ଅନ୍ତର୍ଜାତୀୟ
ପୁଣି ମୁମ୍ବାଇ ବିମାନବନ୍ଦରକୁ ମିଳିଲା ବୋମା ଧମକ
ଗତ କିଛି ଦିନ ମଧ୍ୟରେ ଅନେକ ବିମାନକୁ ବୋମା ଧମକ ମିିଳି ସାରିଥିବା ବେଳେ ବୁଧବାର ଅପରାହ୍ନରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ଧମକ ମିଳିଛି। ମୁମ୍ବାଇ/ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) : ଥମୁନାହିଁ ବିମାନକୁ ବୋମା ଧମକ। କିଛି ଦିନ ଅନ୍ତରରେ ପୁଣି ଥରେ ଏକ ଅଜଣା ବ୍ୟକ୍ତି ବିମାନବନ୍ଦରକୁ ବୋମା ଧମକ ଦେଇଥିବାର ଏକ ମାମଲା ସାମ୍ନାକୁ ଆସିଛି। ଗତ କିଛି ଦିନ ମଧ୍ୟରେ ଅନେକ ବିମାନକୁ ବୋମା ଧମକ […]
୩୦୦୦ ଶିଖ ତୀର୍ଥଯାତ୍ରୀଙ୍କୁ ଭିସା ଦେଲା ପାକିସ୍ତାନ
ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିସନ ଭାରତର ୩ ହଜାରରୁ ଅଧିକ ଶିଖ୍ ତୀର୍ଥଯାତ୍ରୀଙ୍କୁ ଭିସା ପ୍ରଦାନ କରିଛନ୍ତି। ପାକିସ୍ତାନ ହାଇକମିଶନ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ଏ ନେଇ ସୂଚନା ଦେଇଛନ୍ତି । ନୂଆଦିଲ୍ଲୀ/ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) : ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିସନ ଭାରତର ୩ ହଜାରରୁ ଅଧିକ ଶିଖ୍ ତୀର୍ଥଯାତ୍ରୀଙ୍କୁ ଭିସା ପ୍ରଦାନ କରିଛନ୍ତି। ପାକିସ୍ତାନ ହାଇକମିଶନ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ଏ ନେଇ ସୂଚନା ଦେଇଛନ୍ତି […]
ସୀମାନ୍ତରେ ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାର
ମଙ୍ଗଧରିଛନ୍ତି ଓଡ଼ିଆ ଆଦିବାସୀ ନେତା ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁର ଆଦିବାସୀ ନେତାଙ୍କ ନେତୃତ୍ବରେ ଗଠିତ ବିଭିନ୍ନ ସଙ୍ଗଠନରେ ଉଭୟ ରାଜ୍ୟର ଶତାଧିକ କାର୍ଯ୍ୟକର୍ତ୍ତା ଥିବାରୁ ଏମାନଙ୍କୁ ବିଜେପି ଓ ଜେଏମ୍ଏମ୍ ନେତାମାନେ ନିର୍ବାଚନୀ ଅସ୍ତ୍ର କରିଛନ୍ତି। ଯେଉଁମାନେ ସିମ୍ଡେଗା ଓ ମନୋହରପୁର ବିଧାନସଭା କ୍ଷେତ୍ରରେ ପ୍ରଚାରର ମଙ୍ଗ ଧରିଛନ୍ତି। ରାଉରକେଲା/ଭୁବନେଶ୍ୱର ୧୦-୧୧-୨୦୨୪(ପିପିଏସ ) : ଆସନ୍ତା ୧୩ ଓ ୨୦ରେ ହେବାକୁ ଯାଉଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ସିମ୍ଡେଗା ଓ ମନୋହରପୁର ଦୁଇ ବିଧାନସଭା ନିର୍ବାଚନର ତାତି […]
ଜଳବାୟୁ ପରିବର୍ତ୍ତନ : ଖରାପ ପାଗ ଯୋଗୁଁ ପ୍ରଥମ ୯ ମାସରେ ଦେଶରେ ୩୨୦୦ ମୃତ
