1 min read

ହବିଷ୍ୟାଳି ମା’ମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ

ହବିଷିଆଳି ଯୋଜନା ଯଦି ହେଉଛି, ସବୁ ହବିଷିଆଳିଙ୍କ ପାଇଁ ହେଉ। କିନ୍ତୁ ଅଧା ରହିବେ, ଆଉ ଅଧା କାହିଁକି ରହିବେନି? ଏ ପାତରଅନ୍ତର ନ ହେଉ। ହବିଷିଆଳି ଶିବିରରେ ପହଞ୍ଚି ରହିବାକୁ ଜାଗା ନ ପାଇ ଦହଗଞ୍ଜ ହେବା ପରେ ଜିଲ୍ଲାରୁ ଆସିଥିବା ହବିଷିଆଳିମାନେ ଏଭଳି ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ପୂଣ୍ୟମାସ ‘କାର୍ତ୍ତିକ’ ପାଇଁ ପୁରୀ ଶ୍ରୀମନ୍ଦିରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷ୍ୟାଳିମାନେ ଏକଜୁଟ ହୋଇଛନ୍ତି। ବ୍ରତରଖି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବରିଷ୍ଠ ନାଗରିକମାନେ […]

1 min read

ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନୀଲ ଅଗ୍ରଓ୍ବାଲ ବେଦାନ୍ତ ରାଜ୍ୟରେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବାକୁ ଘୋଷଣା କରିଛି । ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ’ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲଙ୍କ ଆଲୋଚନାବେଳେ କମ୍ପାନି ଏହି ନିବେଶ ସଂପର୍କରେ ଘୋଷଣା କରିଛି । ମୁମ୍ବାଇ/ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ବେଦାନ୍ତ ଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ […]

1 min read

ବୌଦ୍ଧରେ ମାଓ ଦମନ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କଲେ ପୁଲିସ ଡିଜି

ପୁଲିସ ଡିଜି ୱାଇ. ବି. ଖୁରାନିଆ ବୌଦ୍ଧ ଗସ୍ତରେ ଯାଇ ମାଓ ଦମନ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ତାଙ୍କ ସହ ଆଇଜି ଅପରେସନ୍ ଜୟନାରାୟଣ ପଙ୍କଜ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ବୌଦ୍ଧ ଏସପି ନାଗରାଜ ଦେବାରକୋଣ୍ଡାଙ୍କ ସମେତ ବିଭିନ୍ନ ଥାନା ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ପୁଲିସ ଡିଜି। ବୌଦ୍ଧ/ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ପୁଲିସ ଡିଜି ୱାଇ. ବି. ଖୁରାନିଆ ବୌଦ୍ଧ ଗସ୍ତରେ ଯାଇ […]

1 min read

ଭରତପୁର ଥାନା ଘଟଣା: କେସ୍ ଡାଏରି ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ,୧୮-୧୦-୨୦୨୪(ପିପିଏସ) : ରାଜଧାନୀ ଭୁବନେଶ୍ବରର ବହୁଚର୍ଚ୍ଚିତ ଭରତପୁର ଥାନା ଘଟଣାରେ ନିଲମ୍ବିତ ପୁଲିସ ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସାଗରିକା ରଥ, ସଲିଳାମୟୀ ସାହୁ, କନଷ୍ଟେବଳ ବଳରାମ ହାଁସଦାଙ୍କ ଅଡ଼ୁଆ ବଢିଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠରେ ଏହି ଚାରି ପୁଲିସ କର୍ମଚାରୀଙ୍କ ତରଫରୁ ଦାୟର ପୃଥକ ଆଗୁଆ ଜାମିନ ଆବେଦନ ଗୁଡ଼ିକର ଏକତ୍ର ପ୍ରାରମ୍ଭିକ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ମାମଲାରେ କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କ […]

1 min read

ଶ୍ରୀମନ୍ଦିର ବରିଷ୍ଠ ସେବାୟତଙ୍କୁ ଭୁଜାଲିରେ ଆକ୍ରମଣ

ପୁରୀ/ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : କୋଟିକୋଟି ଜନତାଙ୍କ ଆରାଧ୍ୟ ଦେବତା ତଥା ଆସ୍ଥା ଓ ବିଶ୍ବାସର ପ୍ରବିତ୍ର ତୀର୍ଥସ୍ଥଳୀ ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ପୁଣି ଅଭାବନୀୟ ଘଟଣା ଘଟିଛି। ସନ୍ଧ୍ୟାରେ ମହାପ୍ରଭୁଙ୍କର ଜଣେ ସେବାୟତଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଶ୍ରୀମନ୍ଦିର ଅଧିକାରୀ ବକ୍ସି ପଢ଼ିଆରୀଙ୍କୁ ପଶ୍ଚିମଦ୍ୱାର ନିକଟରେ ଜଣେ ଦୁର୍ବୃତ୍ତ ଭୁଜାଲିରେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।  ଶ୍ରୀମନ୍ଦିର ଅଧିକାରୀ ବକ୍ସି ପଢ଼ିଆରୀ ସନ୍ଧ୍ୟାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିସରରେ ଥିବା ପଶ୍ଚିମ ଦ୍ବାର ଦେଇ ଯାଉଥିବା […]

1 min read

ବର୍ଦ୍ଧିତ ମୂଲ୍ୟରେ କିଣାହେବ ଖରିଫ ଧାନ ଏବେଠୁ ସକ୍ରିୟ ହେଲେଣି ଦଲାଲ

ରାଉରକେଲା/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ରାଜ୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କ୍ବିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଚାଷୀଙ୍କଠୁ ଖରିଫ ଧାନ କିଣିବାକୁ ଯାଉଛନ୍ତି । କେନ୍ଦ୍ରର ଧାର୍ଯ୍ୟ ଏମ୍‌ଏସ୍‌ପିଠୁ ରାଜ୍ୟ ସରକାର ଏଥର କ୍ବିଣ୍ଟାଲ ପ୍ରତି ଅଧିକ ୮୦୦ ଟଙ୍କା ଦେବାକୁ ଥିବାରୁ ସେଥିରେ ନିଜ ପକେଟ୍ ଗରମ କରିବାକୁ ଦଲାଲ୍‌ମାନେ ଏବେଠୁ ସକ୍ରିୟ ​ହେଲେଣି। ବର୍ଦ୍ଧିତ ଟଙ୍କାକୁ ଆତ୍ମସାତ୍ କରିବାକୁ ସେମାନେ ଗଳାବାଟ ତିଆରି କରୁଥିବା ଅଭିଯୋଗ ହେଉଛି। ପଡ଼ୋଶୀ ଝାଡ଼ଖଣ୍ଡରେ ଧାନର […]

1 min read

ଜଗତସିଂହପୁର ରେ କଞ୍ଚା ପରିବା ଆକାଶ ଛୁଆଁ।

ଜଗତ ସିଂହପୁର,୧୭-୧୦-୨୦୨୪ (ପିପିଏସ) : ଉପକୂଳ ଅଞ୍ଚଳର ଏହି ଜିଲ୍ଲା ଟି ଏକ କୃଷି ଭିତ୍ତିକ ଜିଲ୍ଲା ।ଆବଶ୍ୟକତା ଅନୁଯାୟୀ କଞ୍ଚା ପରିବା ଉତ୍ପାଦନ କ୍ଷେତ୍ରରେ ଆତ୍ମ ନିର୍ଭର ଶିଳ ହୋଇଥିଲେ ମଧ୍ୟ ସାମୟିକ ଭାବରେ ବାହାର ରାଜ୍ୟରୁ ଆମଦାନୀ କରିଥାଏ।ମୁଖ୍ୟତଃ ଆଳୁ କଖାରୁ ବାହାର ବଜାରରୁ ଆଣିବାକୁ ପଡ଼ିଥାଏ।ଜିଲ୍ଲା ମୁଖ୍ୟ ଦପ୍ତର ନିକଟବର୍ତ୍ତୀ ତିନୋଟି ସ୍ଥାନରେ ପରିବା ମିଳିଥାଏ।ପ୍ରଥମଟି ସୋମନାଥ ହାଟ,ଦ୍ୱିତୀୟ ସାନ ବଜାର ଓ ଗାନ୍ଧୀ ଛକ।ଏହା।ବ୍ୟତୀତ ସାନ ବଜାର ଟାଉନ ହଲ ଛକ […]

1 min read

ଆୟୁଷ ଡାକ୍ତରଙ୍କୁ ନିୟମିତ ଓ ଉଚିତ ପାରିଶ୍ରମିକ ଦାବି

ଏନ୍‌ଏଚ୍‌ଏମ୍‌ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ପିଏଚ୍‌ସି-ସିଏଚ୍‌ସିରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସମା‌ଧାନ ଦାବି କରିଛି ଓଡ଼ିଶା ଆୟୁଷ ଚିକିତ୍ସକ ମହାସଂଘ। ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ଏନ୍‌ଏଚ୍‌ଏମ୍‌ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ପିଏଚ୍‌ସି-ସିଏଚ୍‌ସିରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସମା‌ଧାନ ଦାବି କରିଛି ଓଡ଼ିଶା ଆୟୁଷ ଚିକିତ୍ସକ ମହାସଂଘ। ସଂଘ ସଭାପତି ଡା. ବିଶ୍ବରଞ୍ଜନ ଜେନା କହିଛନ୍ତି, ୨୦୦୭ ମସିହାରେ କେନ୍ଦ୍ର […]

1 min read

ବିଏମ୍‌ସି ଆଦାୟ କରିବ ପ୍ରପର୍ଟି ଟ୍ୟାକ୍ସ

ପ୍ରସ୍ତାବ ପାରିତ ପରେ ପ୍ରସ୍ତୁତି ଆରମ୍ଭ ହୋଲ୍ଡିଂ ଟିକସରେ ରହିଥିବା ଦୋଷ ଦୁର୍ବଳତା ଯୋଗୁ ବିଏମ୍‌ସିର ରାଜସ୍ବ ବଢ଼ୁନାହିଁ। ତା ସହିତ ଏଥିରେ ଥିବା ଗଳାବାଟରେ ୱାର୍ଡ ଅଫିସର ଓ କେତେକ କର୍ମଚାରୀ ଫାଇଦା ଉଠାଉଛନ୍ତି। ବିଏମ୍‌ସିର ରାଜସ୍ବ କମି କମି ଯାଉଥିବା ବେଳେ କେତେକ ନିର୍ଦ୍ଦିଷ୍ଟ କର୍ମଚାରୀ ମାଲେମାଲ୍‌ ହେଉଛନ୍ତି। ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ହୋଲ୍ଡିଂ ଟିକସରେ ରହିଥିବା ଦୋଷ ଦୁର୍ବଳତା ଯୋଗୁ ବିଏମ୍‌ସିର ରାଜସ୍ବ ବଢ଼ୁନାହିଁ। ତା ସହିତ ଏଥିରେ ଥିବା ଗଳାବାଟରେ […]

1 min read

ହାତୀ ଘଉଡ଼ାଇବା ହେଲା କାଳ

ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କୁ ଟେକି କଚାଡ଼ି ଦେଲା ଦନ୍ତା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା, ମୃତକ ହେଲେ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ କେନ୍ଦୁଝର/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ହାତୀ ଉତ୍ପାତ ଅଭିଯୋଗ ପାଇବା ପରେ ହାତୀପଲଙ୍କୁ ଘଉଡ଼ାଇବାକୁ ଯାଇଥିଲେ। ତେବେ ହାତୀପଲର ଏକ ଦନ୍ତା ହାତୀ ଉତ୍ୟକ୍ତ ହୋଇ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ  କର୍ମଚାରୀଙ୍କୁ ଗୋଡ଼ାଇଥିଲା। ଜୀବନ ଭୟରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ସୁରକ୍ଷିତ ସ୍ଥାନକୁ ଦୌଡୁଥିବାବେଳେ […]