ନାବାଳିକା ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ ମାମଲା : ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ
ବେତନଟୀ ବ୍ଳକ ବୈଶିଙ୍ଗା ଥାନା ଅଞ୍ଚଳର ୧୫ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ବଳପୂର୍ବକ ହାତମୁହଁରେ କପଡା ବାନ୍ଧି ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତ ପଡୋଶୀ ଘର ଯୁବକକୁ ଗତକାଲି ଗିରଫ କରିଥିବାବେଳେ ବୈଶିଙ୍ଗା ପୁଲିସ ବୁଧବାର କୋର୍ଟ ଚାଲାଣ କରିଛି
ବୈଶିଙ୍ଗା/ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) : ବେତନଟୀ ବ୍ଳକ ବୈଶିଙ୍ଗା ଥାନା ଅଞ୍ଚଳର ୧୫ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ବଳପୂର୍ବକ ହାତମୁହଁରେ କପଡା ବାନ୍ଧି ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତ ପଡୋଶୀ ଘର ଯୁବକକୁ ଗତକାଲି ଗିରଫ କରିଥିବାବେଳେ ବୈଶିଙ୍ଗା ପୁଲିସ ବୁଧବାର କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ ଘରେ କେହି ନ ଥିବାର ସୁଯୋଗ ନେଇ ସୋମବାର ପଡୋଶୀ ଅଭିଯୁକ୍ତ ଅସିତ ବେହେରା (୨୨) ଦିବ୍ୟାଙ୍ଗ ଯୁବତୀଙ୍କୁ ରାସ୍ତାରୁ ଟେକିନେଇ ମୁହଁ ହାତ ବାନ୍ଧି ବଳପୂର୍ବକ ନିଜ ବାସଗୃହରେ କବାଟ କିଳି ଦୁଷ୍କର୍ମ କରିଥିଲା । ଗ୍ରାମବାସୀଙ୍କ ଦ୍ଵାରା କବାଟ ଭାଙ୍ଗି ପୀଡିତାକୁ ଉଦ୍ଧାର କରାଯାଇଥିବାବେଳେ ଅଭିଯୁକ୍ତ ଚମ୍ପଟ ମାରିଥିଲା।ପରେ ଘଟଣାର ୧୨ଘଣ୍ଟା ନପୂରୁଣୁ ସ୍ଥାନୀୟ ଯୁବକ ଓ ଥାନା ଅଧିକାରୀ ତପନ ପ୍ରଧାନ ମିଶି କୌଶଳକ୍ରମେ ଅଭିଯୁକ୍ତକୁ ସ୍ଥାନୀୟ ଗୋରୁ ହାଟ ନିକଟରୁ ଗିରଫ କରିଥିଲେ ।ଏନେଇ ପୀଡିତାଙ୍କ ମା ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବୁଧବାର ଦିନ ଏନେଇ ୩୯୫ /୨୪ରେ ହୋଇଥିବା ମାମଲା ରୁଜୁ କରିବା ସହିତ ଉଭୟ ପୀଡିତା ଓ ଅଭିଯୁକ୍ତ ଅସିତର ଡାକ୍ତରୀ ମାଇନା କରାଯାଇ ବାରିପଦା ସ୍ଥିତ ପୋକ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରେ ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି।