ଆବାସ ଯୋଜନା ସାତସପନ, ଭଙ୍ଗା-ଦଦରା ଘରେ ବିତୁଛି ଜୀବନ

ଘୁ. ଉଦୟଗିରି/ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ଥିଲା ବାଲାକୁ ମିଳୁଛି ସରକାରୀ ଯୋଜନା। ନଥିଲାବାଲା ଭାଗ୍ୟକୁ ଆଦରି ଭଙ୍ଗା ଦଦରା ଘରେ ଜୀବନ କାଟିବାକୁ ପଡୁଛି। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗ୍ରାମରେ। ସ୍ତ୍ରୀ ଭାଗ୍ୟବତୀ ବେହେରା ଏବଂ ସ୍ୱାମୀ ମାର୍କଣ୍ଡ ବେହେରା ଭଙ୍ଗା ଦଦରା ଘରେ ଦୟନୀୟ ଭାବରେ ରହୁଥିବା ଦୃଶ୍ୟ ଦେଖିଲେ ସରକାରୀ ଯୋଜନା ବାଟବଣା ହେଲାଭଳି ମନେ ହେଉଛି। ଦିନ ମଜୁରୀ କରି ଯାହା ଆୟ ହେଉଛି ସେଥିରେ ଦୁଇ ପ୍ରାଣୀ ନିଜ ଦୈନଦିନ ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଘରର ଅବସ୍ଥା ଦିନକୁ ଦିନ ଦୟାନୀୟ ହେବାରେ ଲାଗିଲାଣି। ଭଙ୍ଗାଦଦରା ଘରକୁ ସଜାଡ଼ିବାକୁ ମଧ୍ୟ ସମ୍ବଳ ଅଭାବ। ଯେତିକି ମିଳୁଛି ସେତିକି ପରିବାର ଚଳିବା କଷ୍ଟ ପୁଣି ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି କହିଛନ୍ତି। ଦୀର୍ଘ ବର୍ଷରୁ ଭଙ୍ଗା ଦଦରା ଚାଳ ଛପର ଘରେ ଦୁଇ ବୁଢ଼ାବୁଢ଼ୀଙ୍କ ବିତୁଛି ଜୀବନ। ଏହି ଦୃଶ୍ୟ ଦେଖିବା ପରେ ସରକାରୀ ଯୋଜନା ଫେଲ୍ ମାରିଛି ବୋଲି ଗରିବ ଲୋକ ମତବ୍ୟକ୍ତ କରିଛନ୍ତି। ଦୁହିଁଙ୍କ ଘର ଛପର ନଷ୍ଟ ହେବାକୁ ଗଲାଣି ଘରର କାନ୍ଥ ସବୁ ଫାଟି ଆଁ କରିଛି ଏପରି ବିପଦ ସଙ୍କୁଳ ଘରେ ବୃଦ୍ଧ ବୃଦ୍ଧା ରାତ୍ରିଯାପନ କରୁଛନ୍ତି। ଘର ମରାମତି କରିବା ପାଇଁ ହାତରେ ସମ୍ବଳ ନାହିଁ। ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି  ଭାଗ୍ୟବତୀ ବେହେର।

publive-image

ଖରା ଓ ବର୍ଷାରେ ଘରର ଛପର ନଷ୍ଟ ହେବାରୁ ବର୍ଷା ପାଣି ଘର ଭିତରେ ଜମିକି ରହୁ ଥିଲା। ଫଳରେ ପରିବାର ଲୋକେ ଘର ଖଣ୍ଡିଏ ପାଇଁ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି। ଦିନେ ନୁହେଁ କି ମାସେ ନୁହେଁ ବର୍ଷ ବର୍ଷ ମାଟି ଘରେ ହିଁ ବିତୁଛି ଜୀବନ। ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ଭାଗ୍ୟବତୀ ବେହେରାଙ୍କୁ ଆବାସ ଗୃହ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପଟେ ଦେଖିବାକୁ ବାକି ରହିଛି ସରକାର ଗରିବ ମୁଣ୍ଡକୁ ଛାତ କେବେ ଯୋଗାଇ ଦେଉଛନ୍ତି।

Leave A Reply

Your email address will not be published.