ଜଳବାୟୁ ପରିବର୍ତ୍ତନ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨୦୨୪ର ପ୍ରଥମ ୯ ମାସରେ ପ୍ରବଳ ଗରମ ଓ ପ୍ରବଳ ବର୍ଷା ଯୋଗୁଁ ୩,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ନୂଆଦିଲ୍ଲୀ/ଭୁବନେଶ୍ୱର ୦୮-୧୧-୨୦୨୪ (ପିପିଏସ) : ଗ୍ଲୋବାଲ ୱାର୍ମିଂର ପ୍ରଭାବ ଦେଶରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଗତ କିଛି ବର୍ଷ ହେବ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ, ଥଣ୍ଡା ଓ ଅଦିନିଆ ବର୍ଷା ହେଉଛି। ଦେଶରେ ପ୍ରବଳ […]
ଟ୍ରମ୍ପଙ୍କ ବିଜୟ ପରେ କମିଚାଲିଛି ସୁନା, ଦୁଇଦିନରେ କମିଲା ୨୧୦୦ ଟଙ୍କା
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ବିଶ୍ବବଜାରରେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଡଲାର ମଝବୁତ ହେବା କାରଣରୁ ସୁନା ଉପରେ ନିବେଶକଙ୍କ ଫୋକସ କମିବା ଆଶଙ୍କା ମଧ୍ୟରେ ଦର କମୁଛି । ନୂଆଦିଲ୍ଲୀ/ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ବିଶ୍ବବଜାରରେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଏହି ହ୍ରାସ ସୁନା ପ୍ରେମୀ ଏବଂ ନିବେଶକଙ୍କ ପାଇଁ ଏକ […]
୧୭ ବର୍ଷ ପରେ ଗୋଟିଏ ଦଳରେ ଖେଳିବେ ଭାରତ-ପାକିସ୍ତାନର ଖେଳାଳି, ପୁଣି ଆରମ୍ଭ ହେବ ଏହି ଟୁର୍ନାମେଣ୍ଟ !
ଆଫ୍ରୋ-ଏସିଆ କପରେ ଏସିଆ ଏକାଦଶ ଏବଂ ଆଫ୍ରିକା ଏକାଦଶ ଦଳ ମୁହାଁମୁହିଁ ହୋଇଥାନ୍ତି। ଏହି ଟୁର୍ନାମେଣ୍ଟରେ ଭାରତୀୟ ଏବଂ ପାକିସ୍ତାନୀ ଖେଳାଳିମାନେ ଏକାଠି ଖେଳୁଥିବା ଦେଖିବାକୁ ମିଳିବ, ଯେଉଁମାନଙ୍କ ମଧ୍ୟରେ ଗତ ଦେଢ଼ ଦଶନ୍ଧି ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ କୋଲକାତା/ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ) : କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଅଛି। ଆଫ୍ରୋ-ଏସିଆ କପ୍ ପୁଣି ଆରମ୍ଭ ହୋଇପାରେ। ଆଫ୍ରିକୀୟ କ୍ରିକେଟ୍ ଆସୋସିଏସନ୍ (ଏସିଏ) ଗତ ଶନିବାର ଏହାର […]
ବିମାନ ବାତିଲ: ଧାରଣାରେ ବସିଲେ ଯାତ୍ରୀ
ଭୁବନେଶ୍ବର ବିମାନ ବନ୍ଦରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବର-ହାଇଦ୍ରାବାଦ ବିମାନ ବାତିଲ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ଭୁବନେଶ୍ୱର ୦୭-୧୧-୨୦୨୪ (ପିପିଏସ ): ଭୁବନେଶ୍ବର ବିମାନ ବନ୍ଦରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବର-ହାଇଦ୍ରାବାଦ ବିମାନ ବାତିଲ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହାକୁ ନେଇ ଯାତ୍ରୀମାନେ ବିମାନ ବନ୍ଦରରେ ଧାରଣା ଦେଇଛନ୍ତି। ବିମାନଟି ଗତକାଲି ମଧ୍ୟ ବାତିଲ ହୋଇଥିଲା। ତେବେ ଏହା ଗୁରୁବାର […]
