ଓଡିଶା
ବାତ୍ୟା ସମୟରେ ଏହି ଜିଲ୍ଲାରେ ଏତିକି ବେଗରେ ପବନ ବହିବ? ସୂଚନା ଦେଲା ଆଇଏମ୍ଡି
ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ପୁରୀ-ସାଗରଦୀପ ମଝିରେ ଲ୍ୟାଣ୍ଡଫଲ କରିବ। ବାତ୍ୟା ସମୟରେ ପବନର ବେଗ ଘଣ୍ଟା ପିଛା ସର୍ବାଧିକ ୧୨୦କିମି ରହିବ। ବାତ୍ୟରୁ ବର୍ତ୍ତିବା ପାଇଁ ସତର୍କ ରହିବାକୁ ହେବ। ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ପୁରୀ-ସାଗରଦୀପ ମଝିରେ ଲ୍ୟାଣ୍ଡଫଲ କରିବ। ୨୪ ତାରିଖ ରାତି କିମ୍ବା ୨୫ […]
ଖୁସି ଛଡ଼ାଇ ନେଲା ଦୋଳି
ମୃତ୍ୟୁ କାହାକୁ କେମିତି ଡାକେ ସେ ହିଁ ଭଲ ଭାବରେ ଜାଣିଥାଏ। ଝୁଲୁଥିବା ବେଳେ ଖସିପଡ଼ି ନାବାଳିକାର ମୃତ୍ୟୁ ସୋର/ଭୁବନେଶ୍ୱର ୨୧-୧୦-୨୦୨୪(ପିପିଏସ) : ମୃତ୍ୟୁ କେତେବେଳେ କାହାପାଇଁ କେମିତି ଆସିବ କେହି କହିପାରିବ ନାହିଁ। ଖୁସି ସମୟରେ ଅଚାନକ ଦୁଃଖ ମଧ୍ୟ ପହଞ୍ଚୁଛି। ଏଭଳି ଏକ ଘଟଣା ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି। ଦୋଳିରେ ଝୁଲୁଥିବା ବେଳେ ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଛି। ନାବାଳିକା ଜଣଙ୍କ ହେଲେ ସାଉଡୁ ପଂଚାୟତ ପାଖରା […]
ବାତ୍ୟା ସମୟରେ ଓ ପରେ ବିଶୁଦ୍ଧ ଜଳ ନିରବଚ୍ଛିନ୍ନ ଭାବେ ଉପଲବ୍ଧ ହେବ: ଉଷା ପାଢ଼ୀ
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ପୌରସଂସ୍ଥାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସମୀକ୍ଷା ସମୟରେ ଶ୍ରୀମତୀ ପାଢ଼ୀ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ୨୧-୧୦-୨୦୨୪(ପିପିଏସ) : ସାମୁଦ୍ରିକ ଝଡ଼ ‘ଦାନା’କୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ପୌରସଂସ୍ଥାର […]
ଆଦୌ ବିଚଳିତ ନ ହେବାକୁ ଅପିଲ କଲେ ରାଜସ୍ବ ମନ୍ତ୍ରୀ
ପୁରୀ ଓ ସାଗର ଦୀପ ଭିତରେ ସ୍ଥଳ ଭାଗରେ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆମ ପାଖରେ ଯାହା ସୂଚନା ରହିଛି, ବାତ୍ୟା ‘ଦାନା’ ପିକ୍ ସମୟରେ ସ୍ଥଳ ଭାଗରେ ଘଣ୍ଟା ପିଛା ୧୧୦ରୁ ୧୨୦ କିମି ବେଗରେ ଯିବା ସମ୍ଭାବନା ରହିଛି। ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ଦାନା’କୁ ନେଇ ଲୋକେ ଆଦୌ ବିଚଳିତ ହୁଅନ୍ତୁ ନାହିଁ। ସରକାର ଲୋକଙ୍କ ରକ୍ଷା କବଚ ସାଜିବେ। ଲୋକଙ୍କୁ ବାତ୍ୟା ସଂପର୍କିତ ସୂଚନା […]
୨୩ ତାରିଖ ପରଠାରୁ ପବନର ବେଗ ବଢ଼ିବ, ୨୪ ପରେ ପ୍ରବଳ ବର୍ଷିବ: ଆଇଏମ୍ଡି
ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗୋଟିଏ ୱେଲମାର୍କ ଲୋକେସେନ ଅଞ୍ଚଳ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ୨୩ ତାରିଖ ପରଠାରୁ ପବନର ବେଗ ବଢ଼ିବ ଓ ୨୪ ପରେ ପ୍ରବଳ ବର୍ଷିବ। ଭୁବନେଶ୍ୱର ୨୧-୧୦-୨୦୨୪(ପିପିଏସ) : ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗୋଟିଏ ୱେଲମାର୍କ ଲୋକେସେନ ଅଞ୍ଚଳ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ୨୨ ତାରିଖ ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବ। ୨୩ ତାରିଖ ସକାଳୁ ଘୂର୍ଣ୍ଣିବାତ୍ୟା […]
ଭରତପୁର ଥାନା ଘଟଣା: ୪ ପୁଲିସ କର୍ମଚାରୀଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା
କଟକ,୧୯-୧୦-୨୦୨୪(ପିପିଏସ ) : ଭରତପୁର ଥାନା ଘଟଣାରେ ନିଲମ୍ବିତ ପୁଲିସ ସବ୍ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ଏଏସ୍ଆଇ ସାଗରିକା ରଥ ଓ ସଲୀଳାମୟୀ ସାହୁ, କନଷ୍ଟେବଳ ବଳରାମ ହାଁସଦାଙ୍କ ଅଡ଼ୁଆ ବଢ଼ିଛି। ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠରେ ଏହି ଚାରି ପୁଲିସ କର୍ମଚାରୀଙ୍କ ତରଫରୁ ଦାୟର ପୃଥକ ଆଗୁଆ ଜାମିନ ଆବେଦନଗୁଡ଼ିକର ଏକତ୍ର ପ୍ରାରମ୍ଭିକ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କ ପକ୍ଷରୁ ସମୟ ଲୋଡ଼ାଯାଇଥିଲା। ଅନ୍ୟପକ୍ଷରେ […]
ଝାରପଡ଼ା ଜେଲ୍ରେ ପୁଣି କଏଦୀଙ୍କ ମୃତ୍ୟୁ: କ୍ୟାପିଟାଲ୍ ହସ୍ପିଟାଲ୍ରେ ଉତ୍ତେଜନା
ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଗତ ୯ବର୍ଷ ଭିତରେ ୧୧ କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜିର ଘଟଣାକୁ ନେଇ ପୁଣି ବିବାଦ ଭିତରକୁ ଆସିଛି ଏହି ଜେଲ୍। ଆଜି ହଠାତ୍ ମୃତ୍ୟୁର ଶିକାର ହୋଇଥିବା ବିଚାରାଧୀନ କଏଦୀ ହେଲେ ନୂଆପଲ୍ଲୀ ବେହେରାସାହିରେ ରହୁଥିବା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ବିଦ୍ୟାଧର ଗୁରୁ(୪୮)। ଗଞ୍ଜେଇ ଚାଲାଣ ଅଭିଯୋଗରେ ସେ ଗିରଫ ହୋଇ ଜେଲ୍ ହାଜତରେ […]
