ପୁରୀଘାଟ କାଫେ ଓ ବାରଙ୍ଗ ଅଞ୍ଚଳରେ ବାରମ୍ବାର ଗଣଦୁଷ୍କର୍ମ : ଡିସିପି

କଟକ,୦୮-୧୧-୨୦୨୪ (ପିପିଏସ) : କଟକର ଜଣେ କଲେଜ ଛାତ୍ରୀଙ୍କୁ ବାରମ୍ବାର ଗଣଦୁଷ୍କର୍ମ ଘଟଣାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଡିସିପି। ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଛାତ୍ରୀଙ୍କ ନଗ୍ନ ଭିଡିଓ ଦେଖାଇ ଦୁର୍ବୃତ୍ତମାନେ ତାଙ୍କୁ ବ୍ଲାକମେଲ୍ କରିବା ସହ ଗଣଦୁଷ୍କର୍ମ କରିଛନ୍ତି। ଏହି ଗଣଦୁଷ୍କର୍ମର ଭିଡିଓ ରେକର୍ଡ କରିବା ପରେ ଏହାକୁ ଭାଇରାଲ୍ କରାଯାଇଛି। ଛାତ୍ରୀଙ୍କ ସହିତ ଆପତ୍ତିଜନକ ଚାଟିଂ ମଧ୍ୟ କରାଯାଇଛି। ଅଭିଯୁକ୍ତମାନେ ଭିଡିଓ ଅନ୍ୟ କେଉଁଆଡ଼େ ସେୟାର ହୋଇଛି କି ନାହିଁ ଯାଞ୍ଚ ଚାଲିଛି।  ଏଣେ ଏହି ଘଟଣାରେ କାଫେ କର୍ମଚାରୀ ଏହି ଘଟଣାରେ ସାମିଲ ଥିବା ହେତୁ କାଫେକୁ ଖୁବ୍ ଶୀଘ୍ର ସିଲ୍ କରାଯିବ। ସେହି କର୍ମଚାରୀଙ୍କୁ ଗିରଫ କରାଯାଇଛି। ସବୁ ଅଭିଯୁକ୍ତଙ୍କ ମୋବାଇଲକୁ ପୁଲିସ ଜବତ କରିଛି। ପୁରୀଘାଟ କାଫେ ଓ ବାରଙ୍ଗ ଅଞ୍ଚଳ ଦୁଇଟି ଜାଗାରେ ଘଟଣା ଘଟିଛି। ଏନେଇ ଗତ ନଭେମ୍ବର ୪ ତାରିଖରେ ମାମଲା ହୋଇଥିଲା। ଦୁଇଟି ଥାନା ଅଧିକାରୀଙ୍କୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ୫ ତାରିଖରେ ୩ ଜଣ ଓ ୬ ତାରିଖରେ ଆଉ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା ଅଭିଯୁକ୍ତଙ୍କ ଫୋନରୁ ବହୁତ ଗୁଡ଼ିଏ ବ୍ଲାକମେଲିଂ ଭିଡିଓ ମିଳିଛିI ଫୋନଗୁଡ଼ିକୁ ଜବତ କରିବା ସହ ଏସଏଫ୍ଏସଏଲ୍ କୁ ପଠାଯାଇଛିI ଏଣେ ଏହି ଘଟଣାରେ କାଫେ କର୍ମଚାରୀ ଏହି ଘଟଣାରେ ସାମିଲ ଥିବା ହେତୁ କାଫେକୁ ଖୁବ୍ ଶୀଘ୍ର ସିଲ୍ କରାଯିବ। ସେହି କର୍ମଚାରୀଙ୍କୁ ଗିରଫ କରାଯାଇଛି। ସବୁ ଅଭିଯୁକ୍ତଙ୍କ ମୋବାଇଲକୁ ପୁଲିସ ଜବତ କରିଛି। ପୁରୀଘାଟ କାଫେ ଓ ବାରଙ୍ଗ ଅଞ୍ଚଳ ଦୁଇଟି ଜାଗାରେ ଘଟଣା ଘଟିଛି। ଏନେଇ ଗତ ନଭେମ୍ବର ୪ ତାରିଖରେ ମାମଲା ହୋଇଥିଲା। ଦୁଇଟି ଥାନା ଅଧିକାରୀଙ୍କୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା।ସୂଚନାଯୋଗ୍ୟ, ଏହି ଘଟଣାରେ ବାଦାମବାଡ଼ି ଥାନା ପୁଲିସ ୬ ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଝାଞ୍ଜିରୀମଙ୍ଗଳାର ଆଶୁତୋଷ, ଲକି, ଚନ୍ଦନ, ନୟାଗଡ଼ର ପୀତବାସ ଓ ସୁଶୀଲ, ବାରଙ୍ଗର ସୌମ୍ୟ। ସୂଚନା ଅନୁଯାୟୀ, ସଦର ଥାନା ଅଞ୍ଚଳର ୧୯ ବର୍ଷୀୟା ଯୁବତୀ ଯୁକ୍ତ ତିନି ଦ୍ବିତୀୟ ବର୍ଷ ବାଣିଜ୍ୟର ଛାତ୍ରୀ। ଦଶହରା ସମୟରେ ପୁରୀଘାଟ ଥାନା ଅଞ୍ଚଳରେ ଯୁବତୀଙ୍କ ଜନ୍ମଦିନ ପାଳିବାକୁ ପୁରୁଷ ବନ୍ଧୁ ଆଶୁତୋଷ ଯାଇଥିଲା। ସେଠାରେ ଆଶୁତୋଷ ଏହି ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଏହି ସମୟର ଦୃଶ୍ୟ ଆଶୁତୋଷର ଆଉଜଣେ ବନ୍ଧୁ ରେକର୍ଡ କରିନେଇଥିଲା। ଏହି ଭିଡିଓକୁ ଯୁବତୀଙ୍କୁ ଦେଖାଇ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ୬ଜଣ ବ୍ଲାକମେଲ୍ କରିଥିଲେ। ଯୁବତୀଙ୍କୁ ଦଶହରା ପରେ ବାରଙ୍ଗ ଅଞ୍ଚଳର ଆଉ ଜଣେ ବନ୍ଧୁ ସୌମ୍ୟ ଘରକୁ ନେଇଯାଇଥିଲେ।
ସେଠାରେ ୬ ଜଣ ଯୁବକ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏହାକୁ ପୁଣି ମୋବାଇଲରେ ରେକର୍ଡ କରିନେଇଥିଲେ।  ୬ ଅଭିଯୁକ୍ତ ବ୍ଲାକମେଲ୍ କରି ବିଭିନ୍ନ ସ୍ଥାନକୁ ଡାକୁଥିଲେ। ଭୟରେ ଯୁବତୀ ଜଣକ ଏ ସମ୍ପର୍କରେ ଘରେ କାହାରିକୁ ଜଣାଇନଥିଲେ। କିଛିଦିନ ପୂର୍ବରୁ ଯୁବତୀ ଜଣକ ବାଲିକୁଦା ଛକ ନିକଟରେ ଅଭିଯୁକ୍ତଙ୍କ ସହିତ ଛିଡ଼ା ହୋଇଥିବା ଯୁବତୀଙ୍କ ମାମୁ ଦେଖିବାକୁ ପାଇଥିଲେ। ପଚରାଉଚରା କରିବା ପରେ ସଂପୂର୍ଣ୍ଣ ଘଟଣା ସାମନାକୁ ଆସିଥିଲା। ଗଲା ମଙ୍ଗଳବାର ଦିନ ଏ ସଂକ୍ରାନ୍ତରେ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏହି ଘଟଣାର ତଦନ୍ତ କରି ଉପରୋକ୍ତ ୬ ଜଣଙ୍କୁ ଗିରଫ କରିଥିଲା। 

Leave A Reply

Your email address will not be published.