପ୍ରାୟ ୧୨ଟା ସମୟରେ ଖଣ୍ଡଗିରି ପୁଲିସ ଜଣେ ନାଇଜେରୀୟ ପର୍ଯ୍ୟଟକଙ୍କୁ ଥାନାକୁ ଉଠାଇଆଣିଛି। ତାଙ୍କର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। ଚର୍ଚ୍ଚା ହେଉଛି ଯେ ପୁଲିସ ଉକ୍ତ ଯୁବକଙ୍କ ନିକଟରୁ ପ୍ରାୟ ୨ଲକ୍ଷ ନଗଦ ଟଙ୍କା ଜବତ କରିଛି। ‌ତେବେ ସେ ଟଙ୍କା ତାଙ୍କ ବନ୍ଧୁଙ୍କର ବୋଲି ନାଇଜେରୀୟ ପର୍ଯ୍ୟଟକ କହୁଛନ୍ତି। ତାଙ୍କ ବନ୍ଧୁମାନେ ଦିଲ୍ଲୀ ଓ ଆଜମେରରେ ଥିବା ସେ ଦାବି କରିଛନ୍ତି ବୋଲି ସୂଚନା ମିଳିଛି।ତେବେ […]

1 min read

ଆପାର୍ଟମେଣ୍ଟରୁ ୩୦ ଭରି ସୁନା ଲୁଟ୍

କଟକ/ ୧୪-୦୯-୨୦୨୪(ପିପିଏସ): ବାରଙ୍ଗ ଥାନା ଅଧୀନ ବେଲଗଛିଆ ଗ୍ରାମ ନିକଟ ଶାନ୍ତିବନ ଆପାର୍ଟମେଣ୍ଟର ଏକ ଘରୁ ୩୦ ଭରି ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଆପାର୍ଟମେଣ୍ଟର ପଛପାଖ ଜଙ୍ଗଲିଆ ଅଞ୍ଚଳରୁ ପାଚେରି ଡେଇଁ ଭିତରେ ପଶି ଲୁଟ୍‌ କରିଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଛି।ଚୋରି ହୋଇଥିବା ଘରଟି ଆପାର୍ଟମେଣ୍ଟର ବି’ ବ୍ଲକ୍ ୨୦୪ ନମ୍ବର ଘରେ ଜଗଦଲପୁର ଷ୍ଟିଲ୍‌ ପ୍ଲାଣ୍ଟ କର୍ମଚାରୀ ଦିଲ୍ଲୀପ କୁମାର ମହାପାତ୍ର ଓ ତାଙ୍କ ପତ୍ନୀ ମୀନାକ୍ଷୀ ମହାପାତ୍ରଙ୍କର। ସେମାନେ […]

1 min read

ସମ୍ବର ଶିକାର କରି ଶିକାରୀ ଗିରଫ

କପ୍ତିପଦା/ଭୁବନେଶ୍ୱର,୧୪-୦୯-୨୦୨୪ (ପିପିଏସ) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲର ବିକାଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବନ୍ୟଜନ୍ତୁଙ୍କୁ ନିରାପଦରେ ରଖିବା ପାଇଁ ଜଙ୍ଗଲରେ ବୃକ୍ଷରୋପଣ, ପିଇବା ପାଇଁ ପାଣିର ବ୍ୟବସ୍ଥା, ଜଗୁଆଳି ମୁତୟନ କରୁଛନ୍ତି। କିନ୍ତୁ ଜଙ୍ଗଲ ମାଫିଆ ଓ ଶିକାରୀମାନେ ଏହାକୁ ବିଫଳ କରୁଛନ୍ତି। ଶିକାରୀମାନଙ୍କ ଆକ୍ରୋଶ ପାଇଁ ବନ୍ୟଜନ୍ତୁଙ୍କ ଜୀବନ ବିପଦ ଆଡ଼କୁ ଠେଲି ହୋଇଯାଉଛି। ମୟୂରଭଂଜ ଜିଲ୍ଲା ବାରିପଦା ବନଖଣ୍ଡ କପ୍ତିପଦା ଅଞ୍ଚଳରୁ ବନବିଭାଗର […]

1 min read

ଇଞ୍ଜିନିୟରିଂ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ : ରାଗିଂ ଅଭିଯୋଗ

ଭୁବନେଶ୍ୱର,୧୪-୦୯-୨୦୨୪ (ପିପିଏସ) : ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜର ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ଜଣଙ୍କ ହେଲେ ଝାରଖଣ୍ଡ ରାଞ୍ଚିର ଅଭିଷେକ ରବି। ଛାତ୍ର ଜଣଙ୍କ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ର ବୋଲି ସୂଚନା ମିଳିଛି । ଗତକାଲି ଛାତ୍ର ଜଣଙ୍କ କଲେଜ ଛାତ ସିଢ଼ିରୁ ପଡ଼ି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଅଭିଷେକଙ୍କ ମୃତ୍ୟୁ […]