Popular News
କମିସନରେଟ୍ ପୁଲିସର ଅନୁରୋଧ: ନୂଆବର୍ଷ ପାଳନ କରନ୍ତୁ, ହେଲେ ମଦ୍ୟପାନକୁ ନାଁ
ଭୁବନେଶ୍ୱର ୨୭-୧୨-୨୦୨୪ (ପିପିଏସ) : କ୍ୟାଲେଣ୍ଡର ବର୍ଷ-୨୦୨୪ ସରିବାକୁ ଯାଉଥିବା ବେଳେ ନୂଆବର୍ଷ-୨୦୨୫ ଚାରିଦିନ ପରେ ଆସିବ। ନୂଆବର୍ଷକୁ ନେଇ ଯୁବପିଢ଼ି ବେଶ ଉତ୍ସାହିତ ଥିବା ବେଳେ ବ୍ୟବସାୟୀମାନେ ମଧ୍ୟ ଭଲ ରୋଜଗାର କରିବାକୁ ଆଶା ରଖିଛନ୍ତି। ତେବେ ନୂଆବର୍ଷ ଶାନ୍ତିର ସହିତ ଅତିକ୍ରମ କରୁ ବୋଲି ପୁଲିସ ବିଭାଗ ଆଶା କରୁଛି। ଜିରୋ ନାଇଟ୍ ସେଲିବ୍ରେସନ୍ ଓ ନୂଆବର୍ଷ ପାଇଁ କମିସନରେଟ ପୁଲିସ ସ୍ବତନ୍ତ୍ର ଭାବେ ପ୍ରସ୍ତୁତି କରିଛି। କମିସନରେଟ୍ ପୁଲିସ ଅଧୀନ ଅନେକ ଜାଗାରେ […]
ମନମୋହନଙ୍କୁ ମୋହନଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର ୨୭-୧୨-୨୦୨୪ (ପିପିଏସ) : ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଗଣମାଧ୍ୟମକୁ ବିବୃତ୍ତି ଦେଇ କହିଛନ୍ତି ଯେ, ଦେଶର ମହାନ୍ ବରପୁତ୍ର ଡଃ ମନମୋହନ ସିଂହଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ। ଅର୍ଥନୀତି କ୍ଷେତ୍ରରେ ତାଙ୍କ ଜ୍ଞାନ ଓ ଦକ୍ଷତା ପାଇଁ ସାରା ବିଶ୍ୱରେ ସେ ପ୍ରସିଦ୍ଧି ଅର୍ଜନ କରିଥିଲେ। ତାଙ୍କ ଉଦାର […]
ମୁଖ୍ୟଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବଢ଼ିଲା
ଭୁବନେଶ୍ୱର ୨୭-୧୨-୨୦୨୪ (ପିପିଏସ) : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଇ ମାସ ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିବା ବେଳେ ରାଜ୍ୟ ସରକାର ତାହା ଆହୁରି ଏକ ବର୍ଷ ଯାଏ ବଢ଼ାଇଦେଇଛନ୍ତି। ଅର୍ଥାତ୍ ୨୦୨୫ ଡିସେମ୍ବର ୩୧ ଯାଏ ଓଡ଼ିଶାର ମୁଖ୍ୟଶାସନ ସଚିବ ଦାୟିତ୍ବରେ ରହିବେ ଶ୍ରୀ ଆହୁଜା।କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ୧୯୯୦ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ଓଡ଼ିଶା ଫେରି ମୁଖ୍ୟଶାସନ ସଚିବ […]
ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
ନୂଆଦିଲ୍ଲୀ/ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ପରଲୋକ।ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ସୂଚନା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଜି ଗୁରୁବାର ( ୨୬ ଅକ୍ଟୋବର)ରେ ଏହି ବରିଷ୍ଠ କଂଗ୍ରେସ ନେତାଙ୍କର ସ୍ୱାସ୍ଥ୍ୟ ଖରାପ ଯୋଗୁଁ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇ ଥିଲା । ୯୨ ବର୍ଷିୟ ମନମୋହନ ସିଂହଙ୍କୁ ହସ୍ପିଟାଲରେ ଜରୁରିକାଳୀନ ବିଭାଗକୁ ନିଆଯାଇ ଥିଲା। ସୂଚନା ଅନୁସାରେ ,ସେ ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ […]
ବ୍ରହ୍ମପୁତ୍ରରେ ଡ୍ୟାମ୍ ନିର୍ମାଣ କରିବ ଚୀନ୍: ଭାରତ ବନ୍ୟାରେ ବୁଡ଼ିବା ଆଶଙ୍କା
ଭାରତ ତଥା ଅନ୍ୟ ପଡ଼ୋଶୀ ଦେଶର ବିରୋଧକୁ ଅଣଦେଖା କରି ଚୀନ୍ ବ୍ରହ୍ମପୁତ୍ର ନଦୀରେ ବିଶ୍ୱର ବୃହତ୍ତମ ଡ୍ୟାମ୍ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ଚୀନ୍ ଏଥିପାଇଁ ୧୩୭ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଯାଉଛି। ଏହି ଡ୍ୟାମ୍ ଭାରତ ଏବଂ ବାଂଲାଦେଶ ପାଇଁ ଏକ ବଡ଼ ବିପଦ ହୋଇପାରେ ବୋଲି କୁହାଯାଉଛି ନୂଆଦିଲ୍ଲୀ/ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ତିବ୍ଦତର ଦୀର୍ଘତମ ନଦୀ ୟାରଲୁଙ୍ଗ ତ୍ସାଙ୍ଗପୋ ଉପରେ ଏକ ସୁପର ପାୱାର ଡ୍ୟାମ୍ ନିର୍ମାଣ କରିବାକୁ ଚୀନ୍ ସରକାର […]
