କଟକ ସାଂସଦଙ୍କ ବାଙ୍କୀ ଗସ୍ତ, ମା’ଚର୍ଚ୍ଚିକାଙ୍କ ମନ୍ଦିର ପରିଦର୍ଶନ
ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) :
କଳାପଥର (ବାଙ୍କୀ)/ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) : କଟକ ସାଂସଦ ଭର୍ତ୍ତୃହରି ମହତାବ ବାଙ୍କୀର ଇଷ୍ଟଦେବୀ ମା’ଚର୍ଚ୍ଚିକାଙ୍କ ଦର୍ଶନ କରିଥିଲେ। ମା’ଚର୍ଚ୍ଚିକାଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ୧୧କୋଟି ଟଙ୍କାର ଅନୁକମ୍ପା ରାଶି କାହିଁକି ଅଦ୍ୟାବଧି ମା’ଙ୍କ ମନ୍ଦିରର ବିକାଶମୂଳକ କାମରେ ଲାଗିପାରିଲା ନାହିଁ ବୋଲି ମା’ଚର୍ଚ୍ଚିକାଙ୍କ ସେବାୟତମାନେ ସାଂସଦଙ୍କ ନିକଟରେ ଫେରାଦ କରିଛନ୍ତି। ସାଂସଦ ଶ୍ରୀ ମହତାବ ତତ୍କାଳ ଅଭିଯୋଗ ପାଇବା ପରେ କଟକ ଜିଲ୍ଲାପାଳଙ୍କୁ ଫୋନ୍ ଯୋଗେ ଏହାର ତ୍ୱରିତ ବେଗରେ ପଦକ୍ଷେପ ନେବା ପାଇଁ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ରଣା, ସଂପାଦକ ନୀଳମଣି ମହାପାତ୍ର, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ରଣା, ସେବାୟତ ପ୍ରଶାନ୍ତ କୁମାର ମହାପାତ୍ର, ସଂଜୟ ରଣା ପ୍ରମୁଖ ଉପସ୍ଥିତ ରହି ସାଂସଦ ଶ୍ରୀ ମହତାବଙ୍କୁ ମନ୍ଦିର ଉନ୍ନତି ସଂପର୍କରେ ଅବଗତ କରାଇଥିଲେ।