ସୀମା ନିର୍ଦ୍ଧାରଣ ବିଲ୍‌କୁ ସିଜେପିର ବିରୋଧ
1 min read

ସୀମା ନିର୍ଦ୍ଧାରଣ ବିଲ୍‌କୁ ସିଜେପିର ବିରୋଧ

ନୂଆଦିଲ୍ଲୀ: ନିର୍ଦ୍ଧାରଣ ବିଲ୍‌କୁ ନେଇ କକ୍ରୋଚ୍ ଜନତା ପାର୍ଟି (ସିଜେପି)କୁ ନୂଆ ପ୍ରସଙ୍ଗ ମିଳିଛି। ପାର୍ଟି ପକ୍ଷରୁ ବିଲ୍‌କୁ ବିରୋଧ କରାଯାଇଛି। ସମସ୍ତ ରାଜନୈତିକ ଦଳ ଏବଂ ସାଂସଦମାନଙ୍କୁ ସଂସଦରେ ସୀମା ନିର୍ଦ୍ଧାରଣ ବିଲ୍‌କୁ ବିରୋଧ କରିବାକୁ ପାର୍ଟି ନିବେଦନ କରିଛି। ଦଳ କହିଛି ଯେ, ବିଲ୍‌କୁ ପାସ୍‌ କରିବାରେ ସାହାଯ୍ୟ କରୁଥିବା ଯେକୌଣସି ଦଳ କିମ୍ବା ନେତା ଜନସାଧାରଣଙ୍କ ଜନାଦେଶ ପ୍ରତି ଘୋର ବିଶ୍ୱାସଘାତକତା କରିବେ। ସିଜେପି ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଉପରେ ଚିନ୍ତା ପ୍ରକାଶ କରି ଅଭିଯୋଗ କରିଛି, ଏହା ଶାସକ ଦଳର ଲାଭ ପାଇଁ ସଂସଦୀୟ ଏବଂ ବିଧାନସଭା ଆସନର ସୀମା ପରିବର୍ତ୍ତନ କରିବାର ଆଶଙ୍କା ରହିଛି।ପାର୍ଟି ଏକ ବିବୃତିରେ କହିଛି, ପ୍ରସ୍ତାବିତ ପ୍ରକ୍ରିୟାର ସବୁଠାରୁ କ୍ଷତିକାରକ ଦିଗ ହେଉଛି ପକ୍ଷପାତପୂର୍ଣ୍ଣ ଭାବରେ ସଂସଦୀୟ ଏବଂ ବିଧାନସଭା ନିର୍ବାଚନମଣ୍ଡଳୀର ପୁନଃଗଠନ। ଯାହା ସିଧାସଳଖ ଶାସକ ଦଳକୁ ଲାଭ ପହଞ୍ଚାଇବ। ଏହାକୁ ଗରିମାଣ୍ଡରିଂ ବୋଲି କହି, ସିଜେପି ସମସ୍ତ ଦଳକୁ ଭାରତର ନିର୍ବାଚନୀ ମାନଚିତ୍ରର କଥିତ ହେରଫେର୍ ବିରୋଧରେ ଏକତ୍ର ହେବାକୁ ଆହ୍ୱାନ କରିଛି।

Leave a Reply

Your email address will not be published. Required fields are marked *