ହ୍ୟୁଷ୍ଟନ୍ରେ ଆୟୋଜନ ହେବନି ଅଦିନିଆ ରଥଯାତ୍ରା, ବାତିଲ କଲା ଇସ୍କନ୍
ମହାପ୍ରଭୁଙ୍କ ଭକ୍ତଙ୍କ ପାଇ ଭଲ ଖବର ଆସିଛି। କୋଟିକୋଟି ଓଡ଼ିଆ ଯାହା ଦାବି କରୁଥିଲେ, ତାହା ହିଁ ହୋଇଛି। ଇସ୍କନ୍ର ପ୍ରତକ୍ଷ୍ୟ ତତ୍ବାବଧାନରେ ଆମେରିକୀୟ ସହର ହ୍ୟୁଷ୍ଟନ୍ରେ ଆୟୋଜନ ହେବାକୁ ଥିବା ରଥଯାତ୍ରା ବାତିଲ ହୋଇଛି। ଭୁବନେଶ୍ୱର ୦୫-୧୧-୨୦୨୪ (ପିପିଏସ ) : ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର ଆସିଛି। ମହାପ୍ରଭୁଙ୍କ ଓଡ଼ିଆ ଭକ୍ତଙ୍କ ପାଇ ଭଲ ଖବର ଆସିଛି। କୋଟିକୋଟି ଓଡ଼ିଆ ଯାହା ଦାବି କରୁଥିଲେ, ତାହା ହିଁ ହୋଇଛି। ଶ୍ରୀଲା ପ୍ରଭୁପାଦଙ୍କ ଦ୍ବାରା ପ୍ରତିଷ୍ଠିତ […]
ତିନିଦିନିଆ ବିଦେଶ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ; କରିବେ ରୋଡ୍ ସୋ’
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୧୮ ତାରିଖରୁ ବିଦେଶ ଗସ୍ତ କରିବେ। ଏହି ଗସ୍ତକାଳରେ ସେ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁରରେ ରହିବେ। ସେଠାରେ ଶ୍ରୀ ମାଝୀ ମେକ୍ ଇନ୍ ଓଡ଼ିଶା, ଉତ୍କର୍ଷ ଓଡ଼ିଶା-୨୦୨୫ ପାଇଁ ରୋଡ୍ ସୋ’ କରିବେ। ଭୁବନେଶ୍ୱର ୦୩-୧୧-୨୦୨୪(ପିପିଏସ ) : ମୁଖ୍ୟମନ୍ତ୍ରୀ ହେଲା ପରେ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିବାକୁ ଯାଉଛନ୍ତି। ତାଙ୍କର ଏହି ଗସ୍ତ ସିଙ୍ଗାପୁରକୁ ହେବ। ଏହି ଗସ୍ତକାଳରେ […]
ଇସ୍ରାଏଲ-ଆମେରିକାକୁ ଇରାନର ଖୋଲା ଧମକ
ଇସ୍ରାଏଲ୍ ଏବଂ ଇରାନ ଆକ୍ରମଣାତ୍ମକ ହେବାରେ ଲାଗିଛନ୍ତି। ଏହାଯୋଗୁ ଉଭୟ ପକ୍ଷର ଯେକୌଣସି ଆକ୍ରମଣ ପଶ୍ଚିମ ଏସିଆକୁ ଏକ ବଡ଼ଯୁଦ୍ଧ ମୁହଁକୁ ଠେଲି ଦେଇପାରେ ବୋଲି ଭୟ ରହିଛି। ଗାଜା ଷ୍ଟ୍ରିପ ଏବଂ ଲେବାନନରେ ଏକ ଯୁଦ୍ଧ ଚାଲିଛି। ଇସ୍ରାଏଲର ଆକ୍ରମଣ ଦ୍ବାରା ଉଭୟ ସ୍ଥାନରେ ଧ୍ୱଂସସ୍ତୁପ ସୃଷ୍ଟି କରିଛି… ନୂଆଦିଲ୍ଲୀ/ଭୁବନେଶ୍ୱର ୦୨-୧୧-୨୦୨୪(ପିପିଏସ) : ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନି ପ୍ରତିଶୋଧ ପରାୟଣ ହୋଇ ଇସ୍ରାଏଲ ଏବଂ ଆମେରିକାକୁ ଖୋଲା ଧମକ ଦେଇଛନ୍ତି । […]