ହିଙ୍ଗୁଳା କୋଇଲା ଖଣି ଦ୍ଵାରା  ୩୦ବର୍ଷ ତଳେ ଜମି ଅଧିଗ୍ରହଣ କିନ୍ତୁ ଚାକିରି ନାହିଁ  କାହିଁକି ?
1 min read

ହିଙ୍ଗୁଳା କୋଇଲା ଖଣି ଦ୍ଵାରା  ୩୦ବର୍ଷ ତଳେ ଜମି ଅଧିଗ୍ରହଣ କିନ୍ତୁ ଚାକିରି ନାହିଁ  କାହିଁକି ?

ତାଳଚେର/ଭୁବନେଶ୍ୱର ୦୪-୧୦-୨୦୨୪(ପିପିଏସ) : ତାଳଚେର ଏକ କୋଇଲା ଖଣି ପରିବ୍ୟାପ୍ତ ଅଞ୍ଚଳ ଏଠାରେ ଜାତୀୟ ସ୍ବାର୍ଥ ଓ ଦେଶର ବିକାସ ପାଇଁ ସ୍ଥାନିତ ଅଧିବାସୀ ନିଜ ନିଜ ଭିଟାମାଟି ଓ ଚାଷ ଜମିବାଡ଼ିକୁ ଉଚ୍ଛର୍ଗ କରିଥାନ୍ତି , କୋଇଲା ଖଣିର ସମ୍ପ୍ରସାରଣ ପାଇଁ ଗ୍ରାବାସୀମାନେ ନିଜ ଭିଟାମାଟି ଛାଡ଼ିବା ବଦଳରେ ନିଜ କର୍ମ ସଂସ୍ଥାନ ତଥା ପରିବାର ପ୍ରତିପୋଷଣ ନିମିତ୍ତ କୋଇଲା ଖଣିରେ ଖଣ୍ଡେ ଚାକିରି ଆଶାୟୀ ଭାବେ ନିଜ ଦାବି ଅଧିକାର ପାଇଁ ଗୁହାରି , ମିନତି ସହିତ ଦରକାର ପଡ଼ିଲେ ଖଣି ବନ୍ଦ ଆନ୍ଦୋଳନ କରନ୍ତି । ୧୯୯୪ମସିହାରେ ହିଙ୍ଗୁଳା କ୍ଷେତ୍ରର ଆମ୍ଭାପାଲ ଗ୍ରାମ ବାସୀଙ୍କ ଜମି ବାଡ଼ିକୁ ଏମ୍ ସି ଏଲ ବା ମହାନଦୀ କୋଇଲା କମ୍ପାନୀ ଦ୍ଵାରା ନୋଟିସ ହୋଇ ଜମି ଅଧିଗ୍ରହଣ ହୋଇଥିଲା କିନ୍ତୁ ଗ୍ରାମ ବାସୀଙ୍କୁ ସମ୍ପୂର୍ଣ ବିସ୍ଥାପିତ କରାନଯାଇ ଫାଙ୍କା ପ୍ରତିଶ୍ରୁତି ଓ ଆଶ୍ଵାସନା ବାଣୀ ଶୁଣାଇ କୋଇଲା କମ୍ପାନୀ ଅଧିକାରୀ ମାନେ ଲୋକଙ୍କ ଜୀବନ ଜୀବିକା ସହିତ ଖେଳ ଆସୁଛନ୍ତି ,  ଖଣି ଅଧିକୃତ ଚାଷ ଜମି ପଡ଼ିଆ ପଡିଲା ଓ ଘରେ ଘରେ ବେକାରୀ ସମସ୍ୟା ଉତ୍କଟ ରୂପ ନେଇଛି , କାମଧନ୍ଦା ନପାଇ ପରିଶେଷରେ ଆମ୍ବାପାଲ ଗ୍ରାମବାସୀ ହିଙ୍ଗୁଳା କୋଇଲା ଖଣି ବନ୍ଦ ସହିତ କୋଇଲା ଉତ୍ତୋଳନ ଓ ପରିବହନ ବନ୍ଦ କରିଦେଇଥିଲେ ,ଘଟଣା ସମ୍ପର୍କରେ ଅବଗତ ହୋଇ ଖଣି କର୍ତ୍ତୃପକଷ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଉପସ୍ଥିତିରେ ଖଣି ଆନ୍ଦୋଳନ କରୀଙ୍କ ଉପରେ ଚାପ ପ୍ରୟୋଗ କରିବା ସହିତ ଏହାର ସମାଧାନ ପାଇଁ ବିଶେଷ ତତ୍ପରତା ଦେଖାଇ ନଥିଲେ ପରେ ,ଗୋପାଳ ପ୍ରସାଦ ଥାନାଧିକାରୀ ବିକାସ କୁମାର ସାମଲ,ତାଳଚେର ଡେପୁଟି କଲେକ୍ଟର ପୁଷ୍ପିତ ମଧୁମିତା ଦେହୁରୀ  ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ହିଙ୍ଗୁଳା ଖଣି  ମହାପ୍ରବନ୍ଧକ ଓ ଅନ୍ୟାନ୍ୟ କର୍ତ୍ତୃପକଷ ,ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପହଞ୍ଚି ଆସନ୍ତା ୧୬ ତାରିଖ ମଧ୍ୟରେ ପ୍ରଶାସନିକ ହସ୍ତକ୍ଷେପ ମାଧ୍ୟମରେ ଦାବିଗୋଡ଼ିକ ପୁରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଗ୍ରାମବାସୀ ମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ଯେବେ ଏହାର ଖିଲାପ ହୁଏ ତେବେ ଆଗାମୀ ଦିନରେ ହିଙ୍ଗୁଳା ଖଣିକୁ ସମୂର୍ଣ ବନ୍ଦ ପାଇଁ ଅମ୍ବପାଲ ଗ୍ରାମବାସୀ ଚେତାବନୀ ଦେଇଥିଲେ ।

Leave a Reply

Your email address will not be published. Required fields are marked *