Odia news latest
ବଙ୍ଗୋପସାଗରରେ ଦୁର୍ବଳ ହେଲା ଲଘୁଚାପ, ତଥାପି ୧୪ ଯାଏଁ ବର୍ଷିବ
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଏହାର ପ୍ରଭାବରେ ରାଜ୍ୟରେ ପୂର୍ବାପେକ୍ଷା ବର୍ଷାର ପରିମାଣ କମିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପାଗ ଶୁଖିଲା ହୋଇନାହିଁ। ଅନେକ ସ୍ଥାନରେ ଏବେ ବି ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି ବର୍ଷା ଅବ୍ୟାହତ ରହିବାର ସମ୍ଭାବନା […]
ଶ୍ରୀମନ୍ଦିର ଉପରେ ପୁଣି ଡ୍ରୋନ୍ ଉଡ଼ାଣ, ଜଣେ ଯୁବକ ଅଟକ
ପୁରୀ, ୧୦୲୭(ରୁଦ୍ର): ରଥଯାତ୍ରାକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ସୋମବାର ଭୋର ସମୟରେ ଶ୍ରୀମନ୍ଦିରର ନୀଳଚକ୍ର ନିକଟରେ ଏକ ଡ୍ରୋନ୍ ଉଡୁଥିବା ଦେଖାଯିବା ପରେ ସୁରକ୍ଷା ଏଜେନ୍ସିମାନେ ତୁରନ୍ତ ସକ୍ରିୟ ହୋଇଥିଲେ। ସୂଚନା ପାଇବା ପରେ ପୁଲିସ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାଟିମଣ୍ଡପ ସାହି ଅଞ୍ଚଳରୁ ଡ୍ରୋନ୍ ଉଡ଼ାଉଥିବା ଜଣେ ଯୁବକଙ୍କୁ ଅଟକ ରଖିଛି। ତାଙ୍କଠାରୁ ବ୍ୟବହୃତ ଡ୍ରୋନ୍କୁ ମଧ୍ୟ […]
ଜିମ୍ବାୱେ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା
ରିଙ୍କୁ-ମୟଙ୍କଙ୍କ ପ୍ରତ୍ୟାବର୍ତ୍ତନ, ୪ ନୂଆ ମୁହଁଙ୍କୁ ସୁଯୋଗ ନୂଆଦିଲ୍ଲୀ ୭ⵏ୭(ଉଦୟ): ଜିମ୍ବାୱେ ବିପକ୍ଷରେ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ ଯୁବ ପ୍ରତିଭା ଓ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣରେ ୧୫ ଜଣିଆ ଦଳ ଗଠନ କରିଛନ୍ତି। ଶ୍ରେୟାସ ଆୟରଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇଛି। ଏଥର ଦଳର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି ୱିକେଟ୍କିପର ବ୍ୟାଟର ସଞ୍ଜୁ ସାମସନଙ୍କ ଅନୁପସ୍ଥିତି। ନିକଟରେ କ୍ରମାଗତ କ୍ରିକେଟ୍ […]
ରଥଯାତ୍ରା ପାଇଁ ଗଡ଼ିବ ସ୍ଵତନ୍ତ୍ର ରେଳ: ରେଳ ମନ୍ତ୍ରୀ
ଭୁବନେଶ୍ୱର, ୬।୭(ଉଦୟ): ରଥଯାତ୍ରାକୁ ଆଉ ଅଧିକ ସୁବିଧାଜନକ ଓ ସୁରକ୍ଷିତ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ମୋଟ ପ୍ରାୟ ୧୧୦୦ଟି ଟ୍ରେନ୍ ଚଳାଚଳ କରିବାର ଯୋଜନା ରହିଛି। ଏଥିମଧ୍ୟରୁ ପ୍ରାୟ ୩୦୦ଟି ସ୍ୱତନ୍ତ୍ର ସ୍ପେଶାଲ୍ ଟ୍ରେନ୍ ଥିବାବେଳେ, ପ୍ରାୟ ୮୦୦ଟି ରଥଯାତ୍ରାକୁ କେନ୍ଦ୍ର କରି ବିଶେଷ ବ୍ୟବସ୍ଥାରେ ଚଳାଚଳ କରିବ। ଏହି ପଦକ୍ଷେପ ଯୋଗୁଁ ଭକ୍ତମାନେ ଯାତାୟାତରେ ଅନେକ […]
ପ୍ରଜାତନ୍ତ୍ର ଦୈନିକ ରାଶିଫଳ
୧୨ ଟି ରାଶିର ଆଜିର ରାଶିଫଳ ଏଠାରେ ପ୍ରଦତ୍ତ କରାଗଲା: ବିଶେଷ ସୂଚନା: ସମସ୍ତ ରାଶିଫଳ ଜ୍ୟୋତିର୍ବିଦଙ୍କ ଅନୁସାରେ ଏଥିରେ ପ୍ରଜାତନ୍ତ୍ର ପ୍ରଚାର ସମିତି ର କୌଣସି ଭୂମିକା ନାହିଁ।
ମହିଳା ଟି–୨୦ ବିଶ୍ୱକପ୍–୨୦୨୬ : ଇଂଲଣ୍ଡକୁ ୭ ୱିକେଟ୍ରେ ପରାସ୍ତ କରି ସପ୍ତମ ଥର ପାଇଁ ଅଷ୍ଟ୍ରେଲିଆ ଚାମ୍ପିଅନ
ଲଣ୍ଡନ, ୬।୭ ବ୍ୟୁରୋ: ମହିଳା ଟି–୨୦ କ୍ରିକେଟ୍ରେ ଅଷ୍ଟ୍ରେଲିଆ ପୁଣିଥରେ ନିଜର ଅପ୍ରତିଦ୍ୱନ୍ଦ୍ୱୀ ପ୍ରାଧାନ୍ୟ ପ୍ରତିଷ୍ଠା କରିଛି। ରବିବାର ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ମହିଳା ଟି–୨୦ ବିଶ୍ୱକପ୍–୨୦୨୬ର ଫାଇନାଲ୍ରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୭ ୱିକେଟ୍ରେ ପରାସ୍ତ କରି ସପ୍ତମ ଥର ପାଇଁ ବିଶ୍ୱବିଜେତା ହେବାର ଗୌରବ ଅର୍ଜନ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୦ ରନ୍ ସଂଗ୍ରହ କରିଥିଲା। ଦଳର ବ୍ୟାଟରମାନେ ଭଲ […]
