ପ୍ରମୁଖ ଖବର
ଆଜି ‘ସୁଭଦ୍ରା’ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ପଠାଗଲା ୧ଟଙ୍କା
ଭୁବନେଶ୍ୱର, ୦୭-୧୦-୨୦୨୪ (ପିପିଏସ) : ଆଜି ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ୧ଟଙ୍କା। ୯ ତାରିଖରେ ପ୍ରଥମ କିସ୍ତି ଦିଆଯିବା ଆଗରୁ ଆଜି ପରୀକ୍ଷାମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଲେଖାଏଁ ପଠାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କିଛି ସମୟ ଆଗରୁ ସୂଚନା ଦେଥିଲେ। ସେ କହିଛନ୍ତି,ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇବେ ସେମାନଙ୍କୁ ଖାତାକୁ ଏହି ଟଙ୍କା ଯିବ। ଆଗାମୀ ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାରେ […]
ଜିଆରଏସ ପଦକୁ ପୁଣି ଫେରାଇନେବା ନିର୍ଦ୍ଦେଶ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ
କଟକ,୦୬-୧୦-୨୦୨୪ (ପିପିଏସ) : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ଭାବେ ଗତ ମାର୍ଚ୍ଚ ମାସରେ ନିଯୁକ୍ତି ପାଇଥିବା ଗ୍ରାମରୋଜଗାର ସେବକ(ଜିଆରଏସ)ଙ୍କୁ ପୁଣି ପୂର୍ବ ପଦକୁ ଫେରାଇ ନେବା ପାଇଁ ୨୦୨୪, ସେପ୍ଟେମ୍ବର ୨୫ରେ ଜାରି କରାଯାଇଥିବା ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥି ସହିତ ହାଇକୋର୍ଟ ମାମଲାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ, ନିର୍ଦ୍ଦେଶକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ, ଜିଲ୍ଲା […]