ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ଆଲୋଚନା
କଟକ,୧୯-୧୧-୨୦୨୪(ପିପିଏସ) : ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ସମ୍ବିଧାନ ସପ୍ତାହ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ଦୀପକ ମିଶ୍ର ଯୋଗଦେଇ ବିଭିନ୍ନ ମାମଲାର ଶୁଣାଣି ବିଷୟରେ ଆଲୋକପାତ କରିଥିଲେ। କୁଳପତି ପ୍ରଫେସର ଡ. କମଳଜିତ୍ ସିଂହ,କୁଳସଚିବ ନିରୂପମା ସ୍ବାଇଁ, ଛାତ୍ର କଲ୍ୟାଣ ନିର୍ଦେଶିକା ନିଧୀ ଚୌହାନ, ସ୍ନାତକତ୍ତୋର ପରିଷଦର ଅଧ୍ୟକ୍ଷ ଡ. େସୗମିତ କୁମାର ଚାଟାର୍ଜୀ, ବିତ୍ତ ନିୟନ୍ତ୍ରଣ ଡ. ଚିତ୍ତରଞ୍ଜନ ନାୟକ, ସ୍ନାତକୋତ୍ତର ବିଭାଗର ଅଧ୍ୟକ୍ଷା ହିରଣ୍ୟମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।