1 min read

ଦୀପମ୍ ବିବାଦକୁ ନେଇ ଅଡୁଆରେ ମୁଖ୍ୟମନ୍ତ୍ରୀ ବିଜୟ

ତାମିଲନାଡୁ ରାଜନୀତିରେ ଏବେ ଦୀପମ୍ ନିଆଁ ! କାର୍ତ୍ତିଗାଇ ଦୀପମ୍ ବିବାଦକୁ ନେଇ ଅଡୁଆରେ ଅଭିନେତାରୁ ରାଜନେତା ଏବଂ ଏବେ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜୟ। ଗୋଟିଏ ପଟେ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା, ଅନ୍ୟପଟେ ବିଜେପି ଓ ହିନ୍ଦୁ ସଂଗଠନଙ୍କ ଆକ୍ରମଣ। ଏପରିକି ବିଜୟଙ୍କ ଇସ୍ତଫା ଦାବି ମଧ୍ୟ ଉଠିଲାଣି। ଆଉ ଏହି ବିବାଦକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ମଧ୍ୟ ବିଜୟଙ୍କୁ ଘେରିଛନ୍ତି। ତେବେ ଗୋଟିଏ ଦୀପ ଜଳାଇବାକୁ ନେଇ କାହିଁକି ଏତେ ବଡ଼ ବିବାଦ? କାହିଁକି ଆଇନଗତ ଓ ରାଜନୈତିକ ସଙ୍କଟରେ ବିଜୟଙ୍କ ସରକାର?

ଥାଲାପତି ବିଜୟ…ସୁପରଷ୍ଟାର ସିଏମ…ତାମିଲନାଡୁର ରାଜନୀତିରେ ନୂଆ ଚେହେରା, ନୂଆ ଦଳ ଓ ନୂଆ ପ୍ରତିଶ୍ରୁତି ସହ କ୍ଷମତା ଆସିଥିଲେ। ଲୋକଙ୍କ ଆଶା ଥିଲା, ନୂଆ ସରକାର ପ୍ରଶାସନିକ ନିରପେକ୍ଷତା ଓ ସମସ୍ତ ଧର୍ମର ଭାବନା ପ୍ରତି ସମାନ ସମ୍ମାନ ଦେଖାଇବ। କିନ୍ତୁ କାର୍ତ୍ତିଗାଇ ଦୀପମ୍ ବିବାଦ ବିଜୟଙ୍କ ଅସଲମୁଖା ଖୋଲି ଦେଇଛି। 

ସରକାରକୁ ଆସିବା ପରେ କିଛି ଭଲ ନିଷ୍ପତ୍ତି ବିଜୟଙ୍କୁ ଲୋକଙ୍କ ନିକଟତର କରିଥିଲା, ହେଲେ ଦୀପମ୍ ନିଆଁ ସେ ସବୁକୁ ଜାଳି ପୋଡି ଛାରଖାର କରିଦେଲା। କାର୍ତ୍ତିଗାଇ ଦୀପମ୍ ବିବାଦକୁ ନେଇ ଅଡୁଆରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ । ଗୋଟିଏ ପଟେ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା, ଅନ୍ୟପଟେ ବିଜେପି ଓ ହିନ୍ଦୁ ସଂଗଠନଙ୍କ ଆକ୍ରମଣ। ଏପରିକି ବିଜୟଙ୍କ ଇସ୍ତଫା ଦାବି ମଧ୍ୟ ଉଠିଲାଣି। ଆଉ ଏହି ବିବାଦକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ମଧ୍ୟ ବିଜୟଙ୍କୁ ଘେରିଛନ୍ତି। 

Leave a Reply

Your email address will not be published. Required fields are marked *