ଦେଶର ନାରୀଶକ୍ତିଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାପାଇଁ ସରକାର ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ 
1 min read

ଦେଶର ନାରୀଶକ୍ତିଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାପାଇଁ ସରକାର ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ରାଜନୈତିକ ଆଲୋଚନା ଜୋର୍‌ ଧରିଥିବାବେଳେ ଏବେ ଏହି ବିଲ୍‌ ପ୍ରତି ସମର୍ଥନ ମଧ୍ୟ ବଢ଼ିବାରେ ଲାଗିଛି। ପ୍ରଥମେ ଏନ୍‌ସିପି(ଏସ୍‌ପି) ଏବଂ ଏବେ ଡିଏମ୍‌କେ ମଧ୍ୟ ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ସମର୍ଥନ କରିଛି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି, ‘ ଦେଶର ନାରୀଶକ୍ତିଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାପାଇଁ ସରକାର ପ୍ରତିବଦ୍ଧ। ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସଂକ୍ରାନ୍ତରେ ସରକାର ଦେଇଥିବା ପ୍ରତିଶ୍ରୁତିକୁ ଦୋହରାଇ ମୋଦୀ କହିଛନ୍ତି, ଉଭୟ ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ସଂରକ୍ଷଣ କ୍ଷେତ୍ରରେ ଆସୁଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇବାପାଇଁ ଆମେ ପ୍ରତିବଦ୍ଧ। ଏକ୍ସରେ ଏକ ପୋଷ୍ଟ୍‌ କରି ମୋଦୀ କହିଛନ୍ତି, ମହିଳାଙ୍କ ରାଜନୈତିକ ପ୍ରତିନିଧିତ୍ବ ବୃଦ୍ଧି ପାଇଁ ଲଢ଼େଇ ଅନେକ ଦଶନ୍ଧି ଧରି ଜାରି ରହିଛି ଏବଂ ଅନେକ ମହିଳା ମଧ୍ୟ ତାଙ୍କୁ ଏନେଇ ଚିଠି ଲେଖିଛନ୍ତି। ବ୍ୟକ୍ତିଗତ ଭାବେ କଥାବାର୍ତ୍ତା ହେବା ସମୟରେ ମଧ୍ୟ ମହିଳାମାନେ ଏହି ପ୍ରସଙ୍ଗ ଉଠାଇଥିବା ମୋଦୀ କହିଛନ୍ତି। ଏହି ସଂରକ୍ଷଣ କାର୍ଯ୍ୟକାରୀ କରିବା ଦିଗରେ ଆସୁଥିବା ପ୍ରତିଟି ପ୍ରତିବନ୍ଧକକୁ ହଟାଇବାପାଇଁ ସରକାର ପ୍ରତିବଦ୍ଧ ବୋଲି ‌ସେ ପୁଣିଥରେ ଦୋହରାଇଛନ୍ତି।

Leave a Reply

Your email address will not be published. Required fields are marked *