ପ୍ରମୁଖ ଖବର
ଭଦ୍ରକରେ ଜାରି ରହିଛି ପ୍ରବଳ ବର୍ଷା; ଅକ୍ଟୋବର ୨୬ରେ ବନ୍ଦ ରହିବ ସମସ୍ତ ସ୍କୁଲ
ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଭଦ୍ରକରେ ଗତ ୨୩ ତାରିଖ ଠାରୁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। ବାତ୍ୟା ଗୁରୁବାର-ଶୁକ୍ରବାର ମଧ୍ୟ ରାତ୍ରୀରେ ଲ୍ୟାଣ୍ଡଫଲ କରିବା ପରେ ମଧ୍ୟ ଶୁକ୍ରବାର ଦିନସାରା ପ୍ରବଳ ବର୍ଷା ହୋଇଛି। ଭଦ୍ରକ ଜିଲ୍ଲାରେ ଶନିବାର ସମସ୍ତ ସ୍କୁଲ ବନ୍ଦ ରହିବ। ଭଦ୍ରକ/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ବାତ୍ୟା ‘ଦାନା’ ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଭଦ୍ରକରେ ଗତ ୨୩ ତାରିଖ ଠାରୁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। […]
ଆଶା ଦିଦି ଶିବାନୀ ମଣ୍ଡଲଙ୍କ ଭଲ କାମକୁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର […]
ଏସ୍ସିବିରେ ଦ୍ବିତୀୟ ଯକୃତ ପ୍ରତିରୋପଣ
ଦେଢ଼ମାସ ପରେ ନୂଆ ଜୀବନ ନେଇ ଘରକୁ ଫେରିଲେ ମାନସ ଦେଢ଼ମାସ ପରେ ଏସ୍ସିବିରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଯକୃତ(ଲିଭର୍) ପ୍ରତିରୋପଣ ହୋଇଥିବା ଦ୍ବିତୀୟ ରୋଗୀ ଖୋର୍ଦ୍ଧା ଅଞ୍ଚଳର ମାନସ ମୁଦୁଲି। ଗତ ସେପ୍ଟେମ୍ବର ୯ତାରିଖରେ ମାନସଙ୍କ ଶରୀରରେ ସଫଳତାର ସହ ଯକୃତ ପ୍ରତିରୋପଣ କରାଯାଇଥିଲା। କଟକ,୨୩-୧୦-୨୦୨୪(ପିପିଏସ ) : ଦେଢ଼ମାସ ପରେ ଏସ୍ସିବିରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଯକୃତ(ଲିଭର୍) ପ୍ରତିରୋପଣ ହୋଇଥିବା ଦ୍ବିତୀୟ ରୋଗୀ ଖୋର୍ଦ୍ଧା ଅଞ୍ଚଳର ମାନସ ମୁଦୁଲି। ଗତ ସେପ୍ଟେମ୍ବର […]
ଭାରତର ବାଘ ମଣିଷ
ମନୁଷ୍ୟ ଓ ବାଘ ଭଳି ହିଂସ୍ର ପ୍ରାଣୀ ମଧ୍ୟରେ ବନ୍ଧୁତା ଅତି ବିରଳ। ତାହା ପୁଣି ଦୀର୍ଘସ୍ଥାୟୀ ନୁହେଁ। କିନ୍ତୁ, ଓଡ଼ିଶାର ବନ ଅଧିକାରୀ ସରୋଜ ଚୌଧୁରୀ ଓ ବାଘୁଣୀ ଖଇରୀ ମଧ୍ୟରେ ବନ୍ଧୁତା ଥିଲା ନିବିଡ଼ ଓ ସ୍ଥାୟୀ। ଦେଶରେ ବାଘ ବଂଶ ତିଷ୍ଠି ରହିବା ଏବଂ ବୃଦ୍ଧି ଘଟିବା କ୍ଷେତ୍ରରେ ପ୍ରାରମ୍ଭିକ ପର୍ଯ୍ୟାୟରେ କେତେଜଣ ବନ ଅଧିକାରୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ‘ବାଘ ମଣିଷ’ ନାମରେ ଖ୍ୟାତ ଏଭଳି ତିନିଜଣ ବିରଳ ବନ୍ୟପ୍ରାଣୀ […]
ପୋତି ହୋଇଯାଉଛି ଇନ୍ଦ୍ରାବତୀ ଡ୍ୟାମ୍
ଜଳଭଣ୍ଡାର ଭିତରକୁ ଆସୁଛି ୪ ନଦୀର ମାଟି,ପଙ୍କ କଳାହାଣ୍ଡି ଜିଲ୍ଲାର ଜୀବନରେଖା ଇନ୍ଦ୍ରାବତୀ ଜଳଭଣ୍ଡାର ଦିନକୁ ଦିନ ପୋତି ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ୧୫ ବର୍ଷ ତଳେ ଡ୍ୟାମ୍ ନିରାପତ୍ତା ସମୀକ୍ଷା ପ୍ୟାନେଲ୍ ଦେଇଥିବା ରିପୋର୍ଟକୁ କର୍ତ୍ତୃପକ୍ଷ ଅଣଦେଖା କରିଚାଲିଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଭବାନୀପାଟଣା,ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : କଳାହାଣ୍ଡି ଜିଲ୍ଲାର ଜୀବନରେଖା ଇନ୍ଦ୍ରାବତୀ ଜଳଭଣ୍ଡାର ଦିନକୁ ଦିନ ପୋତି ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ୧୫ ବର୍ଷ ତଳେ ଡ୍ୟାମ୍ ନିରାପତ୍ତା […]
ଡିଜିଟାଲ୍ ପ୍ରଦୂଷଣ
ଆଜିର ଅତ୍ୟାଧୁନିକ ଯୁଗରେ ସଭିଏଁ ଇଣ୍ଟର୍ନେଟ୍, ସାମାଜିକ ଗଣମାଧ୍ୟମ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଏକପ୍ରକାରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଅଧୁନା ଡିଜିଟାଲ୍ ବିଶ୍ବ ଶୈଶବର ଖେଳସାଥୀ, କୈଶୋରର ଫ୍ୟାସନ୍ ଷ୍ଟୋର୍, ଯୁବକମାନଙ୍କର ବୃତ୍ତିଗତ ଆବଶ୍ୟକତା, ପ୍ରୌଢ଼ତାର ସମ୍ପର୍କର ଡୋର.. ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ଆଜିର ଅତ୍ୟାଧୁନିକ ଯୁଗରେ ସଭିଏଁ ଇଣ୍ଟର୍ନେଟ୍, ସାମାଜିକ ଗଣମାଧ୍ୟମ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଏକପ୍ରକାରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଅଧୁନା ଡିଜିଟାଲ୍ ବିଶ୍ବ ଶୈଶବର ଖେଳସାଥୀ, କୈଶୋରର ଫ୍ୟାସନ୍ ଷ୍ଟୋର୍, ଯୁବକମାନଙ୍କର […]
ହାଇଆଲର୍ଟରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର
ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରେଡ୍ ଜୋନ୍ରେ ଥିବା କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। କଟକ/ରାଜନଗର/କେନ୍ଦ୍ରାପଡ଼ା/ଜଗତସିଂହପୁର,୨୩-୧୦-୨୦୨୪(ପିପିଏସ ) : ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରେଡ୍ ଜୋନ୍ରେ ଥିବା କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ନିଆଳି, କଣ୍ଟାପଡ଼ା ତଥା ବିଭିନ୍ନ […]
ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ହାଇକୋର୍ଟ
କଟକ,୨୩-୧୦-୨୦୨୪(ପିପିଏସ ) : ବାତ୍ୟା ପାଇଁ ହାଇକୋର୍ଟ ୨ ଦିନ ବନ୍ଦ ରହିବ । ବାତ୍ୟା ‘ଦାନା’କୁ ନଜରରେ ରଖି ୨୪ ଓ ୨୫ ତାରିଖ ଦୁଇ ଦିନ ହାଇକୋର୍ଟ ବନ୍ଦ ରହିବ । ଏଥିପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ ତାରିଖ ଶନିବାର କୋର୍ଟ ଖୋଲାରହିବ ।
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ
ବାରିପଦା/ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଓ ବିକଶିତ ଭାରତ ଅଭିଯାନର ମିଳିତ ସହଯୋଗରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ରେ ଏବଂ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅଖିଳ ଭାରତୀୟ ସଂଘର୍ଷ ବାହିନୀ ପ୍ରମୁଖ ଅର୍ଣ୍ଣଦା ଶଙ୍କର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଶିକ୍ଷିତ ବ୍ୟକ୍ତିର […]
ବାତ୍ୟା ‘ଦାନା’ପାଇଁ ପାରାଦୀପରେ ଶିଳ୍ପ ମନ୍ତ୍ରୀ ଙ୍କ ପ୍ରାକ ପ୍ରସ୍ତୁତି ବୈଠକ
ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ବାତ୍ୟାରେ ଜିଲ୍ଲାର ପ୍ରାୟ ୮୮ ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା ପାରାଦୀପ,୨୩-୧୦-୨୦୨୪(ପିପିଏସ ) : ସମ୍ଭାବ୍ୟ ବାତ୍ୟା “ଦାନା”କୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ ବୃହତ୍ ଶିଳ୍ପ ଗୁଡିକର ପଦାଧୂକାରୀ ମାନଙ୍କୁ ନେଇ ଆଜି ପାରାଦ୍ବୀପ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକରେ ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ […]
