ନିଲାମ ହେଲା ମହାପ୍ରଭୁଙ୍କ ଅର୍ପଣ ଚାଉଳ
ଅର୍ପଣ ଚାଉଳକୁ ୨କୋଟି ୮୬ ଲକ୍ଷ ଟଙ୍କାରେ ବିକ୍ରି କରିଛି ଶ୍ରୀମନ୍ଦିର ପ୍ରଶାସନ
ପୁରୀ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ମହାପ୍ରଭୁଙ୍କ ଅର୍ପଣ ଚାଉଳ ନିଲାମ ହୋଇଛି। ମୋଟ ୧୦ହଜାର ୩୨୨ କ୍ବିଣ୍ଟାଲ ଅର୍ପଣ ଚାଉଳକୁ ୨କୋଟି ୮୬ ଲକ୍ଷ ଟଙ୍କାରେ ବିକ୍ରି କରିଛି ଶ୍ରୀମନ୍ଦିର ପ୍ରଶାସନ। କ୍ବିଣ୍ଟାଲ ପିଛା ୨୭ ଶହ ୮୦ ଟଙ୍କାରେ ଅର୍ପଣ ଚାଉଳ ବିକ୍ରି ହୋଇଛି। ଅର୍ପଣ ଚାଉଳକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରିବାକୁ ନିକଟରେ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ତତ୍କାଳୀନ ସରକାର ରାଜ୍ୟବାସୀଙ୍କ ଠାରୁ ଏହି ଚାଉଳ ସଂଗ୍ରହ କରିଥିଲେ। ମୋଟ ୧୪ହଜାର କ୍ବିଣ୍ଟାଲ ଚାଉଳ ସଂଗ୍ରହ କରାଯାଇଥିବା ବେଳେ ଏଥିରୁ ୪ହଜାର କ୍ବିଣ୍ଟାଲ ଚାଉଳ ବ୍ୟବହାର ହୋଇଥିଲା । ବାକି ୧୦ହଜାର କ୍ବିଣ୍ଟାଲ ଚାଉଳ ନଷ୍ଟ ହେବାକୁ ବସିଥିଲା । ଶେଷରେ ଟେଣ୍ଡର ମାଧ୍ୟମରେ ଏହି ଚାଉଳ ସବୁକୁ ନିଲାମ କରାଯାଇଛି ।