ମା ଓ ଝିଅ ଜୀବନ ଦଗ୍ଧ ଘଟଣା: ସିନ୍ ରିକ୍ରିଏସନ୍‌ କଲା ପୁଲିସ

ସମ୍ବଲପୁର/ଭୁବନେଶ୍ୱର ୦୮-୧୧-୨୦୨୪ (ପିପିଏସ) : ସମ୍ବଲପୁରର ମାନେଶ୍ଵରରେ ମା ଓ ଝିଅ ଜୀବନ ଦଗ୍ଧ ଘଟଣାର ଦୁଇ ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ିବା ପରେ ସିନ୍ ରିକ୍ରିଏସନ୍‌ କରିଛି ପୁଲିସ। ମୃତ ମହିଳା ସ୍ନେହଲତା ଦୀକ୍ଷିତଙ୍କ ସାନ ଝିଅ ଯାହା କହିଥିଲେ, ତାହା ସତ ସାବ୍ୟସ୍ତ ହୋଇଛି। ସେ କହିଥିଲେ, ସମ୍ପତ୍ତି ପାଇଁ ଭାଇ ବା ପୁତୁରା ଉଭୟଙ୍କୁ ହତ୍ୟା କରିଛନ୍ତି। ମାଆଙ୍କ ପାଖରେ କୋଟି କୋଟି ଟଙ୍କାର ସଂପତ୍ତି ଥିବା ହେତୁ ଭାଇ ବା ପୁତୁରା ହତ୍ୟା କରିଛନ୍ତି। ଏହି ଅଭିଯୋଗ ଆସିବା ପରେ ମଧ୍ୟ ଉକ୍ତ ଅଭିଯୋଗ ଉପରେ ତଦନ୍ତ କରାଯାଇଛି।ଗିରଫ ହେବା ପରେ ମୃତ ମହିଳା ସ୍ନେହଲତା ଦୀକ୍ଷିତଙ୍କ ଅଭିଯୁକ୍ତ ପୁଅ ଜଗନ୍ନାଥ ଦୀକ୍ଷିତ ଓ ନାତି ସଂକେତ ଦୀକ୍ଷିତଙ୍କୁ ନେଇ ଗତକାଲି ରାତିରେ ସିନ ରିକ୍ରିଏସନ କରିଛି ସଦର ଥାନା ପୁଲିସ। ହତ୍ୟା କରିଥିବା ଘରକୁ ନେଇ ପୁଲିସ ସିନ ରିକ୍ରିଏସନ କରାଇଛି। ପ୍ରଥମେ ଅଭିଯୁକ୍ତ ଦ୍ବୟ ମାନେଶ୍ବର ପେଟ୍ରୋଲ ପମ୍ପରୁ ୨୦୦ ଟଙ୍କାର ପେଟ୍ରୋଲ ଆଣି ଘରେ ରଖିଥିଲେ ।  ସିନ୍ ରିକ୍ରିଏସନ୍‌ ବେଳେ ତାହା ଦେଖାଇଛନ୍ତି। ଘର ତଳ ରୁମରେ ହତ୍ୟାରେ ବ୍ୟବହୃତ ହୋଇଥିବା ଗାମୁଛା ରଖିଥିବା ମଧ୍ୟ ଦେଖାଇଛନ୍ତି। ଗିରଫ ହେବା ପରେ ମୃତ ମହିଳା ସ୍ନେହଲତା ଦୀକ୍ଷିତଙ୍କ ଅଭିଯୁକ୍ତ ପୁଅ ଜଗନ୍ନାଥ ଦୀକ୍ଷିତ ଓ ନାତି ସଂକେତ ଦୀକ୍ଷିତଙ୍କୁ ନେଇ ଗତକାଲି ରାତିରେ ସିନ ରିକ୍ରିଏସନ କରିଛି ସଦର ଥାନା ପୁଲିସ। ହତ୍ୟା କରିଥିବା ଘରକୁ ନେଇ ପୁଲିସ ସିନ ରିକ୍ରିଏସନ କରାଇଛି। ପ୍ରଥମେ ଅଭିଯୁକ୍ତ ଦ୍ବୟ ମାନେଶ୍ବର ପେଟ୍ରୋଲ ପମ୍ପରୁ ୨୦୦ ଟଙ୍କାର ପେଟ୍ରୋଲ ଆଣି ଘରେ ରଖିଥିଲେ ।  ସିନ୍ ରିକ୍ରିଏସନ୍‌ ବେଳେ ତାହା ଦେଖାଇଛନ୍ତି। ଘର ତଳ ରୁମରେ ହତ୍ୟାରେ ବ୍ୟବହୃତ ହୋଇଥିବା ଗାମୁଛା ରଖିଥିବା ମଧ୍ୟ ଦେଖାଇଛନ୍ତି। 

କେମିତି ହତ୍ୟା ହୋଇଥିଲା ଓ ଘରକୁ ବୋହି ନେଇ ଗ୍ୟାସ୍ ଅନ୍ କରି ନିଆଁ ଲଗାଇ ଝରକା ବାଟେ ଡେଇଁଥିଲେ ତାହା ମଧ୍ୟ ଡେମୋରେ ଦେଖାଇଛନ୍ତି। ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ିଥିଲେ ଦୁଇ ଅଭିଯୁକ୍ତ। 

ଉଲ୍ଲେଖଯୋଗ୍ୟ, ହାଟପଦାର ଏକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟି ମା ଓ ଝିଅ ଜୀବନ୍ତ ଦଗ୍ଧ ହୋଇଥିଲେ। ମୃତା ହେଲେ ମା’ ହେଉଛନ୍ତି ସ୍ନେହଲତା ଦୀକ୍ଷିତ ଓ ଝିଅ ସୈରିନ୍ଦ୍ରୀ ଦୀକ୍ଷିତ। ମାଆଙ୍କ ବୟସ ୯୦ ହୋଇଥିବା ବେଳେ ଝିଅ ୬୨ ବର୍ଷ ବୟସ୍କା ବେଲି ଜଣାପଡ଼ିଥିଲା। ମୃତ  ଝିଅ ଅର୍ଦ୍ଧ ଦଗ୍ଧ ହୋଇଥିବା ବେଳେ ମା’ ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ବୁଧବାର ସକାଳେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

Leave A Reply

Your email address will not be published.