୧୦ରେ ଲାସ୍ୟ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ପ୍ରତିଯୋଗିତା
1 min read

୧୦ରେ ଲାସ୍ୟ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ପ୍ରତିଯୋଗିତା

କୃତୀ ପ୍ରତିଯୋଗୀଙ୍କୁ ୪ର୍ଥ ଲାସ୍ୟ ଆୱାର୍ଡ ଫେଷ୍ଟିଭାଲରେ ସମ୍ମାନିତ କରାଯିବ

କଟକ,୦୨-୧୧-୨୦୨୪(ପିପିଏସ) : ସଦର ଥାନା ଅନ୍ତର୍ଗତ ଗୋପାଳପୁରସ୍ଥିତ ଲାସ୍ୟ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଚତୁର୍ଥ ଲାସ୍ୟ ପ୍ରତିଭା ୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ନୃତ୍ୟ ଏବଂ ଆର୍ଟ ପ୍ରତିଯୋଗିତା ଟାଉନ୍‌ ହଲ୍‌ଠାରେ ନଭେମ୍ବର ୧୦ ତାରିଖରେ ଅନୁଷ୍ଠିତ ହେବ। କୃତୀ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ୪ର୍ଥ ଲାସ୍ୟ ଆୱାର୍ଡ ଫେଷ୍ଟିଭାଲରେ ପୁରସ୍କୃତ କରାଯିବ ବୋଲି ଶନିବାର ପୂର୍ବାହ୍ଣରେ ବାଖରାବାଦସ୍ଥିତ ଗାନ୍ଧୀ ଭବନରେ ଲାସ୍ୟ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକାଡେମୀର ପ୍ରତିଷ୍ଠାତା ଦେବୀଦତ୍ତ ପଣ୍ଡା ଓ ସମ୍ପାଦିକା ସମୀକ୍ଷା ଦୀକ୍ଷିତ ସୂଚନା ଦେଇଛନ୍ତି।
ଟାଉନହଲରେ ୪ଟି ବିଭାଗ ଯଥା ଚିତ୍ରାଙ୍କନ (ଡ୍ରଇଂ), ଓଡ଼ିଶୀ ନୃତ୍ୟ (ସୋଲୋ), ଲୋକନୃତ୍ୟ (ସୋଲୋ) ଓ ଭଜନ ନୃତ୍ୟ (ସୋଲୋ)ରେ ପ୍ରତିଯୋଗିତା କରାଯିବ। ପ୍ରତିଯୋଗିତା ପୂର୍ବାହ୍ଣ ୮ଟାରୁ ଆରମ୍ଭ ହେବ। ଡ୍ରଇଂ, ଲୋକନୃତ୍ୟ ଓ ଭଜନ ନୃତ୍ୟ ପାଇଁ ବୟସ ସୀମା ସବ୍‌ ଜୁନିୟର ବର୍ଗ ପାଇଁ ୬ରୁ ୯ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଜୁନିୟର ବର୍ଗ ପାଇଁ ୧୦ରୁ ୧୩ ବର୍ଷ ଏବଂ ସିନିୟର ବର୍ଗରେ ୧୪ରୁ ୨୦ ବର୍ଷ ଏବଂ ଓଡ଼ିଶୀ ନୃତ୍ୟ (ସୋଲୋ)ରେ ସବ୍‌ ଜୁନିୟର ୮ରୁ ୧୨ ବର୍ଷ, ଜୁନିୟର ୧୩ରୁ ୧୬ ବର୍ଷ ଏବଂ ସିନିୟର ବର୍ଗରେ ୧୭ରୁ ୨୫ ବର୍ଷର ପିଲାମାନେ ଭାଗ ନେଇପାରିବେ। ଡ୍ରଇଂରେ ସବ୍ ଜୁନିୟର ବର୍ଗ ପାଇଁ ବିଷୟବସ୍ତୁ ଫ୍ରୁଟ୍‌ ବାସ୍କେଟ୍‌, ଜୁନିୟର ବର୍ଗରେ ପିଲାଙ୍କ ପାଇଁ ଚିଲ୍‌ଡ୍ରେନ୍‌ ପାର୍କ ଓ ସିନିୟର ବର୍ଗରେ ଓଡ଼ିଶାର କଳା ଓ ସଂସ୍କୃତି ବିଷୟ ରଖାଯାଇଛି। ସେହିଭଳି ଓଡ଼ିଶୀ ନୃତ୍ୟ (ସୋଲୋ)ରେ ପ୍ରତି ପ୍ରତିଯୋଗୀଙ୍କ ପାଇଁ ୪ ମିନିଟ୍‌, ଲୋକନୃତ୍ୟ (ସୋଲୋ) ଏବଂ ଭଜନ ନୃତ୍ୟ ​‌​‌(ସୋଲୋ) ସେମି କ୍ଲାସିକାଲରେ ପ୍ରତି ପ୍ରତିଯୋଗୀଙ୍କ ପାଇଁ ୩ ମିନିଟ୍‌ ସମୟ ଦିଆଯିବ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ରେଜିଷ୍ଟ୍ରେସନ ଫି ଧାର୍ଯ୍ୟ କରାଯାଇଛି। ସବ୍‌ ଜୁନିୟର ବର୍ଗ ପାଇଁ ୪୦୦, ଜୁନିୟର ବର୍ଗ ପାଇଁ ୪୫୦ ଏବଂ ସିନିୟର ବର୍ଗ ପାଇଁ ୫୦୦ ଟଙ୍କା ରଖାଯାଇଛି। ଫୋନ୍‌-ପେ ନମ୍ବର – ୯୯୩୭୩୮୦୯୭୩ ଜରିଆରେ ରେଜି​‌େ​‌ଷ୍ଟ୍ରସନ କରାଯାଇପାରିବ। ଏକାଡେମୀ ପକ୍ଷରୁ ଡ୍ରଇଂ ସିଟ୍‌ ପ୍ରଦାନ କରାଯିବ। ବିଚାରକଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ନିଷ୍ପତ୍ତି ହେବ। ପ୍ରତିଯୋଗୀମାନେ ସ୍କୁଲ, କଲେଜ ପରିଚୟପତ୍ର / ଆଧାର କାର୍ଡ ନେଇ ଆସିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଡ୍ୟାନ୍ସ ଏକାଡେମୀର ପ୍ରତିଷ୍ଠାତା ଶ୍ରୀ ପଣ୍ଡା ଓ ସମ୍ପାଦିକା ଶ୍ରୀମତୀ ଦୀକ୍ଷିତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *