ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ପଶିଲା ଇଡି

ବରିଷ୍ଠ ବିଜେଡି ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ପଶିଲା ଇଡି।  ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ସମେତ ସମ୍ବଲପୁରର ତିନିଟି ସ୍ଥାନରେ ଇଡି ଚଢ଼ାଉ କରୁଛି। ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବାର ସୂଚନା ରହିଛି।

ସମ୍ବଲପୁର/ଭୁବନେଶ୍ୱର ୧୮-୧୨-୨୦୨୪ (ପିପିଏସ) : ବରିଷ୍ଠ ବିଜେଡି ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ପଶିଲା ଇଡି।  ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ସମ୍ବଲପୁରର ତିନିଟି ସ୍ଥାନରେ ଇଡି ଚଢ଼ାଉ କରୁଛି। ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବାର ସୂଚନା ରହିଛି। ଖାଲି ସେତିକି ନୁହେଁ, ନୂଆଦିଲ୍ଲୀର ଗୋଟିଏ ସ୍ଥାନରେ ବି ଇଡି ଚଢ଼ାଉ କରୁଛି।

bnji

ଗତ ୨୦୨୪ ନିର୍ବାଚନରେ କ୍ଷୀରୋଦ ମଲ୍ଲିକ ଏହି ସବୁ ଟଙ୍କା ଲଗାଇଥିବା ନେଇ ଅଭିଯୋଗ ଆସିଥିଲାI ଏନେଇ ଦିଲ୍ଲୀ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ସୂଚନା ଦିଆଯାଇଛି।

ୁୀରା

ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ସମେତ ସମ୍ବଲପୁରର ତିନିଟି ସ୍ଥାନରେ ଇଡି ଚଢ଼ାଉ କରୁଛି। ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଏହି ଚଢ଼ାଉ କରାଯାଉଥିବାର ସୂଚନା ରହିଛି। ଖାଲି ସେତିକି ନୁହେଁ, ନୂଆଦିଲ୍ଲୀର ଗୋଟିଏ ସ୍ଥାନରେ ବି ଇଡି ଚଢ଼ାଉ କରୁଛି।

ବିଶ୍ବ ଏନଜିଓର ପ୍ରତିଷ୍ଠାତା ଏବଂ ବିଶ୍ବ ଦରବାର ଯାତ୍ରାର ମାଲିକ ହେଉଛନ୍ତି ମୃତ କ୍ଷୀରୋଦ ମଲ୍ଲିକ। ସେ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନଥିବା କୁହାଯାଉଛି। ଏଣେ ଅତୀତର ଡାଲି ଦୁର୍ନୀତିରେ ବି ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ନାଆଁ ସେତେବେଳେ ଯୋଡ଼ା ଯାଇଥିଲା।

Leave a Reply

Your email address will not be published. Required fields are marked *