ଏକାମ୍ରକ୍ଷେତ୍ରକୁ ଅଣଦେଖା: ହବିଷିଆଳିଙ୍କ ପାଇଁ ନାହିଁ ସୁବିଧା
ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : କାର୍ତ୍ତିକ ମାସ ଆରମ୍ଭ ପରେ ଏକାମ୍ରକ୍ଷେତ୍ରକୁ ହବିଷ୍ୟାଳି ଆସୁଛନ୍ତି। ବିନ୍ଦୁସାଗର ନିକଟରେ ଥିବା ଧର୍ମଶାଳାରେ ରହି ସେମାନେ ହବିଷ ପାଳନ କରନ୍ତି। ରାଜ୍ୟ ସରକାର ଶ୍ରୀକ୍ଷେତ୍ରର ୪ଟି ସ୍ଥାନରେ ୨,୫୦୦ ହବିଷ୍ୟାଳିଙ୍କ ପାଇଁ ରହିବା ବ୍ୟବସ୍ଥା କରିଥିବାବେଳେ ଏକାମ୍ରକ୍ଷେତ୍ରକୁ ଆସୁଥିବା ହବିଷ୍ୟାଳିଙ୍କ ପାଇଁ କୌଣସି ସରକାରୀ ବ୍ୟବସ୍ଥା ନାହିଁ। ସେହିପରି ପର୍ଯ୍ୟଟକଙ୍କ ପାଇଁ ସୁଲଭମୂଲ୍ୟରେ ରହିବା ବ୍ୟବସ୍ଥା ନଥିବାରୁ ବହୁ ପର୍ଯ୍ୟଟକ ରାସ୍ତାକଡ଼ରେ ଶୋଉଛନ୍ତି। ରାଜ୍ୟ ସରକାର କିମ୍ବା ମନ୍ଦିର ପ୍ରଶାସନ […]
ରାଜଧାନୀରେ ସେକ୍ସ ରାକେଟ୍ ସନ୍ଦେହରେ ପୁଲିସର ଚଢାଉ: ୨ ଯୁବତୀ ଉଦ୍ଧାର, ଜଣେ ଯୁବକ ଅଟକ
ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : ରାଜଧାନୀରେ ସେକ୍ସ ରାକେଟ୍ ସନ୍ଦେହରେ ପୁଲିସର ଚଢାଉ। ଭୁବନେଶ୍ବର ରବି ଟକିଜ୍ ଛକରେ ଥିବା ଏକ ସେଲୁନ ଓ ସ୍ପାରେ ପୁଲିସ ଚଢାଉ କରିଛି। ଚଢାଉ ପରେ ସେଠାରୁ ୨ ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଛି । ଜଣେ ଯୁବକଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏହାକୁ ନେଇ ସେଲୁନ୍ ଓ ସ୍ପା ବାହାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ତେବେ କାହିଁକି ପୁଲିସ ଚଢାଉ କଲା, ସେନେଇ […]
ମାନସିକ ଅନଗ୍ରସର ବ୍ୟକ୍ତି ସଂଜ୍ଞାହୀନ ଅବସ୍ଥାରେ ନାଳ ଭିତରୁ ଉଦ୍ଧାର
ରାଇରଙ୍ଗପୁର/ଭୁବନେଶ୍ୱର, ୧୯-୧୦-୨୦୨୪(ପିପିଏସ ) : ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ତିରିଂ ବ୍ଲକ୍ ଅନ୍ତର୍ଗତ ସାନଡାଳିମା ଛକ ନିକଟରେ ଏକ ନାଳ ଭିତରେ ଥିବା ଘଞ୍ଚ ବୁଦାରୁ ଜଣେ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପଡ଼ିରହିଥିବା ଦେଖି ସ୍ଥାନୀୟ ବଡ଼ଡାଳିମା ପିଇଓ ହେମନ୍ତ ନାଥ, ବିଏସଏସଓ ଆକାଶ ସେଠି, ରେଙ୍ଗାଲବେଡା ସରପଞ୍ଚ ଦେବେଶ ମୁର୍ମୁ ପ୍ରମୁଖ ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଅଜଣା ବ୍ୟକ୍ତିଙ୍କ ଚେତା ଫେରିବାପରେ ତାଙ୍କ ଦେହ ସାରା ଲାଗିଥିବା କାଦୁଅକୁ ସଫାକରି ନୁଆ […]
