ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାରେ ଚଢ଼ଉ, ୧୫୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର, ୧୦ ଗୋଚାଲାଣକାରୀ ଅଟକ
1 min read

ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାରେ ଚଢ଼ଉ, ୧୫୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର, ୧୦ ଗୋଚାଲାଣକାରୀ ଅଟକ

ଆନନ୍ଦପୁର/ଭୁବନେଶ୍ୱର ୦୮-୧୧-୨୦୨୪ (ପିପିଏସ) : ବିଳମ୍ବିତ ରାତିରେ ବେଆଇନ୍ ଗୋଚାଲାଣ ବେଳେ ଆନନ୍ଦପୁର ଥାନା ପୁଲିସର ଅତର୍କିତ ଚଢ଼ଉ କରିଥିବାର ଖବର ମିଳିଛି। ଘଟଣାସ୍ଥଳରୁ ୪ଟି ଗାଡ଼ି ଜବତ କରାଯାଇଥିବା ବେଳେ ୧୫୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର ହୋଇଛନ୍ତି। ଏହି ମାମଲାରେ ଆନନ୍ଦପୁର ଥାନାରେ ୧୦ ଗୋଚାଲାଣକାରୀଙ୍କୁ ଅଟକରଖି ପୁଲିସ ପଚରାଉଚରା କରୁଛି।ରାତି ପ୍ରାୟ ୧ଟା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆନନ୍ଦପୁର ଥାନା ପୁଲିସ ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାର କୋଡ଼ପଡ଼ାଠାରେ ଚଢ଼ଉ କରିଥିଲା। ୪ଟି ଗାଡ଼ି ଜବତ କରିବା ସହ ୧୫୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର କରିଥିଲା ପୁଲିସ। ଏଣେ ସେଠାରୁ ୧୦ ଗୋଚାଲାଣକାରୀଙ୍କୁ ବି ଧରିଥିଲା।୨ଟି ଟ୍ରକ ଓ ୨ଟି ପିକ୍ଅପରେ ଗୋଚାଲାଣ ହେଉଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆନନ୍ଦପୁର ଥାନା ପୁଲିସ ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାର କୋଡ଼ପଡ଼ାଠାରେ ଚଢ଼ଉ କରିଥିଲା। ରାତି ପ୍ରାୟ ୧ଟା ବେଳେ ଏହି ଚଢ଼ଉ କରାଯାଇଥିଲା। ଆନନ୍ଦପୁର ବ୍ଲକ୍ ଅନ୍ତର୍ଗତ କୋଡ଼ପଡ଼ାରୁ ୪ଟି ଗାଡ଼ି ଜବତ କରିବା ସହ ୧୫୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର କରିଥିଲା ପୁଲିସ। ଏଣେ ସେଠାରୁ ୧୦ ଗୋଚାଲାଣକାରୀଙ୍କୁ ବି ଧରିଥିଲା। 

ବେଶ୍ କିଛି ଦିନ ପରେ ଏତେ ସଂଖ୍ୟକ ଗୋରୁ ଉଦ୍ଧାର ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏଯାଏ ପୁଲିସ ପକ୍ଷରୁ ଅଭିଯୁକ୍ତମାନଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରାଯାଇନାହିଁ।

One thought on “ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାରେ ଚଢ଼ଉ, ୧୫୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର, ୧୦ ଗୋଚାଲାଣକାରୀ ଅଟକ

  1. I’m impressed, I must say. Rarely do I come across a blog that’s both equally
    educative and engaging, and let me tell you, you’ve hit the nail on the head.
    The issue is something that not enough people are speaking intelligently about.
    I am very happy that I stumbled across this in my hunt for something regarding this.

Leave a Reply

Your email address will not be published. Required fields are marked *