1 min read

୩ରୁ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ

କଟକ,୦୨-୧୧-୨୦୨୪(ପିପିଏସ) : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ନଭେମ୍ବର ୩ରୁ ଅନୁଷ୍ଠିତ ହେବ। ରେଗୁଲାର ଓ ଏକ୍ସ-ରେଗୁଲାର ବିଦ୍ୟାର୍ଥୀମାନେ ନଭେମ୍ବର ୩ରୁ ୧୮ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଯୋଗେ ଫର୍ମପୂରଣ କରିବେ। ଫର୍ମ ପୂରଣ ସଂକ୍ରାନ୍ତରେ ଅନ୍‌ଲାଇନ୍‌ ଲିଙ୍କ୍‌ ଓ ସମସ୍ତ ନିର୍ଦେଶାବଳୀ ବୋର୍ଡ ୱେବସାଇଟ୍‌ (www.bseodisha.ac.in)ରେ ଉପଲବ୍ଧ ହେବ। କରେସପଣ୍ଡେଣ୍ଟ କୋର୍ସ (ପତ୍ର ବିନିମୟ ପାଠ୍ୟକ୍ରମ)ରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ବୋର୍ଡ […]

1 min read

କନ୍ଧମାଳ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା: ଖାଦ୍ୟରେ ବିଷକ୍ରିୟା ଯୋଗୁ ମୃତ୍ୟୁ, ସମସ୍ତେ ନିୟମିତ ଭାବେ ପାଉଛନ୍ତି ଚାଉଳ

ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) : ଅକ୍ଟୋବର ୩୦ ତାରିଖରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଦୁଇ ଜଣ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ପକ୍ଷରୁ ଘଟଣାର କାରଣ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା। ରିପୋର୍ଟରୁ ଜଣାପଡିଛି ଆକ୍ରାନ୍ତ ଓ ମୃତବ୍ୟକ୍ତି ମାନେ ତାଙ୍କର ନିୟମିତ ଖାଦ୍ୟ ଅଭ୍ୟାସ ଭାବରେ ପଖାଳ ଓ ଆମ୍ବଟାକୁଆ ଜାଉ ଖାଇଥିଲେ। ଫୁଡ ପଏଜନିଙ୍ଗ କାରଣରୁ ସେମାନେ ଅସୁସ୍ଥ […]

1 min read

ମୂଲ୍ୟଭିତ୍ତିକ ଏବଂ ପ୍ରମାଣଭିତ୍ତିକ ଔଷଧର ଏକୀକରଣ ସମୟର ଆହ୍ବାନ: ଡ. ବିଶ୍ୱାସ

ଏମ୍ସ ଭୁବନେଶ୍ୱର ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ କନକ୍ଲେଭ ଆୟୋଜନ କରିଛି। ଏକାଧିକ ଖ୍ୟାତନାମା ଜାତୀୟ ଓ ଆଞ୍ଚଳିକ ପ୍ରତିଷ୍ଠାନଗୁଡ଼ିକୁ ଏକତ୍ର କରି ଚିକିତ୍ସା ଅନୁସନ୍ଧାନରେ ସହଯୋଗ ବୃଦ୍ଧି ସହିତ ଏକ ସାମୁହିକ ଅନୁସନ୍ଧାନ ସହଭାଗିତା ସୃଷ୍ଟି କରିବାର ସଫଳ ପ୍ରୟାସ କରିଛି। -ଏମ୍ସ ଭୁବନେଶ୍ୱର ଦ୍ୱିତୀୟ ବାର୍ଷିକ ଅନୁସନ୍ଧାନ ଦିବସ, ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ କନକ୍ଲେଭ ଆୟୋଜିତ -ଏକାଧିକ ଖ୍ୟାତନାମା ଜାତୀୟ ଓ ଆଞ୍ଚଳିକ ପ୍ରତିଷ୍ଠାନର ଗବେଷକଙ୍କ ଅଂଶଗ୍ରହଣ  ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) : ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହାର […]