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ, ଏମ୍ସରେ ଭର୍ତ୍ତି
ନୂଆଦିଲ୍ଲୀ/ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁବାର ବିଗିଡ଼ିଯିବା ପରେ ତାଙ୍କୁ ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି। ଘନିଷ୍ଠ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ବରିଷ୍ଠ ଡାକ୍ତରମାନଙ୍କ ଏକ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ୯୨ ବର୍ଷୀୟ ମନମୋହନ ସିଂହ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ […]
ନବୀନଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତାକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତାଙ୍କୁ କିଏ ଲେଖା ଧରାଇ ଦେଇଥିବ ଓ ସେ ଅଜାଣତରେ ପଢ଼ି ଦେଇଥିବେ। ଯିଏ ନିଜ ବାପାଙ୍କ ଜନ୍ମମାଟିରେ ୨୪ ବର୍ଷରେ ପାଣି ଯୋଗାଇ ପାରିଲେ ନାହିଁ, ସିଏ ପୁଣି କହିବେ ବିଜେପି ମିଛ କହୁଛି।ଜେପି ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ ନବୀନଙ୍କୁ କଟାକ୍ଷ କରି କହିଛନ୍ତି, ଚବିଶ ବର୍ଷ ଧରି ବୋଧେ […]
ବେଲାଇନ ହେଲେ ସରକାରଙ୍କ ପାଖରେ ବହୁତ ଅସ୍ତ୍ର ଅଛି: ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାର କାମ କରୁଛନ୍ତି। ଚାଷୀଙ୍କୁ ହଇରାଣ କଲେ କି ଟାଳଟୁଳ ନୀତି ଦେଖାଇଲେ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବେ ନାହିଁ। ଫସଲବୀମା ନିୟମ କମ୍ପାନି ଲାଭ ପାଇଁ ନୁହେଁ। ଏସମୟରେ ବୀମା କମ୍ପାନିଗୁଡ଼ିକ ଚାଷୀଙ୍କ ପ୍ରତି ସମ୍ବେଦନଶିଳ ହେବା ଦରକାର। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଗତ ୨୪ ତାରିଖ ଯାଏ ୨୦ ହଜାରରୁ […]
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଡେସ୍କ୍, ୱାଲ୍ କ୍ୟାଲେଣ୍ଡର୍ ଲୋକାର୍ପିତ
ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ମହାପ୍ରଭୁ କାଳିଆ ସାଆନ୍ତଙ୍କ ଉଦ୍ଦେଶ୍ୟରେ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇଂରାଜୀ ବର୍ଷ-୨୦୨୫ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ଉଭୟ ୱାଲ୍ ଏବଂ ଡେସ୍କ୍ ସୁଦୃଶ୍ୟ କ୍ୟାଲେଣ୍ଡର ପ୍ରକାଶ ପାଇଛିl କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି। ଏହି ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧିବଦ୍ଧ ଭାବେ ଉନ୍ମୋଚନ କରିଛନ୍ତି। ଡେସ୍କ୍ କ୍ୟାଲେଣ୍ଡରରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ […]
ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଉଛି ଲୋକଙ୍କ ସରକାର: ମୋହନ
ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କହିଛନ୍ତି, ରାଜ୍ଯରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇ ଲୋକଙ୍କ ସରକାର କାର୍ଯ୍ୟ କରୁଛନ୍ତି। ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ କରିବା ହେଉ ବା ରାଜ୍ଯରେ ଜାତୀୟ ଶିକ୍ଷା ନୀତି-୨୦୨୦, ପିଏମ-ଶ୍ରୀ ଲାଗୁ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବା ହେଉ, ଆମ ସରକାର ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତକୁ ଗୁରୁତ୍ଵ ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ପୂର୍ବ ସରକାର ଚକ୍ରାନ୍ତ କରି ଛାତ୍ର […]