1 min read

ଧାମନଗରରେ ଦୀପାବଳି ଓ ବିଭିନ୍ନ ମଣ୍ଡପରେ (ଶ୍ୟାମା) କାଳୀ ପୂଜା

ଧାମନଗର୦୧-୧୧-୨୦୨୪ (ପିପିଏସ) : ଦେବୀ ଆରାଧନା ଓ ଶକ୍ତି ଉପାସନା କେବଳ ଭାରତ ବର୍ଷ ନୁହଁ ସମଗ୍ର ବିଶ୍ବରେ ଏକ ପ୍ରଭାବଶାଳୀ ପରମ୍ପରା। ସମଗ୍ର ଭାରତ ବର୍ଷରେ ୫୧ ଟି ଶକ୍ତି ପୀଠ ଓ ୨୬ ଟି ଉପ ଶକ୍ତି ପୀଠ ଅଛି। ଏହି ପୀଠ ମାନଙ୍କରେ ଭିନ୍ନ ଭିନ୍ନ ପର୍ବ ପର୍ବାଣୀରେ ଦେବୀ ପୂଜନ ସହ ଶକ୍ତି ଉପାସନା କରାଯାଏ। ବ୍ୟାସ ରଚିତ ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଶ୍ରୀ ଶ୍ରୀ ଚଣ୍ଡିରେ ମହାକାଳୀ, ମହାଲକ୍ଷ୍ମୀ ଓ […]

1 min read

ଶକ୍ତି ନଗର କଂଗ୍ରେସ କାର୍ଯ୍ୟାଳୟରେ ଇନ୍ଦିରା ଗାନ୍ଧୀ ଙ୍କ  ତିରୋଧାନ ଦିବସ ପାଳନ ।

କଟକ,୦୧-୧୧-୨୦୨୪ (ପିପିଏସ) : ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ,ଲୌହ ମାନବୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀ ଙ୍କ ପୁଣ୍ୟ ତିଥି  ଅବସରରେ କଟକ ଶକ୍ତି ନଗର କଂଗ୍ରେସ କାର୍ଯ୍ୟାଳୟରେ  ବରିଷ୍ଠ କଂଗ୍ରେସ୍ ନେତା ତଥା କଟକ ସଦର ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ଗୋଚ୍ଛାୟତ ଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଶକ୍ତି ନଗର କଂଗ୍ରେସ କାର୍ଯ୍ୟାଳୟରୁ କଂଗ୍ରେସ କର୍ମୀମାନେ ବାହାରି ଗୋପାଳପୁର ସ୍ଥିତ ସ୍ୱର୍ଗୀୟା […]

1 min read

ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯିବ ଡ୍ରୋନ୍

ଡିଏୱାଇ- ଏନଆରଏଲଏମ ଅଧୀନରେ ୧୨୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ରୀୟ ଯୋଜନା ‘ନମୋ ଡ୍ରୋନ୍ ଦିଦି’ କୁ ସରକାର ଅନୁମୋଦନ ଦେଇଛନ୍ତି। ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଡିଏୱାଇ- ଏନଆରଏଲଏମ ଅଧୀନରେ ୧୨୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ରୀୟ ଯୋଜନା ‘ନମୋ ଡ୍ରୋନ୍ ଦିଦି’ କୁ ସରକାର ଅନୁମୋଦନ ଦେଇଛନ୍ତି। ଏହି ଯୋଜନାରେ ୨୦୨୪- […]

1 min read

ଦିଗପହଣ୍ଡିରେ ପୁଣି ବୋମାମାଡ଼: ଅଞ୍ଚଳବାସୀ ଆତଙ୍କିତ

ଦିଗପହଣ୍ଡିରେ ପୁଣି ବୋମାମାଡ଼ କରାଯାଇଥିବାର ଖବର ମିଳିଛି। ଏନେଇ ଅଞ୍ଚଳବାସୀ ଆତଙ୍କିତ ଥିବା ଜଣାଯାଇଛି।  କେନାଲ ସାହିର ରାଜେନ୍ଦ୍ର ସେଠୀଙ୍କ ଘରକୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ସୂଚନା ରହିଛି । ବ୍ରହ୍ମପୁର/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ପୁଣି ବୋମାମାଡ଼ କରାଯାଇଥିବାର ଖବର ମିଳିଛି। ଏନେଇ ଅଞ୍ଚଳବାସୀ ଆତଙ୍କିତ ଥିବା ଜଣାଯାଇଛି।  କେନାଲ ସାହିର ରାଜେନ୍ଦ୍ର ସେଠୀଙ୍କ ଘରକୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ୫ଦିନ ପୂର୍ବେ […]

1 min read

ବଢ଼ିଲା ଏଲ୍‌ପିଜି ଦର; ଆହୁରି ୬୨ ଟଙ୍କା ଅଧିକରେ କିଣିବେ ଗ୍ରାହକ

ଦୀପାବଳି ପରେ ପରେ ଲୋକଙ୍କୁ ଲାଗିଛି ବଡ଼ ଧରଣର ଝଟ୍‌କା। ଆଜିଠାରୁ ଏଲ୍‌ପିଜି ଗ୍ୟାସ୍‌ର ଦର ୬୨ ଟଙ୍କା ବୃଦ୍ଧି ପାଇଛି। ତୈଳ କମ୍ପାନି ୧୯ କିଲୋର ବାଣିଜ୍ୟିକ ସିଲିଣ୍ଡର୍‌ ଉପରେ ଏଲ୍‌ପିଜି ଦର ବୃଦ୍ଧି କରିଥିବା ସୂଚନା ରହିଛି। ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଦୀପାବଳି ପରେ ପରେ ଲୋକଙ୍କୁ ଲାଗିଛି ବଡ଼ ଧରଣର ଝଟ୍‌କା। ଆଜିଠାରୁ ଏଲ୍‌ପିଜି ଗ୍ୟାସ୍‌ର ଦର ୬୨ ଟଙ୍କା ବୃଦ୍ଧି ପାଇଛି। ତୈଳ କମ୍ପାନି ୧୯ କିଲୋର ବାଣିଜ୍ୟିକ ସିଲିଣ୍ଡର୍‌ […]

1 min read

ପୁଣି ମହଙ୍ଗା ମାଡ଼: ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଉପଭୋକ୍ତାଙ୍କ ଉପରେ ଗୋଟିଏ ପରେ‌ ଗୋଟିଏ ମହଙ୍ଗା ମାଡ଼ ଜାରି ରହିଛି। ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି। ଦୀପାବଳି ଉତ୍ସବରେ ବୁଡି ରହିଥିବା ଲୋକଙ୍କୁ ପୁଣି ଥରେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେବାକୁ ପଡ଼ିବ।  ୧ ନଭେମ୍ବରଠାରୁ ନୂତନ ଦର ମଧ୍ୟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ପେଟ୍ରୋଲ ଡିଜେଲ ମହଙ୍ଗା ହୋଇଛି। ପୋର୍ଟବ୍ଲେୟାର ଭଳି ସ୍ଥାନରେ, ଯେଉଁଠାରେ ଭାରତରେ ଶସ୍ତା ପେଟ୍ରୋଲ ଏବଂ ଡିଜେଲ […]

1 min read

ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜିବ ଓଡିଶା!

ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଆସୁଛି ଆଉ ଏକ ଲଘୁଚାପ । ପୁଣି ଭିଜିବ ଓଡିଶା । ୫ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ଆନ୍ଧ୍ରରେ ବର୍ଷା ସମ୍ଭାବନା ରହିଛି । ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳରେ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକଙ୍କ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି । […]